ଗିରଫ ଅଭିଯୁକ୍ତର ସରୋଜ ସେଠୀର ହେବ ନାର୍କୋ ଟେଷ୍ଟ

Get real time updates directly on you device, subscribe now.

ଭୁବନେଶ୍ୱର : ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ହେବ ନାର୍କୋ ଟେଷ୍ଟ। ଏଥିପାଇଁ ପକ୍ସୋ କୋର୍ଟରେ ଅନୁମତି ଲୋଡ଼ିଛି ଏସଆଇଟି। ସରୋଜକୁ ରିମାଣ୍ଡରେ ନେବା ପାଇଁ ଏସଆଇଟି ଆବେଦନ କରିଛି।
ପରୀ ହତ୍ୟାକାଣ୍ଡର ୪ ମାସ ପରେ ଏସଆଇଟି ପଡ଼ୋଶୀ ସରୋଜ ସେଠୀକୁ ଗିରଫ କରିଥିଲା। ସରୋଜ ପରୀକୁ ହତ୍ୟା କରି ଦୁଷ୍କର୍ମ କରିଥିବା ଏସଆଇଟି ଖୁଲାସା କରିଥିଲା। ଏଥିସହିତ ସେ ବ୍ୟବହାର କରିଥିବା ଗାମୁଛା ଏବଂ ପରୀର ଲେଗିନ୍ ସ ମଧ୍ୟ ଏସଆଇଟି ଜବତ କରିଥିଲା। ସରୋଜ ଦୋଷ ମାନିଥିବା ଏସଆଇଟି କହିଥିଲା। ଏଥିସହିତ ତାକୁ ନେଇ କ୍ରାଇମ ସିନର ରିକ୍ରିଏଟ କରିଥିଲା। ତେବେ ୧୦ ତାରିଖ ଭିତରେ ଚାର୍ଜସିଟ ଦାଖଲ କରିବା ଲାଗି ହାଇକୋର୍ଟ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିବା ବେଳେ ସରୋଜ ବିରୋଧରେ ଦୋଷ ପ୍ରମାଣିତ କରିବା ବିଗ୍ ଚ୍ୟାଲେଞ୍ଜ ହୋଇଛି। ତେଣୁ ଅଧିକ ପ୍ରମାଣ ଯୋଗାଡ଼ କରିବା ଲାଗି ସରୋଜର ନାର୍କୋ ଟେଷ୍ଟ କରିବା ଲାଗି ଅଣ୍ଟା ଭିଡିଛି ଏସଆଇଟି। ସେପଟେ ସରୋଜର ଓକିଲ ଦାବି କରିଛନ୍ତି ଯେ ତାଙ୍କୁ ରିମାଣ୍ଡରେ ନେବା ପାଇଁ ଜୁଭେନାଇଲ କୋର୍ଟର ଅନୁମତି ନିଆଯାଉ। ଏନେଇ ସେ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ପିଟିସନରେ ସେ ଦର୍ଶାଇଛନ୍ତି ଯେ ସରୋଜ ନାବାଳକ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons