ମୋହନା,(ବି.ବି.ନୁ୍ୟଜ୍): ଗୁଣିଗାରେଡ଼ି ସନେ୍ଦହ ନେଇଛି ଦୁଇଟି ଜୀବନ । ଗଜପତି ଜିଲ୍ଲା ମୋହନା ଥାନା ଅଧୀନ କର୍ଚ୍ଚବାଡି ପଞ୍ଚାୟତ ଗପଟିମା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଗୁଣିଗାରେଡି ସନେ୍ଦହରେ ସ୍ୱାମୀ ଓ ସ୍ତ୍ରୀ ଦୁହିଁଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ମୃତକ ହେଲେ କଲେ ଦୁର୍ବୃତ୍ତ । ମୃତକ ହେଲେ ଗପଟିମା ଗ୍ରାମର ପଟ୍ର ମଳିକ(୪୫) ଓ ତାଙ୍କ ପତ୍ନୀ ସବିତା ମଳିକ(୩୨) । େ
ପୁଲିସ ସୂଚନା ଅନୁଯାୟୀ, ସୋମବାର ସକାଳେ ପଟ୍ର ଓ ସବିତା ଦୁହେଁ ଗ୍ରମ ନିକଟ କୁଡ଼ିମା ଜଙ୍ଗଲରେ ଥିବା ନିଜ ବଗଡ଼କୁ ଯାଇଥିଲେ । ତେବେ ସେଠାରୁ ଆଉ ଘରକୁ ଫେରିନଥିଲେ । ତେବେ ଦିନ ପ୍ରାୟ ୧୨ ବେଳେ ଗ୍ରାମର କେତେକ ଲୋକ ଜଙ୍ଗଲକୁ ଯାଇଥିବା ବେଳେ ପଟ୍ର ଏବଂ ତାଙ୍କ ପତ୍ନୀ ସବିତାଙ୍କ କ୍ଷତବିକ୍ଷତ ମୃତଦେହ ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ତେବେ ପ୍ରଥମିକ ତଦନ୍ତରୁ ପୁଲିସ ଗୁଣି ସନେ୍ଦହରେ ଏହି ହତ୍ୟାକାଣ୍ଡ ହୋଇଥିବା ସନେ୍ଦହ କରୁଛି ।
ପଟ୍ର ଓ ସବିତାଙ୍କ ନାବାଳକ ପୁଅର କହିବା ଅନୁସାରେ, କିଛିବର୍ଷ ହେଲା ଗ୍ରାମରେ କୈଣସି ଲୋକର ମୃତୁ୍ୟ ହେଲେ ପଟ୍ର ସେମାନଙ୍କୁ ଗୁଣିକରି ମାରୁଥିବା ଗ୍ରାମବାସୀ ସନେ୍ଦହ କରୁଥିଲେ । ଏନେଇ ଗ୍ରାମରେ ବାରମ୍ବାର ବୈଠକ ବସିଥିଲା । ଗୁଣି ନ କରିବା ପାଇଁ ବୈଠକରେ ପଟ୍ରକୁ ତାଗିଦ୍ ମଧ୍ୟ କରାଯାଇଥିଲା । କିନ୍ତୁ ତାପରେ ମଧ୍ୟ ଗ୍ରାମର କେତେକ ଲୋକଙ୍କ ମୃତୁ୍ୟ ହୋଇଥିଲା । ତେଣୁ ଗୁଣିଗାରେଡ଼ି ଭଳି ଅନ୍ଧ ବିଶ୍ୱାସର ବସବର୍ତ୍ତି ହୋଇ ବାପାମାଙ୍କୁ ହତ୍ୟା କରାଯାଇଥିବା ସେ କହିଛି ।
ଅନ୍ୟପକ୍ଷେ, ଗପଟିମା ୱର୍ଡ ମେମ୍ବର ସୁକାନ୍ତ ମଳିକଙ୍କ ଲିଖିତ ଅଭିଯୋଗ କ୍ରମେ ମୋହନା ପୁଲିସ ଘଟଣାସ୍ଥଳରେ ପହଞ୍ଚô ମୃତଦେହ ଜବତ କରି ଘଟଣାର ପ୍ରଥମିକ ତଦନ୍ତ ଆରମ୍ଭ କରିଛି । ତେବେ ଦମ୍ପତିଙ୍କ କ୍ଷତବିକ୍ଷତ ମୃତଦେହ ଉପରେ ଅତି ନିÂୁରଭାବେ ଦୃର୍ବୁତ୍ତମାନେ ଲଙ୍କାଗୁଣ୍ଡ ପକାଇଥିବା ଦେଖିବାକୁ ମିଳିଛି । ସବିତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବାବେଳେ ପଟ୍ରଙ୍କ ଛାତିରେ ଏକ ଧାରୁଆ ଅସ୍ତ୍ରରେ ବାରମ୍ବାର ଆକ୍ରମଣ କରାଯାଇଛି ।


Comments are closed, but trackbacks and pingbacks are open.