
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ଜାତିର ପିତା ମହାତ୍ମାଗାନ୍ଧିଙ୍କ ସହ ସାଂସଦଙ୍କୁ ତୁଳନା କରିବା ପଡିଲା ମହଙ୍ଗା । ସାଂସଦଙ୍କ ଜିଲ୍ଲା ପ୍ରତିନିଧିଙ୍କ ବିରୋଧରେ ଥାନାରେ ହେଲା ଏତଲା । ଏଭଳି ଏକ ମାମଲା ହୋଇଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଞ୍ଚଳରେ । ଅଭିଯୁକ୍ତ ହେଲେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢି । ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ଅଭିଯୋଗ କରାଯାଇଛି । ଏପରିକି ଶ୍ରୀ ପାଢିଙ୍କ ଗିରଫ ଦାବିରେ କଂଗ୍ରେସ କର୍ମୀମାନେ ନାରାବାଜି କରିଥିବା ଜଣାପଡିଛି ।
ଚଳିତ ମାସ ୨୪ ରେ ସାଂସଦ ଶ୍ରୀ ମାଝିଙ୍କ ଉମରକୋଟସ୍ଥିତ ବାସ ଭବନରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁÂିତ ହୋଇଥିଲା । ପର୍ବ ଆରମ୍ଭରୁ ଶ୍ରୀ ପାଢି ଭାବବିହ୍ୱଳ ହୋଇ ଉଠିଥିଲେ । ସାଂସଦଙ୍କୁ ସେ ମହାତ୍ମାଗାନ୍ଧିଙ୍କ ସହ ତୁଳନା କରିବା ସହ ପିଲାଦିନେ ଗାନ୍ଧିଙ୍କର ବିଡି, ସିଗାରେଟ ଟାଣିବା ବଦଭ୍ୟାସ ଥିଲା ବୋଲି ବକ୍ତବ୍ୟରେ କହିଥିଲେ । ସାଂସଦଙ୍କର ଏଭଳି ଅଭ୍ୟାସ ନଥିବାରୁ ସେ ଗାନ୍ଧିଙ୍କଠାରୁ ଉଚ୍ଚରେ ବୋଲି କହିଥିଲେ । ଶ୍ରୀ ପାଢିଙ୍କ ବକ୍ତବରେ ଏକ ଅଡିଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା । ଗାନ୍ଧିପ୍ରେମୀଙ୍କ ସହ ବିଭିନ୍ନ ମହଲରେ ଏହାକୁ ନିନ୍ଦ କରାଯାଇଥିଲା । କଂଗ୍ରେସ ମଧ୍ୟ ଏହାର ପ୍ରତିବାଦ କରିଥିଲା । ଗତ ୨୮ ରେ ପୂର୍ବତନ ପିସିସି ସମ୍ପାଦକ କ୍ଷମରାଜ ବାଗଙ୍କ ନେତୃତ୍ୱ ବହୁ କର୍ମୀ ରାସ୍ତାକୁ ଓହ୍ଲାଇ ନାରାବାଜି କରିଥିଲେ । ତୁରନ୍ତ ଶ୍ରୀ ପାଢିଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ପରେ ଶ୍ରୀ ପାଢିଙ୍କ ବିରୋଧରେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ, ଏହି ମାମଲାକୁ ନେଇ ଶ୍ରୀ ପାଢିଙ୍କୁ ଦଳରୁ ବହିଷ୍କାର କରାଯାଉ ବୋଲି ଅଞ୍ଚଳର କେତେଜଣ ଗାନ୍ଧିପ୍ରେମୀ ଦାବି କରିଛନ୍ତି । ନଚେତ ଗାନ୍ଧିପ୍ରେମୀ ଆଗାମୀ ଦିନରେ ରାସ୍ତାକୁ ଓହ୍ଲାଇ ଆନେ୍ଦାଳନ କରିବେ ବୋଲି କୁହାଯାଇଛି । ନୈତିକତା ଦୃଷ୍ଟିରୁ ସାଂସଦ ଶ୍ରୀ ମାଝି ମଧ୍ୟ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି ହୋଇଛି । ମଙ୍ଗଳବାର ବିଜେପି ମଧ୍ୟ ଅନୁରୂପ ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିବା ଜଣାପଡିଛି । ଚନ୍ଦାହାଣ୍ଡି ବିଜେପି ମଣ୍ଡଳ ସଭାପତି ପ୍ରତାପ ବାଘଙ୍କ ନେତୃତ୍ୱରେ ଚନ୍ଦାହାଣ୍ଡି ଥାନାଧିକାରୀ ପ୍ରେମାନନ୍ଦ ସୁନାନୀଙ୍କୁ ଏକ ଲିଖିତ ଅଭିଯୋଗ ଦିଆଯାଇଛି । ଶ୍ରୀ ପାଢିଙ୍କ ବିରୋଧରେ ବିଜେପି ଦୃଢ କାର୍ଯ୍ୟାନୁÂାନ ଦାବି କରିଛି ।
Comments are closed, but trackbacks and pingbacks are open.