ନୂଆଦିଲ୍ଲୀ : ଏବେ ଗୁଗୁଲ ଅନୁବାଦ ବା ଟ୍ରାନସଲେଟ୍ରେ ୫ଟି ନୂଆ ଭାଷା ଯୋଡିବା ପାଇଁ ଯାଉଛି । ଏଥି ମଧ୍ୟରେ ଓଡିଆ ରହିଛି । ଓଡିଆ ବ୍ୟତୀତ ଅନ୍ୟ ଭାଷା ଗୁଡିକ ହେଲା ଟାଟର, ତୁର୍କମେନ୍, ଉଇଘର ଓ କିନୟାରଓ୍ୱାଂଡା ।
ଗୁଗୁଲ ଟ୍ରାନସ୍ଲେଟ୍ ସର୍ଭିସ୍ ଓ ସପୋର୍ଟରେ ଏହା ଉପଲବ୍ଧ ହେବ । ଗୁଗୁଲ ଟ୍ରାନସଲେଟ୍ର ସଫ୍ଟଓ୍ୱାର ଇଞ୍ଜିନିୟର ଇସାକ୍ କାସଓ୍ୱେଲ ଏହି ସୂଚନା ଦେଇଛନ୍ତି । ଏନ୍ଡି ଟିଭି ଗ୍ୟାଜେଟ୍ ସହ ବିଭିନ୍ନ ଅନ୍ତର୍ଜାତୀୟ ଓ୍ବେବସାଇଟ୍ରେ ଏହି ସୂଚନା ଦିଆଯାଇଛି । ଓଡିଆ, ଟାଟର, ତୁର୍କମେନ୍, ଉଇଘର ଓ କିନୟାରଓ୍ୱାଂଡା ର ପ୍ରାୟ ୭ କୋଟି ୩୦ ଲକ୍ଷ ଲୋକ ଏଥିଯୋଗୁଁ ଉପକୃତ ହେବେ ବୋଲି କୁହାଯାଇଛି ।କିନୟାରଓ୍ୱାଂଡା ରଓ୍ୱାଣ୍ଡାର ସରକାରୀ ଭାଷା । ଟାଟରକୁ ଋଷ୍ ଓ ୟୁକ୍ରେନରେ ଅନେକ ଲୋକ ବ୍ୟବହାର କରିଥାଆନ୍ତି । ତୁର୍କମେନ୍ , ତୁର୍କମେନୀସ୍ତାନର ସରକାରୀ ଭାଷା । ଇଇଘର କୁ ଚୀନ୍ରେ ପ୍ରାୟ ଏକ କୋଟି ୨୦ ଲକ୍ଷ ଲୋକ ବ୍ୟବହାର କରିଥାଆନ୍ତି ।
Comments are closed, but trackbacks and pingbacks are open.