ଗୁଜବ ପ୍ରଚାର କରି ଆରଏସ୍ପି କର୍ମଚାରୀଙ୍କ ସମେତ ୩ ଗିରଫ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): କରୋନା ନେଇ ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାର କରିଥିବା ଅଭିଯୋଗରେ ପୁଲିସ୍ ଜଣେ ଆରଏସ୍ପି କର୍ମଚାରୀଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଝିରପାଣି ପୁଲିସ୍ ଆରଏସ୍ପିର ଜଣେ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଆଜି ଝିରପାଣି ଥାନାରେ ଅନୁÂିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି କେ. ଶିବା ସୁବ୍ରମଣି ସୂଚନା ଦେଇଥିଲେ ଯେ, ଗତକାଲି ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଟିସିଆଇ ଅଞ୍ଚଳର ଦୁଇ ଜଣ ଯୁବକ କରୋନା ନେଇ ସୋସିଆଲ ମିଡ଼ିଆରେ ମିଥ୍ୟା ଗୁଜବ ପ୍ରଚାର କରିଥିଲେ । ଏ ନେଇ ପୁଲିସ୍ ସେହି ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ଝିରପାଣି ଅଞ୍ଚଳର ଜଣେ ଯୁବକ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟରକୁ ଆକ୍ଷେପ କରି ସୋସିଆଲ ମିଡ଼ିଆରେ ମିଥ୍ୟା ଗୁଜବ ପ୍ରଚାର କରିଥିଲେ । ଏହା ଜଣାପଡ଼ିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ଆଜି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସମ୍ପୃକ୍ତ ଯୁବକ ଜଣଙ୍କ ଆରଏସ୍ପି କର୍ମଚାରୀ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons