ଗୁରାପଲ୍ଲୀ ଟୋଲ୍ ଗେଟରେ କୃଷକ ଆନେ୍ଦାଳନ

Get real time updates directly on you device, subscribe now.

ଖଲ୍ଲିକୋଟ, (ବି.ବି.ନୁ୍ୟଜ): ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଚାଷୀ ଆନେ୍ଦାଳନ ପରିପ୍ରେକ୍ଷୀରେ ଶନିବାର ଗୁରାପଲ୍ଲୀ ଟୋଲ୍ଗେଟ୍ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦିନ ସାଢେ଼ ଏଗାରଟାରୁ ସାଢେ଼ ବାରଟା ପର୍ଯ୍ୟନ୍ତ ଘଣ୍ଟାଏ କାଳ ଗୁରାପଲ୍ଲୀ ଟୋଲ୍ ଗେଟ୍ରେ ବିକ୍ଷୋଭ ସହ ଯାନବାହନ ଗୁଡ଼ିକୁ ଦେୟମୁକ୍ତ କରାଯାଇଥିଲା । ଏହି ଆନେ୍ଦାଳନରେ ଅଖିଳ ଭାରତୀୟ କୃଷକ ସଭା ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀହର୍ଷ ରଥ, ଓଡ଼ିଶା କୃଷକ ସଭା ରାଜ୍ୟ ଉପସଭାପତି ହରେକୃଷ୍ଣ ରେ‡ୀ, ଅଖିଳ ଭାରତୀୟ କ୍ରାନ୍ତିକାରୀ କୃଷକ ସଭା ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଋଷିକୁଲ୍ୟା ରୟତ ମହାସଭା ଛତ୍ରପୁର ବ୍ଲକ୍ ଆବାହକ ବିଜୟ ସ୍ୱାଇଁ, ଅଖିଳ ଭାରତୀୟ କିଷାନ ମଜଦୁର ସଭା ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, କୃଷକ ସଭା ଖଲ୍ଲିକୋଟ ଜୋନ୍ ସମ୍ପାଦକ ଲକ୍ଷ୍ମୀଚରଣ ପାଣିଗ୍ରାହୀ, ଦୁର୍ଗାଚରଣ ପାତ୍ର, ରଘୁନାଥ ଗୌଡ଼, ଆଇନଜୀବୀ ସୀମାଞ୍ଚଳ ବେହେରା ଓ ଜୟରାମ ଦାଶ, ସୀମାଞ୍ଚଳ ବାରିକ, ବିଦ୍ୟାଧର ବେହେରାଙ୍କ ସମେତ ସଙ୍ଗଠନର ବହୁ କର୍ମୀ ସାମିଲ ହୋଇଥିଲେ । ଖଲ୍ଲିକୋଟ ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଭେଜିପୁଟ ଫାଣ୍ଡି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏସ୍.ଆଇ ସୁଶାନ୍ତ କୁମାର ପ୍ରଧାନ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons