ଗୁରୁଦେବ ହସ୍ପିଟାଲ୍ ସିଲ୍

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ବ୍ରହ୍ମାନଗର ସ୍ଥିତ ଗୁରୁଦେବ ହସ୍ପିଟାଲ୍କୁ ସିଲ୍ କରିଛି ପ୍ରଶାସନ । ଆଜି ଅପରାହ୍ନରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତ୍ତାତ୍ରୟ ଭାଉସାହେବଙ୍କ ସହ ପ୍ରଶାସନିକ ଅଧିକାରୀ ଓ କ୍ଲିନିକାଲ୍ ଏଷ୍ଟାବ୍ଲିସ୍ମେଣ୍ଟ ଟିମ୍ ହସ୍ପିଟାଲ୍କୁ ସିଲ୍ କରିଛନ୍ତି । ଉକ୍ତ ଘରୋଇ ହସପିଟାଲ୍ରେ ଚିକିତ୍ସା ଅବହେଳାରୁ ରୋଗୀ ମୃତୁ୍ୟ ହୋଇଥିବା ଅଭିଯୋଗରେ ଏହି କାର୍ଯ୍ୟାନୁÂାନ ଗ୍ରହଣ କରିଛି ପ୍ରଶାସନ । ହସ୍ପିଟାଲ୍ରେ ବର୍ତ୍ତମାନ ୧୬ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି । ମାତ୍ର ୩ଦିନ ହେବ ୧୬ ଜଣ ରୋଗୀଙ୍କ ଅସ୍ତେ୍ରାପଚାର ହୋଇଥିବାରୁ ଏହି ରୋଗୀଙ୍କ ଚିକିତ୍ସା ପାଇଁ ୭ଦିନ ସମୟ ଦିଆଯାଇଛି । ସପ୍ତାହକ ଭିତରେ ରୋଗୀଙ୍କୁ ଡିସଚାର୍ଜ କରି ସମ୍ପୂର୍ଣ୍ଣ ଭାବେ ହସ୍ପିଟାଲ୍କୁ ବନ୍ଦ ରଖିବାକୁ ନିଦେ୍ର୍ଧଶ ଦେଇଛନ୍ତି ଉପଜିଲ୍ଲାପାଳ । ଚିକିତ୍ସା ଅବହେଳାରୁ ରୋଗୀ ମୃତୁ୍ୟ ହୋଇଥିବା ଅଭିଯୋଗର ତଦନ୍ତ ପ୍ରଶାସନ ଓ ପୁଲିସ କରୁଛି । ତଦନ୍ତ ସରିବା ପର୍ଯ୍ୟନ୍ତ ହସ୍ପିଟାଲ୍ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିଦେ୍ର୍ଧଶ ରହିଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ସିନେ୍ଧ ଦତ୍ତାତ୍ରୟ ଭାଉସାହେବ ।
ହସ୍ପିଟାଲ୍କୁ ନେଇ କିଛି ଦିନ ହେଲା ଉତ୍ତେଜନା ଜାରି ରହିଛି ଏବଂ ଏଠାରେ ଚିକିତ୍ସା ଅବହେଳାରୁ ରୋଗୀ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ସୋମବାର ରାତିରେ ରୋଗୀ ମୃତୁ୍ୟକୁ ନେଇ ଉତ୍ତେଜନା ହେବାରୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିଦେ୍ର୍ଧଶ ପ୍ରକାରେ କ୍ଲିନିକାଲ୍ ଏଷ୍ଟାବ୍ଲିସ୍ମେଣ୍ଟ ଟିମ୍ ବୁଧବାର ଚଢ଼ାଉ କରିଥିଲା । ଏହି ଟିମ୍ ସମସ୍ତ ପ୍ରକାର କାଗଜପତ୍ର ଯାଞ୍ଚ କରିବା ସହ ବିଭିନ୍ନ ନଥିପତ୍ର ଦେଖିବା ପରେ ଜିଲ୍ଲାପାଳଙ୍କୁ ଗୁପ୍ତ ରିପୋର୍ଟ ଦେଇଛନ୍ତି । ଆଜି ଜିଲ୍ଲାପାଳ ଏହାକୁ ସିଲ୍ କରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ସିଲ୍ ପାଇଁ ଆସିବା ସମୟରେ ୧୬ଜଣ ରୋଗୀ ରହିଥିବା ଜଣାପଡିଥିଲା । ଏହି ରୋଗୀଙ୍କ କ’ଣ ହୋଇଛି ଜାଣିବା ପାଇଁ ସିଟି ହସ୍ପିଟାଲ୍ର ଏକ ମେଡିକାଲ୍ ଟିମ୍ ଯାଞ୍ଚ କରିଥିଲା । ନିକଟରେ ଏମାନଙ୍କ ଅସ୍ତେ୍ରାପଚାର ହୋଇଥିବାରୁ ଏଠାରୁ ସ୍ଥାନାନ୍ତର କରାଯାଇପାରିବ ନାହିଁ ବୋଲି ରିପୋର୍ଟ ଦେଇଥିଲେ । ଯାହାଫଳରେ ରହିଥିବା ୧୬ଜଣ ରୋଗୀଙ୍କ ଚିକିତ୍ସା ପାଇଁ ୭ଦିନ ସମୟ ଦିଆଯାଇଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ହସ୍ପିଟାଲ୍ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ସରିବା ପରେ ପୁନର୍ବାର ଏହା ଖୋଲିବ କି ନାହିଁ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ଆଜି ଜିଲ୍ଲା ମେଡିକାଲ ଅଫିସର ଡା.ରାଜେନ୍ଦ୍ର ସାହୁ, କାର୍ଯ୍ୟନିର୍ବାହୀ ମାଜିଷ୍ଟେ୍ରଟ୍ ବିନୋଦ କୁମାର ବେହେରା ଉପସ୍ଥିତ ଥିଲେ । ମେଡିକାଲ ଅଫିସର ଡା. ସାହୁ କହିଛନ୍ତି ଯେ, ହସ୍ପିଟାଲ୍କୁ କିଛି କାଗଜପତ୍ର ମଗାଯାଇଛି ଏବଂ ସେମାନେ କିଛି ସମୟ ନେଇଛନ୍ତି । ଯଦି ସେମାନେ କାଗଜପତ୍ର ଦାଖଲ କରୁନାହାନ୍ତି ତାହେଲେ ଜିଲ୍ଲାପାଳଙ୍କୁ ରିପୋର୍ଟ କରାଯିବ ।
ଲାଞ୍ଜିପଲ୍ଲୀର ଶୁଭ୍ରଜିତ ସାମନ୍ତଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ସିଂହଦେଓଙ୍କ ସୋମବାର ରାତିରେ ଆପେଣ୍ଡିସାଇଟିସ୍ ଅସ୍ତେ୍ରାପଚାର ପରେ ମୃତୁ୍ୟ ହୋଇଥିଲା । ଚିକିତ୍ସାରେ ଅବହେଳା ହେବାରୁ ଐଶର୍ଯ୍ୟାଙ୍କ ମୃତୁ୍ୟ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପୁଲିସ ୩୯/୨୦୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons