ଗୁଣିଗାରେଡ଼ି ସନେ୍ଦହରେ ଡବଲ ମର୍ଡର

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): ଗୁଣିଗାରେଡ଼ି ସନେ୍ଦହରେ ଡବଲ ମର୍ଡର । ଗାଁ ମୁଣ୍ଡରେ ଟାଙ୍ଗିଆରେ ହାଣି ଦୁଇଜଣଙ୍କୁ ନିର୍ମମ ହତ୍ୟା । ଏଭଳି ଅମାନୁଷିକ କାଣ୍ଡ ଘଟିଛି ଶେଷଖାଲ ଥାନା ବଡ଼କସପାଡ଼ୁ ଗାଁରେ । ସୋମବାର ଅପରାହ୍ଣରେ ହତ୍ୟାର ଶିକାର ହୋଇଛନ୍ତି ଗାଁର ଯଦୁମଣି ମାଣ୍ଡାଙ୍ଗି(୪୫) ଓ ପୋଲି ତାଡ଼ିଙ୍ଗି(୫୧) । ଅଭିଯୁକ୍ତ ହେଲା ସେହି ଗାଁର ପ୍ରେମାନନ୍ଦ ମାଣ୍ଡାଙ୍ଗି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଛି । ପୁଲିସ ମୃତକଙ୍କ ଶବ ଉଦ୍ଧାର କରିଛି । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ଖୋଳତାଡ଼ ଆରମ୍ଭ କରିଛି ।
ପୁଲିସ ସୂଚନା ଅନୁସାରେ, ଯଦୁମଣି ଓ ପୋଲି ଗୁଣିଗାରେଡ଼ି କରି ପରିବାର ଲୋକଙ୍କୁ ହଇରାଣ କରୁଥିବା ସନ୍ଦହ କରୁଥିଲା ପ୍ରେମାନନ୍ଦ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ପୂର୍ବରୁ ବହୁବାର ବଚସା ହୋଇଥିଲା । ଗାଁ ଲୋକେ ବି ଏଥିରେ ମୁଣ୍ଡ ଖେଳାଇ କିଛିଦିନ ତଳେ ଏକ ବୈଠକ କରିଥିଲେ । ବୈଠକରେ ଯଦୁମଣି ଓ ପୋଲିକୁ ଜରିମାନା କରାଯାଇଥିଲା । କିନ୍ତୁ ସେମାନେ ଜରିମାନା ଦେଇ ନଥିଲେ । ଏହାକୁ ନେଇ ପ୍ରେମାନନ୍ଦର ରାଗ ପଞ୍ଚମକୁ ଚଢ଼ି ଯାଇଥିଲା । ସୋମବାର ଅପରାହ୍ଣ ପ୍ରାୟ ୩ଟା ବେଳେ ପ୍ରେମାନନ୍ଦ ଏକ ଟାଙ୍ଗିଆ ଧରି ଯଦୁମଣି ଓ ପୋଲିଙ୍କୁ ମାରିବାକୁ ଖୋଜିଥିଲା । ଗାଁ ଭିତରେ ସେମାନଙ୍କୁ ପାଇନଥିଲା । ପରେ ଗାଁଠାରୁ ଅଳ୍ପ ଦୂରରେ ଥିବା ଉଭୟଙ୍କ କୁଡ଼ିଆ ନିକଟକୁ ଯାଇଥିଲା । ସେଠାରେ ଯଦୁମଣି ଓ ପୋଲିଙ୍କୁ ଦେଖିବା ପରେ ଟାଙ୍ଗିଆରେ ହାଣିବାକୁ ଗୋଡ଼ାଇଥିଲା । ଚାଷଜମି ନିକଟରେ ଥିବା କୁଡ଼ିଆଠାରୁ ଗୋଡ଼ାଇ ଗାଁ ପର୍ଯ୍ୟନ୍ତ ଦୁହିଁଙ୍କୁ ନେଇଥିଲା । ଗାଁ ମୁଣ୍ଡରେ ଉଭୟଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରିଥିଲା ।
ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଟିମ୍ ଗାଁରେ ପହଞ୍ଚିଥିଲା । ଶେଷଖାଲ ଆଇଆଇସି ବିଜୟଲକ୍ଷ୍ମୀ ହିକକାଙ୍କ ନେତୃତ୍ୱରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ଖୋଳତାଡ ଆରମ୍ଭ କରିଥିଲେ । ପ୍ରାଥମିକ ତଦନ୍ତ ପରେ ଯଦୁମଣି ଓ ପୋଲିଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ଦୁଇ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଏଣେ ହତ୍ୟାକାରୀ ପ୍ରେମାନନ୍ଦ ଫେରାର୍ ହୋଇଯାଇଛି । ଘଟଣାର ତଦନ୍ତ ଚାଲିଛି । ହତ୍ୟାକାରୀକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସ୍ଡିପିଓ ତପନ ନାରାୟଣ ରଥ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons