ସିଲଭର୍ ସ୍କ୍ରିନ୍ରୁ ଦୂରରେ ରହିଲେ ହେଁ, ପ୍ରେମ ସମ୍ପର୍କକୁ ନେଇ ଉଠିଥିବା ଗୁଜବ ପାଇଁ ସିନେପ୍ରେମୀଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି ଅଭିନେତ୍ରୀ ଉର୍ବଶୀ ରୌତେଲା । କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ତାଙ୍କର ପ୍ରେମ ସଶ୍ଛର୍କ ରହିଥିବା ଏବେ ଚର୍ଚ୍ଚା ହେଉଛି ବି-ଟାଉନ୍ରେ । ଏହା କେବଳ ସିନେ ଇଣ୍ଡଷ୍ଟ୍ରି ମଧ୍ୟରେ ସୀମିତ ହୋଇ ରହିନି । ସୋସିଆଲ୍ ମିଡିଆରେ ମଧ୍ୟ ଉଭୟଙ୍କ ପ୍ରେମ ସଶ୍ଛର୍କକୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳୁଛି । ଏହି ଚର୍ଚ୍ଚା କିନ୍ତୁ ଉର୍ବଶୀଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି । ଏ ନେଇ ସେ ସୋସିଆଲ ମିଡିଆରେ ଏକ ଭିଡିଓ ଅପ୍ଲୋଡ୍ କରିଛନ୍ତି ଏବଂ ଏଭଳି ଗୁଜବ ପ୍ରଚାର ନକରିବାକୁ ସମସ୍ତ ମିଡିଆ ଚ୍ୟାନେଲ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ଏଭଳି ଗୁଜବ ଖବର ଓ ଭିଡିଓ ପ୍ରଚାର କରିବା ଦ୍ୱାରା ମୋ ପରିବାର ପ୍ରଭାବିତ ହେଉଛି ଏବଂ ସେମାନଙ୍କୁ ଉତ୍ତର ଦେବାକୁ ପଡୁଛି । ଏହା ମୋ ପାଇଁ କଷ୍ଟକର ହେଉଛି । ଗତ ବର୍ଷ ଏକ ପାର୍ଟିରେ ଉର୍ବଶୀ ଓ ହାର୍ଦ୍ଦିକଙ୍କ ଘନିଷ୍ଠତା ଦେଖି ସେମାନଙ୍କ ମଧ୍ୟରେ ରୋମାନ୍ସ ଚାଲିଥିବା ନେଇ ଗୁଜବ ଆରମ୍ଭ ହୋଇଥିଲା । କିନ୍ତୁ ଏବେ ଉର୍ବଶୀ ସୋସିଆଲ ମିଡିଆରେ ଯେଉଁଭଳି ଭାବେ ଗୁଜବ ପ୍ରଚାର ବନ୍ଦ କରିବାକୁ ଅନୁରୋଧ କରିଛନ୍ତି, ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କର ସମ୍ଭାବନା ମରିଯାଇଛି । ବିଶାଲ ପାଣ୍ଡ୍ୟାଙ୍କ ‘ହେଟ୍ ଷ୍ଟୋରୀ-୪’ରେ ଶେଷ ଥର ବଡ଼ ପରଦାରେ ଦେଖା ଦେଇଥିଲେ ଉର୍ବଶୀ । ଅନିଜ ବଜ୍ମୀଙ୍କ ଅପ୍କମିଙ୍ଗ ମଲ୍ଟି ଷ୍ଟାରର୍ ‘ପାଗଲପନ୍ତି’ରେ ଦର୍ଶକ ତାଙ୍କୁ ଦେଖିପାରିବେ । ଏଥିରେ ଅନିଲ କପୁର, ଜନ୍ ଆବ୍ରାହମ୍, ଇଲିଆନା ଡି’କ୍ରୁଜ୍ ଓ ଅର୍ଶଦ ୱାର୍ସି ମୁଖ୍ୟ ଭୂମିକା ନିର୍ବାହ କରିବେ । ଆସନ୍ତା ନଭେମ୍ବର ୮ରେ ଏଇଟି ସିନେମାଘରକୁ ଆସିବ ।


Comments are closed, but trackbacks and pingbacks are open.