ଗାନ୍ଧି ଥିଲେ ସେବା ଓ ସଂଗ୍ରାମର ପ୍ରତୀକ:ନବୀନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗାନ୍ଧୀ ଥିଲେ ସେବା ଓ ସଂଗ୍ରାମର ପ୍ରତୀକ । ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀରେ ତାଙ୍କ ତ୍ୟାଗକୁ ସମ୍ମାନ ଜଣାଇ ବିଜୁ ଜନତା ଦଳ ଆରମ୍ଭ କରିବ ଏକ ସମାଜସେବା ସେଲ୍ । ଆଜି ଏହି ଘୋଷଣା କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ସହ ଆଜିଠୁ ବିଜେଡି ଆରମ୍ଭ କରିଛି ଜନସମ୍ପର୍କ ପଦଯାତ୍ରା । ଏହି ଅବସରରେ ଦଳୀୟ କର୍ମକର୍ତ୍ତାଙ୍କୁ ନବୀନ ଆଜି ଦେଇଥିଲେ ସେବାର ମନ୍ତ୍ର । ନବୀନ କହିଲେ, ବିଜେଡି ଯେଉଁ ସମାଜ ସେବା ସେଲ୍ ଗଢ଼ିବ, ତାହା ପରିବେଶ ସୁରକ୍ଷା ଉପରେ ବିଶେଷ ଦୃଷ୍ଟି ଦେବ । ଏହି ସେଲ୍ ବୃକ୍ଷ ରୋପଣ କରିବ । ଖାଲି ସେତିକି ନୁହେଁ, ଲୋକଙ୍କୁ ସ୍ୱାସ୍ଥ୍ୟ ସେବାଜନିତ ସହାୟତା ଦିଆଯିବ । ରକ୍ତଦାନ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ । ଆମର ଲକ୍ଷ୍ୟ-ସ୍ୱଚ୍ଛ ଓ ସୁବଜ ଓଡ଼ିଶା ଗଢ଼ିବା ସହ ଲୋକଙ୍କୁ ସୁସ୍ଥ ରଖିବା ।
କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇ ନବୀନ କହିଲେ, ଆମ ଦଳର ସବୁ କାର୍ଯ୍ୟକ୍ରମ ମଧ୍ୟରୁ ସମାଜ ସେବା ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ । ମୁଁ ଚାହେଁ, ଆମର ଯୁବକ ବନ୍ଧୁମାନେ ଆଗେଇ ଆସନ୍ତୁ । ଏହାକୁ ଏକ ଶକ୍ତିଶାଳୀ ଆନେ୍ଦାଳନ ଭାବରେ ଗଢ଼ି ତୋଳନ୍ତୁ ।
ଏକାମ୍ର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅନ୍ତର୍ଗତ କାରଗିଲ୍ ବସ୍ତିରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି ବିଜେଡି । ଏହି ଅବସରରେ ଆୟୋଜିତ ସଭାରେ ନବୀନ ପ୍ରଥମେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତବ୍ୟ ଆରମ୍ଭରେ ସେ କହିଲେ, ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଆମ କର୍ମୀ ଭାଇଭଉଣୀମାନଙ୍କ କଠିନ ପରିଶ୍ରମ ଯୋଗୁ ବିଜେଡି ସରକାର ପୁଣି ଥରେ ଲୋକଙ୍କ ସେବା କରିବା ପାଇଁ ସୁଯୋଗ ପାଇଛି । ସେଥିପାଇଁ ମୁଁ ସମସ୍ତଙ୍କ ପାଖରେ ଋଣୀ । ଆମର ଏଇ ପଦଯାତ୍ରା ଲୋକଙ୍କୁ ଭେଟିବା ପାଇଁ ଏକ ସୁଯୋଗ ।
କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ସେ କହିଲେ, ଦୁଇଟି କଥାକୁ ସବୁବେଳେ ଗୁରୁତ୍ୱ ଦିଅନ୍ତୁ । ପ୍ରଥମତଃ ଲୋକଙ୍କ ସମସ୍ୟା ବୁଝନ୍ତୁ । ଦ୍ୱିତୀୟରେ ସରକାରଙ୍କ ଭଲ କାମକୁ ଲୋକଙ୍କ ପାଖରେ ପହଞ୍ଚାନ୍ତୁ । କିଛି ବର୍ଷ ତଳେ ଆରମ୍ଭ ହୋଇଥିବା ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଆଜି ସାରା ଦେଶରେ ଏକ ବିରାଟ ରକ୍ତ ଦାନ ଆନେ୍ଦାଳନରେ ପରିଣତ ହୋଇପାରିଛି । ଏଯାବତ୍ ୩ ଲକ୍ଷ ୟୁନିଟ୍ ରକ୍ତ ଲୋକଙ୍କ ଜୀବନ ରକ୍ଷା ପାଇଁ ଆମେ ଦେଇ ପାରିଛୁ । ଆମର ଏହି ଆନେ୍ଦାଳନରେ ୧୦ ଲକ୍ଷ ଲୋକ ସାମିଲ ହୋଇ ଏହାକୁ ଶକ୍ତିଶାଳୀ କରିଛନ୍ତି ।
ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳର ଉପସଭାପତି ତଥା ବରିÂ ନେତା ଦେବୀ ପ୍ରସାଦ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ସହ ପର୍ଯ୍ୟବେକ୍ଷକ ପ୍ରଦୀପ ପାଣିଗ୍ରାହୀ, ସାଂସଦ ଅମର ପଟ୍ଟନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଅରୁପ ପଟ୍ଟନାୟକ, ମୁନ୍ନା ଖାଁ, ବିଜୟ ମହାନ୍ତି, ଯୁବ ବିଜେଡି ରାଜ୍ୟ ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର, ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅମରେଶ ଜେନା, ହୃଦୟ ବଲ୍ଲଭ ସାମନ୍ତରାୟ, ଦୁର୍ଗା ସାମନ୍ତରାୟ, ଶାଶ୍ୱତୀ ମିଶ୍ର୍ର, ଭାରତୀ ସିଂ, ଅମରଜିତ ସେନାପତି, କଳ୍ପତରୁ ଓଝା, ସୁଜିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ପଦଯାତ୍ରାରେ ବହୁ ସଂଖ୍ୟାରେ କର୍ମୀ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons