ଛତ୍ରପୁର, (ବି.ବି.ନୁ୍ୟଜ୍): ଗୁଣି ଗାରେଡ଼ିକୁ ଚାଲେଞ୍ଜ କରିଛନ୍ତି ଜିଲାପାଳ । ଗୁଣିଗାରେଡ଼ି ପ୍ରମାଣ କରି ଦେଇ ପାରିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏଭଳି ଅନ୍ଧବିଶ୍ୱାସ ଓ କୁସଂସ୍କାରର ବଶବର୍ତ୍ତୀ ନହେବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଗଞ୍ଜାମ ଜିଲାରେ ଭୂତପ୍ରେତ, ଗୁଣିଗାରେଡ଼ି ସମ୍ପର୍କରେ ଜନସାଧାଣଙ୍କ ମନରେ ଅହେତୁକ ଆବେଗ ରହୁଛି । ଯାହାଫଳରେ ରୋଗବ୍ୟାଧି ପାଇଁ ଲୋକ ଡାକ୍ତରଖାନା ନଯାଇ ଗୁଣି ଗାରେଡ଼ିର ଆଶ୍ରୟ ନେଉଛନ୍ତି । ଏପରିକି ଗୁଣିଗାରେଡ଼ି ଘଟଣାକୁ ନେଇ ବିଭିନ୍ନ ସମୟରେ ସଙ୍ଗିନ ଅପରାଧ, ହତ୍ୟାକାଣ୍ଡ ମଧ୍ୟ ଘଟି ଯାଉଛି । ଗୁଣିଗାରେଡ଼ି ଭୂତପ୍ରେତ ବାବଦରେ ଜିଲାର କୌଣସି ବ୍ୟକ୍ତି ବଳିÂ ପ୍ରମାଣ ଦେଇପାରିଲେ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିବେ ଏବଂ ଏଥିରେ ବିଫଳ ହେଲେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ ହେବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।
ଗତ କିଛି ଦିନ ମଧ୍ୟରେ ଖଲିକୋଟ ବ୍ଲକ୍ ଚିକିଲି ପଞ୍ଚାୟତର ଗୋପପୁର ଗ୍ରାମରେ ଗୁଣିଗାରେଡ଼ି ସନେ୍ଦହରେ ପାଞ୍ଚ ଜଣ ବୃଦ୍ଧଙ୍କୁ ମାଡ଼ ମାରି ଦାନ୍ତ ଭାଙ୍ଗିବା ପରେ ଅଖାଦ୍ୟ ଖୁଆଇଥିଲେ । ବୁଗୁଡ଼ା ବ୍ଲକ୍ ବାଲିପଦର ଗାର୍ଲସ ହାଇସ୍କୁଲରେ ୫ ଜଣ ଛାତ୍ରୀଙ୍କୁ ଡାହାଣୀ ସବାର ହେବା ଚର୍ଚ୍ଚାର ବିଷୟ ହୋଇଛି । ପୂର୍ବରୁ ପୋଲସରା ବ୍ଲକ୍ ମଥୁରା ଗ୍ରାମରେ ଜଣେ ନାବାଳିକାର ମୃତୁ୍ୟ ପରେ ଜୀବନ ଫେରି ପାଇବା ଆଶାରେ ପରିବାର ଲୋକ ତାନ୍ତ୍ରିକ ଡକାଇ ମଶାଣିରେ ପୂଜାର୍ଚ୍ଚନା କରିବା ଘଟଣା ପରିପ୍ରେକ୍ଷୀରେ ଜିଲାପାଳ ଲୋକଙ୍କୁ ସଚେତନ କରିବାକୁ ଉଦ୍ୟମ କରିଛନ୍ତି । ଗୁଣିଆର ପ୍ରରୋଚନାରେ କେତେ ଜଣ ନିଜର ସମ୍ପର୍କୀୟଙ୍କୁ ମଧ୍ୟ ବଳିପକାଇବା ପାଇଁ ପଛାଉନାହାନ୍ତି । ଏହା ବିକାରଗ୍ରସ୍ତ ମାନସିକତାର ପରିଚୟ ବୋଲି ଜିଲାପାଳ କହିଛନ୍ତି । ବିଜ୍ଞାନସମ୍ମତ ଭାବରେ ଏହା ଏକ ରୋଗ । ଗୁଣିଆ ବିଭିନ୍ନ ମନଗଢା କଥା କହି ଲୋକଙ୍କୁ ବିଭ୍ରାନ୍ତ କରି ଆର୍ଥିକ ଶୋଷଣ କରୁଛି । ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ନହେବାକୁ ଜନସାଧାରଣଙ୍କୁ ସଚେତନତା ସତ୍ତେ୍ୱ ଲୋକଙ୍କ ଭ୍ରାନ୍ତ ଧାରଣା ଦୂର ହୋଇପାରୁନାହିଁ । ଏହାକୁ ନେଇ ଜିଲା ତରଫରୁ ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ, କଲେଜରେ ସଚେତନତା କରାଯିବ । ଏହିପରି ଅପରାଧିକ କାର୍ଯ୍ୟରୁ କ୍ଷାନ୍ତ ହେବାକୁ ସେ ଗୁରୁତ୍ୱାରୋପ କରିଛନ୍ତି । ତଥାପି କୌଣସି ବ୍ୟକ୍ତି ଏହି କାର୍ଯ୍ୟରେ ନିୟୋଜିତ ହୋଇ ସାଧାରଣ ଲୋକଙ୍କୁ ହଇରାଣ କରନ୍ତି ତାହଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଚେତାବନୀ ଦେଇଛନ୍ତି ।


Comments are closed, but trackbacks and pingbacks are open.