ଗୁଣିଗାରେଡ଼ିରେ ବଞ୍ଚାଇବାକୁ ଘରକୁ ଆଣିଲେ ଶବ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ମଣିଷ ଚନ୍ଦ୍ରରେ ଘର କରିବାକୁ ଯୋଜନା କଲାଣି । ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏବେ ବି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ବସା ବାନ୍ଧିଛି । ଆଜି ସାପ କାମୁଡାରେ ଜଣେ ସାପଧରାଳି ଯୁବକଙ୍କ ମୃତୁ୍ୟ ଘଟିବା ପରେ ତାକୁ ଗୁଣିଗାରେଡି ସାହାରାରେ ବଞ୍ଚାଇବା ପାଇଁ ପରିବାର ଲୋକେ ଶବକୁ ଘରକୁ ବୋହିଆଣିଛନ୍ତି । ଏପରିକି ପରିବାର ଲୋକେ ସାପ କାମୁଡ଼ାରେ ସରକାରଙ୍କ ୪ ଲକ୍ଷ ଟଙ୍କାକୁ ତୁଚ୍ଛ କରିଦେଲେ । ଯେତେ ବୁଝାଇଲେ ମଧ୍ୟ ବ୍ୟବଚ୍ଛେଦ ନକରି ମୃତଦେହ ଘରକୁ ନେଇଆସିଥିଲେ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଚନ୍ଦାହାଣ୍ଡି ଥାନା ଜମାଦାରପଡା ଗାଁରେ । ମୃତ ଯୁବକ ହେଲେ ଦେବୀ ସିଂ ହାତୀ (୨୯) ।
ଆଜି ସକାଳେ ଜମାଦାରପଡା ଗାଁର ସାପଧରାଳି ଯୁବକ ଦେବୀ ଗାଁର ଜଣଙ୍କ ଘରେ ସାପ ଧରିବା ପାଇଁ ଯାଇଥିଲେ । ଧରୁଥିବା ବେଳେ ସାପଟି ତାଙ୍କୁ ଚୋଟ ମାରିଥିଲା । ଏଥିରେ ଦେବୀ ଗୁରୁତର ହୋଇପଡିଥିଲେ । ତାଙ୍କୁ ମଧ୍ୟାହ୍ନରେ ଚନ୍ଦାହାଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନରେ ତାଙ୍କ ମୃତୁ୍ୟ ଘଟିଥିଲା । ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଯୁବକଜଣଙ୍କ ମରି ନାହିଁ, ଛଟପଟ ହେଉଛି, ଗୁଣିଗାରେଡି ଓ ଦେଶୀ ଚିକିତ୍ସା କଲେ ବଞ୍ଚିଯିବ କହି ଶବଧରି ଗାଁକୁ ଚାଲିଆସିଥିଲେ । ଡାକ୍ତରଖାନା କର୍ତ୍ତୃପକ୍ଷ ଓ ସ୍ଥାନୀୟ ବିଜେଡି ନେତା ପ୍ରମୋଦ ପାଢୀ ପ୍ରମୁଖ ବ୍ୟବଚ୍ଛେଦ କରିବାକୁ ଯେତେ ବୁଝାଇଲେ ମଧ୍ୟ ପରିବାର ଲୋକେ ବୁଝି ନଥିଲେ । ସାପ କାମୁଡାରେ ମୃତୁ୍ୟଘଟିଲେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ମିଳିବ ବୋଲି ବୁଝାଇଥିଲେ ମଧ୍ୟ କେହି ଶୁଣି ନଥିଲେ । ଓଲଟା ଜୀବନ ଆଗରେ ଟଙ୍କାର ମୂଲ୍ୟ କିଛି ନାହିଁ କହି ପରିବାର ଲୋକେ ଉତ୍ତ୍ୟକ୍ତ ହୋଇପଡିଥିଲେ । ଗୁଣିଗାରେଡି କରି ଯୁବକଙ୍କୁ ବଞ୍ଚାଇବୁ କହି ଶବକୁ ନେଇ ଘରକୁ ପଳାଇଥିଲେ । ଚନ୍ଦାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ପୁଲିସ ପହଞ୍ଚିବା ବେଳକୁ ପରିବାର ଲୋକେ ଶବକୁ ନେଇ ଚାଲିଯାଇଥିଲେ । ଏନେଇ ଥାନା ଅଧିକାରୀ ଅଭୟ ବେହେରାଙ୍କୁ ପଚାରିବାରେ ପୁଲିସ ପକ୍ଷରୁ ମଧ୍ୟ ସମ୍ପୃକ୍ତ ପରିବାରକୁ ବୁଝାଶୁଝା କରାଯାଇଥିଲା । ହେଲେ ସେମାନେ ନବୁଝି ଶବକୁ ନେଇଯାଇଥିବା ସେ କହିଛନ୍ତି । ତେବେ ରବିବାର ପୁଣିଥରେ ପରିବାର ଲୋକଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ବୁଝାଶୁଝା କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ବେହେରା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons