ନୂଆଦିଲ୍ଲୀ: ଦେଶ ଏବେ ପୂଜ୍ୟ ବାପୁଜୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି । ମହାତ୍ମା ଗାନ୍ଧି ଥିଲେ ଅହିଂସାର ପୂଜାରୀ । କିନ୍ତୁ ଦେଶରେ ଏବେ ଯେଭଳି ପରିସ୍ଥିତି ସୃଷ୍ଟି ହୋଇଛି ସେଥିରୁ ସ୍ପଷ୍ଟ ହୋଇଛି ଯେ ଗାନ୍ଧିଙ୍କ ଦେଶକୁ ଗଠନ କରିବା ପାଇଁ ଯେଉଁ ସ୍ୱପ୍ନ ଥିଲା ତାହା ଉଭାନ ହୋଇଯାଇଛି । ସେ ଅହିଂସା ବଳରେ ବିଶ୍ୱର ଶକ୍ତିଶାଳୀ ବ୍ରିଟିଶ ସାମ୍ରାଜ୍ୟକୁ ଭାରତ ଛାଡ଼ିବା ପାଇଁ ବାଧ୍ୟ କରାଇଥିଲେ । ଓଡ଼ିଶାର ଜଣେ ମହାନ ଆଦିବାସୀ ନେତା ବୀର ସୁରେନ୍ଦ୍ର ସାଏ ଦେଶର ସ୍ୱାଧୀନତା ସଂଗ୍ରାମରେ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ । କିନ୍ତୁ ଆଜି ଦେଶରେ ଘୃଣା ଓ ବିଦ୍ୱେଷର ବାତାବରଣ ଦେଖିବାକୁ ମିଳୁଛି । ଏହା ବିରୋଧରେ ସଜାଗ ରହିବା ଦେଶର ସମସ୍ତ ନାଗରିକଙ୍କ ଦାୟିତ୍ୱ ବୋଲି ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଉଲ୍ଲେଖ କରିଛନ୍ତି ।
ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ମୋଦି ସରକାରଙ୍କ ପକ୍ଷରୁ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଦଳ ପକ୍ଷରୁ ଭାଗନେଇ ସେ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଦଳର ନେତାଙ୍କୁ ଏକ ପତ୍ର ଲେଖି ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରେ ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ କରିବା ପାଇଁ ଧ୍ୟାନ ଆକର୍ଷଣ କରିଥିଲେ । ଏହାଦ୍ୱାରା ଅହିଂସା ସମସ୍ତ କାନରେ ବାଜିଥାନ୍ତା । ଆଚାର୍ଯ୍ୟ ମଧ୍ୟ ଗାନ୍ଧି ଓ ନେହରୁଙ୍କ ଅସହଯୋଗ ଆନେ୍ଦାଳନ ଓ ଖଦି ଆନେ୍ଦାଳନ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ ।
ତାଙ୍କ ଭାଷଣରେ ସେ ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଜଳ ଜୀବନ ମିଶନକୁ ପ୍ରଶଂସା କରିଥିଲେ । ଏହାଦ୍ୱାରା ସବୁ ଘରକୁ ପାନୀୟ ଜଳ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯେଉଁ ଲକ୍ଷ୍ୟ ରହିଛି ତାହାକୁ ସେ ସମର୍ଥନ କରିଥିଲେ । ମାତ୍ର ସାଧାରଣ ବଜେଟ୍ରେ ଏଥିସକାଶେ ବହୁତ କମ୍ ଧନରାଶି ଆବଣ୍ଟନ କରାଯାଇଥିବାରୁ ସେ ଏହାର ଦୃଢ଼ ସମାଲୋଚନା କରିଥିଲେ । ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ସଂଗ୍ରହାଳୟ ଗଠନ କରିବା ସକାଶେ ପ୍ରସ୍ତାବ ରହିଛି । କିନ୍ତୁ ଓଡ଼ିଶାକୁ ଏଥିରେ ସାମିଲ କରାଯାଇ ନଥିବାରୁ ସେ ସମାଲୋଚନା କରିଥିଲେ ।
ଆଚାର୍ଯ୍ୟ କହିଥିଲେ, ବୀର ସୁରେନ୍ଦ୍ର ସାଏ, ବrି ଜଗବନ୍ଧୁ ଓ ଲକ୍ଷ୍ମଣ ନାୟକ ଓଡ଼ିଶାର ମହାନ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଦେଶର ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କର ଅବଦାନ ଅତୁଳନୀୟ । କିନ୍ତୁ ସେମାନଙ୍କ ପାଇଁ ଏକ ସଂଗ୍ରହାଳୟ ସ୍ଥାପନ ପାଇଁ କୌଣସି ପ୍ରସ୍ତାବ ନାହିଁ । ଏଥିପାଇଁ ସେ ବହୁତ ମର୍ମାହତ । ଓଡ଼ିଶାରେ ଏହି ମହାନ ନେତାମାନଙ୍କ ପାଇଁ ସଂଗ୍ରହାଳୟ ସ୍ଥାପନ କରିବାକୁ ସେ ପ୍ରସ୍ତାବ ଦେଇଥଲେ । କେନ୍ଦ୍ର ସରକାର ଦେଶରେ ପର୍ଯ୍ୟଟନର ବିକାଶ କଥା କହୁଥିବା ବେଳେ ଓଡ଼ିଶାକୁ ଏହାର ଭାଗ ମିଳୁନାହିଁ । ଏନେଇ କେନ୍ଦ୍ର ସରକାର ଓଡ଼ିଶାକୁ ମଧ୍ୟ ପର୍ଯ୍ୟଟନ ବିକାଶ ଯୋଜନାରେ ସାମିଲ କରିବାକୁ ସେ ମଧ୍ୟ ଉଲ୍ଲେଖ କରିଥିଲେ ।
ଏହି ଆଲୋଚନାରେ ଅଂଶଗ୍ରହଣ କରି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ୨୦୨୧ରେ ଜନଗଣନା ସମୟରେ ପଛୁଆବର୍ଗଙ୍କ ସୂଚନା ସଂଗ୍ରହ କରିବା ପାଇଁ ନିର୍ଦ୍ଧାରିତ ପ୍ରଶ୍ନାବଳୀରେ ସାମିଲ କରିବାକୁ ଦାବି କରିଥିଲେ । ଏହାଛଡ଼ା ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟ ହୋଇଥିବାରୁ ଏହା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ଦାବି କରିଥିଲେ । ଏହା ଅନ୍ତର୍ଗତ ୯୦:୧୦ ହାରରେ ଅର୍ଥ ଆବଣ୍ଟନ ପାଇଁ ସେ ପ୍ରସ୍ତାବ ଦେଇଥିଲେ । ଏହାଛଡ଼ା ରାଜ୍ୟରେ ବିଭିନ୍ନ ରେଳ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଅଧିକ ଧନରାଶି ପ୍ରଦାନ କରିବାକୁ ଡ. ପାତ୍ର ଉଲ୍ଲେଖ କରିଥିଲେ । ରାଜ୍ୟ ନrଲ ପ୍ରଭାବିତ ଅଞ୍ଚଳରେ ଟେଲି ଯୋଗାଯୋଗର ସୁବିଧା ପ୍ରଦାନ ପାଇଁ ସେ ଉଲ୍ଲେଖ କରିଥିଲେ ।
Comments are closed, but trackbacks and pingbacks are open.