ଗୁଣି ଗାରେଡି ସନ୍ଦେହରେ ହତ୍ୟା

Get real time updates directly on you device, subscribe now.

ମାଲକାନଗିରି: ମାଟି ତଳୁ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ। ମାଲକାନଗିରି ଜିଲ୍ଲାର ଖାଇରପୁଟ ଥାନା ଅନ୍ତର୍ଗତ ବଣ୍ଡା ଘାଟିର କୀର୍ସାନିପଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାକାରୀକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛି।
ମିଳିଥିବା ସୂଚନା ଅନୁସାରେ ଗାଁର ହାଡ଼ି ଶୀଶା ନାମକ ଜଣେ ବ୍ୟକ୍ତି ଗୁଣି ଗାରେଡି ସନ୍ଦେହରେ ସେହି ଗ୍ରାମର ସମା ଶୀଶା ଏବଂ ତାଙ୍କ ସ୍ତ୍ରୀ ଲଛମା ଶୀଶାଙ୍କୁ ହତ୍ୟା କରିଛନ୍ତି। ଅଭିଯୁକ୍ତ ହତ୍ୟା କରିବା ପରେ ଚାଷ ଜମି ନିକଟରେ ଥିବା ଝରଣା ପାଖରେ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ଉପରେ ପଥର ଏବଂ ମାଟି ଲଦି ଦେଇଥିଲା।
ସମା ଓ ଲଛମା ବିଲରୁ ଆଉ ଘରକୁ ଫେରି ନଥିଲେ, ପରିବାର ଲୋକେ ଉଭୟଙ୍କୁ ବହୁ ଖୋଜାଖୋଜି କରିଥିଲେ। ହେଲେ ଦୁଇ ଦିନ ପରେ ଝରଣା ନିକଟରେ ସମା ଓ ଲଛମାଙ୍କ ମୃତଦେହକୁ ସ୍ଥାନୀୟ ଲୋକେ ଦେଖିଥିଲେ। ଏ ନେଇ ସ୍ଥାନୀୟ ଲୋକେ ମୁଦୁଲିପଡ଼ା ଥାନାକୁ ଜଣାଇଥିଲେ। ଏହି ଘଟଣାରେ ମୃତ ଦମ୍ପତିଙ୍କ ପରିବାର ପକ୍ଷରୁ ଥାନାରେ ମଧ୍ୟ ଏତଲା ଦିଆଯାଇଛି। ପୋଲିସ୍ ଦମ୍ପତିଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ କରିବା ସହ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons