ଗୁଣିଗାରେଡ଼ି ସନେ୍ଦହ:ଗାଁ ଦାଣ୍ଡରେ ମହିଳାଙ୍କୁ ପିଟି ପିଟି ହତ୍ୟା

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଅନ୍ଧବିଶ୍ୱାସରୁ ମୁକୁଳି ପାରୁନାହାନ୍ତି ଦୁର୍ଗମ ଅଞ୍ଚଳର ଲୋକେ । ଗୁଣିଗାରେଡ଼ି ସନେ୍ଦହରେ ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଛନ୍ତି । ଏଭଳି ଅମାନବୀୟ ତଥା ପାଶବିକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଗୁଜୁମାପଦର ଗାଁରେ । ପ୍ରାଣ ହରାଇଥିବା ମହିଳାଙ୍କ ନାଁ ତୁଳାବତୀ ସାନ୍ତା ।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ତୁଳାବତୀ ନିଜ ଘରେ ପରିବାର ସହିତ ଶୋଇଥିଲେ । ରାତି ପ୍ରାୟ ୧୧ଟା ବେଳେ ଗାଁର ଧନୁ ସାନ୍ତା ଓ ରାଧା ସାନ୍ତା ତାଙ୍କ ଘରେ ପହଞ୍ଚିଥିଲେ । ତୁଳାବତୀଙ୍କୁ ଉଠାଇ ନେଇଥିଲେ ଗାଁ ଦାଣ୍ଡକୁ । ଗୁଣିଗାରେଡି କରୁଥିବା ଅଭିଯୋଗ କରି ନିସ୍ତୁକ ପିଟିଥିଲେ । ଆକ୍ରମଣରେ ତୁଳାବତୀଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ଏବଂ ପଞ୍ଜରା ହାଡ ଭାଙ୍ଗିଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ହୋଇଥିଲା । ଆଜି ସକାଳେ ପାପଡାହାଣ୍ଡି ଏସ୍ଡିପିଓ ବିଜୟ କୁମାର ନାୟକ, ଥାନାଧିକାରୀ ଦାୟିତ୍ୱରେ ଥିବା ପଞ୍ଚାନନ ପ୍ରଧାନ ଏବଂ ମୈଦଲପୁର ଫାଣ୍ଡି ଅଧିକାରୀ ମନୋରଞ୍ଜ ସ୍ୱାଇଁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଘଞ୍ଚ ଜଙ୍ଗଲ ଭିତରୁ କେବଳ ରାଧାକୁ ଧରିବାରେ ସଫଳ ହୋଇଥିଲେ । ଏ ସଂପର୍କରେ ତୁଳାବତୀଙ୍କ ପରିବାର ଲୋକେ ଆଜି ଥାନାରେ ଏତଲା ଦେଇଥିଲେ । ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରିଛି । ଫେରାର୍ ଥିବା ଅନ୍ୟତମ ଅଭିଯୁକ୍ତ ଧନୁକୁ ଗିରଫ କରିବା ଲାଗି ଚଢ଼ଉ ଜାରି ରହିଛି ।
ସୂଚନାଥାଉକି, କିଛିଦିନ ତଳେ ତୁଳାବତୀ ରାତିଅଧରେ କୁଆଡେ ପଦାକୁ ବାହାରୁଥିଲେ । ଗୁଣିଗାରେଡି କରୁଥିଲେ । ଏଭଳି ସନେ୍ଦହ କରି ଗ୍ରାମବାସୀ ତାଙ୍କ ପରିବାରକୁ ନିଅାଁପାଣି ବାସନ୍ଦ କରିଥିଲେ । ମଙ୍ଗଳବାର ରାତିରେ ତୁଳାବତୀଙ୍କୁ ଯେଭଳି ଢଙ୍ଗରେ ହତ୍ୟା କରାଗଲା, ତାହା ଆଇନଶୃଙ୍ଖଳାର ସବୁ ସୀମା ଟପି ଯାଇଥିଲା । ସରକାର ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସଚେତନ କରି ଅନ୍ଧବିଶ୍ୱାସ ହଟାଇବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସଚେତନ କରୁଛନ୍ତି । ହେଲେ ଉଦେ୍ଧଶ୍ୟ ସାଧିତ ହେଉନି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons