ଗାନ୍ଧୀଙ୍କ ୧୫୦ତମ ଜନ୍ମଶବାର୍ଷିକୀ ବିରଳ ଫଟୋଚିତ୍ର ପ୍ରଦର୍ଶନୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଶତବାର୍ଷିକୀ ତଥା ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଦର୍ଶନୀ ପଡ଼ିଆରେ ‘ଗାନ୍ଧିଜୀ ଓ ଓଡ଼ିଶା ସମ୍ପର୍କିତ’ ଏକ ବିରଳ ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ଏଥିରେ ଗାନ୍ଧିଜୀଙ୍କ ତ୍ୟାଗମୟ ଜୀବନ, ସରଳ ଜୀବନଯାପନ, ଅସ୍ପୃଶ୍ୟତା ନିବାରଣ, ତାଙ୍କର ମହାନ ଆଦର୍ଶ ଓ ଦର୍ଶନ, ବିନମ୍ର ଲୋକସେବକ, ସମାଜ ସଂସ୍କାରକ, ନରନାରାୟଣ ସେବା ଓ ଜାତୀୟ ସଂହତିର ପରମ ଉପାସକର ବାର୍ତ୍ତା ପରିପୁଷ୍ଟ ହୋଇଛି ।
ଓଡ଼ିଶାକୁ ଗାନ୍ଧିଜୀ ଅତ୍ୟନ୍ତ ଭଲ ପାଉଥିବାରୁ ସେ ବହୁବାର ଓଡ଼ିଶା ଗସ୍ତ କରିଥିଲେ । ଏହି ସମୟରେ ତାଙ୍କର ଅନେକ ଫଟୋ ଉଠା ଯାଇଥିଲା । ସେଥିମଧ୍ୟରୁ କିଛି ବିରଳ ଫଟୋ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି । ତାହା ମଧ୍ୟରୁ ଅନୁଗୁଳ ସାଧାରଣ ସଭା, କଟକ ଲଖନପୁରଠାରେ ଏକ ହରିଜନ ଗୃହକୁ ପ୍ରବେଶ, ପୁରୀ ଗୋପାଳକୋଠିରେ ରାତ୍ରିଯାପନ, କଟକ କାଠଯୋଡ଼ି ବାଲିରେ ଅନୁଷ୍ଠିତ ସାଧାରଣ ସଭା ଭଳି ବହୁ ସ୍ମୃତି ବିଜଡ଼ିତ ଫଟୋ ଜନସାଧାରଣଙ୍କ ପାଇଁ ବିଶେଷ ଆକର୍ଷଣୀୟ ହୋଇଛି । ଉକ୍ତ ସଭାରେ ଗାନ୍ଧିଜୀ ବ୍ୟବହାର କରିଥିବା କିଛି ଜିନିଷପତ୍ର ମଧ୍ୟ ଏଠାରେ ପ୍ରଦର୍ଶନ କରାଯାଇଛି । ଏହାବାଦ୍ ଗାନ୍ଧୀଙ୍କ ବହୁ ବିରଳ ଫଟୋକୁ ଦେଖିବାକୁ ମିଳିଛି ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ବିରଳ ଫଟୋ ସହ ସୁତା ଓ ବସ୍ତ୍ର ତିଆରି ନିମନ୍ତେ ଲାଇଭ୍ ଡେମୋନ୍ଷ୍ଟ୍ରେସନ୍ ସ୍ଥାନ ପାଇଛି । ସେହିପରି ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଗାନ୍ଧୀଙ୍କ ସମ୍ପର୍କିତ ବାଲୁକା କଳା ପ୍ରଦର୍ଶନୀରେ ସ୍ଥାନ ପାଇଛି । ଗାନ୍ଧିଜୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ …’ ଏବଂ ଗାନ୍ଧିଜୀଙ୍କ ସମ୍ପର୍କିତ ଏକ ପ୍ରମାଣିକ ଚଳିଚ୍ଚିତ୍ର ଏଲ୍ଇଡି ମାଧ୍ୟମରେ ପ୍ରଦର୍ଶିତ ହେଉଛି । ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ପ୍ରଦର୍ଶନୀ ଦେଖଣାହାରୀଙ୍କ ପାଇଁ ଖୋଲା ରହିବ । ସକାଳ ୧୦ଟାରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons