କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ଆସାମ ପରେ ଏବେ ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀ ଚିହ୍ନଟ କରି କାର୍ଯ୍ୟାନୁÂାନ ଲାଗି ଗୃହମନ୍ତ୍ରୀ ଦୃଢେ଼ାକ୍ତି ବାଢ଼ିଛନ୍ତି । ଆଉ ଯେଉଁଠି ଅନୁପ୍ରବେଶକାରୀମାନେ ବେଆଇନ ଭାବେ ରହିଥିବେ ସେମାନଙ୍କୁ ଠାବ କରି ଦେଶରୁ ବିଦା କରିବାର ବାଟ ଦେଖାଇ ଦିଆଯିବ ବୋଲି କହିଛନ୍ତି । କେବଳ ଏ ଦୁଇ ରାଜ୍ୟ କାହିଁକି ସବୁ ରାଜ୍ୟରେ ଅନୁପ୍ରବେଶକାରୀଙ୍କୁ ଧରିବାକୁ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି) ଲାଗୁ କରାଯିବ ବୋଲି କେନ୍ଦ୍ର ସରକାର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏମିତିରେ ଓଡ଼ିଶାର ଉପକୂଳ କେନ୍ଦ୍ରାପଡ଼ାରେ ଲାଗୁ ହେବାକୁ ଥିବା ଏନ୍ଆର୍ସି ପ୍ରଚଳନ ନିଷ୍ପଞ୍ଚି ଅଧାରେ ଅଟକି ଥିବାବେଳେ ଚିନ୍ତାରେ ପଡ଼ିଛନ୍ତି ବାଂଲାଦେଶୀ । ତେବେ କେନ୍ଦ୍ରାପଡ଼ାରେ ଜିଲ୍ଲାରେ କେତେ ସଂଖ୍ୟାରେ ବାଂଲା ଅନୁପ୍ରବେଶକାରୀ ଅଛନ୍ତି ତାହାକୁ ନେଇ ନ୍ଦ୍ୱନ୍ଦ୍ୱରେ ଅଛି ପ୍ରଶାସନ । ୨୦୦୫ ଜନଗଣନା ଅନୁସାରେ କେନ୍ଦ୍ରପଡ଼ା ଜିଲ୍ଲାର ୩ ତହସିଲ ଅଞ୍ଚଳରେ ୧ ହଜାର ୬୪୯ ଜଣ ବାଂଲାଦେଶୀ ପ୍ରଶାସନିକ ରିପୋର୍ଟ କହୁଥିବାବେଳେ ଏମାନଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଜଣାପଡିଛି ।
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବେଆଇନ କାରବାର ଯୋଗୁ ଯେଉଁସବୁ ଜିଲ୍ଲାରେ ସମସ୍ୟା ବଡ଼ରୂପ ନେଲାଣି ସେଥିରୁ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ୟତମ । ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ପାଳନ କରିବାକୁ ଯାଇ ରାଜ୍ୟ ସରକାର କେନ୍ଦ୍ରାପଡ଼ାରେ ଏନ୍ଆର୍ସି ପ୍ରଚଳନ ପାଇଁ କେନ୍ଦ୍ରର ଅନୁମତି ଲୋଡ଼ିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜଙ୍ଗଲ ଓ ପରିବେଶ ବିଭାଗ ରାଜ୍ୟର ଗୃହ ବିଭାଗକୁ ଚିଠି ଲେଖିଛନ୍ତି । ଉକ୍ତ ଚିଠିରୁ ଜଣାପଡେ଼ କେନ୍ଦ୍ରାପଡ଼ା ଜିଲ୍ଲାରେ ଅନୁପ୍ରବେଶକାରୀଙ୍କ ସମସ୍ୟା ନେଇ ଓଡ଼ିଶା ହାଇକୋର୍ଟ ଏକ ରିଟ୍ ପିଟିସନର ଶୁଣାଣି କରି ଏନ୍ଆର୍ସି ଲାଗୁ କରିବାକୁ ୨୦୧୭ ମସିହାରେ ନିଦେ୍ର୍ଧଶ ଦେଇଥିଲେ । ଏନେଇ ହାଇକୋର୍ଟ ଆମିକସ୍ କୁ୍ୟରି ନିଯୁକ୍ତ କରିଥିବା ବେଳେ ଜୁନ୍ ୨୪ରେ ଏକ ବୈଠକ ଅନୁÂିତ ହୋଇଥିଲା । ବୈଠକରେ ନିଷ୍ପଞ୍ଚି ମୁତାବକ କେନ୍ଦ୍ରାପଡ଼ାରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ଏନ୍ଆର୍ସି ପ୍ରଚଳନ କରିବାକୁ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ । ତା’ପରେ ଯାଇ ଏନ୍ଆର୍ସି କାର୍ଯ୍ୟକାରୀ ହୋଇପାରିବ । ଏଣେ କେନ୍ଦ୍ରାପଡ଼ା ପ୍ରଶାସନ ପାଖରେ ବାସ୍ତବ ହିସାବ ନାହିଁ, ପ୍ରକୃତରେ କେତେ ଅନୁପ୍ରବେଶକାରୀ ରହୁଛନ୍ତି କେନ୍ଦ୍ରାପଡ଼ାରେ । ପ୍ରଶାସନ ପ୍ରସ୍ତୁତ ତାଲିକା କରିଥିବା ସଂଖ୍ୟାଠାରୁ ବହୁ ଗୁଣରେ ଅଧିକ ହେବ ବୋଲି କୁହାଯାଉଛି ।
ଓଡ଼ିଶାରେ ସମୁଦାୟ ୩୯୮୭ ଜଣ ବାଂଲା ଅନୁପ୍ରବେଶକାରୀ ବେଆଇନ ଭାବେ ବସବାସ କରିଆସୁଥିବାବେଳେ ସେଥିରେ କେନ୍ଦ୍ରାପଡ଼ାରେ ୧ ହଜାର ୬୪୯, ପାରାଦୀପ ଓ ଜଗତସିଂହପୁରରେ ସଂଖ୍ୟା ରହିଛି ୧୧୧୨ ଜଣ । ୨୦୦୫ ମସିହାରେ କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ୧୫୫୧, ରାଜନଗରରେ ୩୦, ପଟ୍ଟାମୁଣ୍ଡାଇ ତହସିଲ ଅଧୀନରେ ୬୮ ଜଣ ଚିହ୍ନଟ ହୋଇଥିଲେ । ହେଲେ ବାସ୍ତବ ଚିତ୍ର କିନ୍ତୁ ତା’ଠାରୁ ବହୁ ଗୁଣରେ ଅଧିକ । ମାତ୍ର କେନ୍ଦ୍ରାପଡ଼ାରେ ବାଂଲାଦେଶୀଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ହେବ ବୋଲି ଅସମର୍ଥିତ ସୂତ୍ରରୁ ପ୍ରକାଶ । ମହାକାଳପଡ଼ା, ରାଜନଗର ଓ ପଟ୍ଟାମୁଣ୍ଡାଇରେ ବାଂଲାଦେଶୀ ରହୁଥିବା କୁହାଯାଉଥିଲେ ବି ଅନ୍ୟ ଅଞ୍ଚଳରେ ଛାଇଯାଇଛନ୍ତି । କେବଳ ଯେ ରହୁନାହାନ୍ତି ବିଭିନ୍ନ ବାବଦରେ ସ୍ଥାନୀୟ ପ୍ରଶାସନର କିଛି ନ୍ୟସ୍ତସ୍ୱାର୍ଥ ଅଧିକାରୀ, କର୍ମଚାରୀଙ୍କ ସହଯୋଗରେ ସରକାରୀ ସୁବିଧା, ସୁଯୋଗ ହାତେଇ ଚାଲିଛନ୍ତି । ବେଆଇନ ଚିଙ୍ଗୁଡ଼ି ଘେରି, ମାଛମରା, ନିଶା କାରବାର ସାଙ୍ଗକୁ ନାବାଳିକା ଚାଲାଣ ଆଦି ବିଭିନ୍ନ ସଙ୍ଗୀନ ମାମଲାରେ ସମ୍ପୃକ୍ତ ଥିବାର ବିଭିନ୍ନ ସମୟରେ ନଜରକୁ ଆସିଛି ।
ବିଶେଷକରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବତୀଘର, ଖରିନାସୀ, ରାମନଗର, ପେଟଛେଲା, ଜମ୍ୱୁ, ସୁନତି, ଗୋଗୁଆ, ଲାଞ୍ଜୁଡ଼ା, କଂସାର-ବଡ଼ଦାଣ୍ଡୁଆ, ବଉଳକଣୀ ଆଦି ପଞ୍ଚାୟତ ବଙ୍ଗୀୟ ଅଧ୍ୟୁଷିତ । ରାଜନଗରର ରଙ୍ଗିଣୀ, କେରୁଆପାଳ, ତାଳଚୁଆ, ବାଘମାରି, ଡାଙ୍ଗମାଳ, କୃଷ୍ଣନଗର, ଗୁପ୍ତି, ବ୍ରାହ୍ମଣୀ ସାହି, ଈଶ୍ୱରପୁର ଆଦି ପଞ୍ଚାୟତରେ ଦେଖିବାକୁ ମିଳେ ବାଂଲାଦେଶୀଙ୍କ ଦବ୍ଦବା । ପଟ୍ଟାମୁଣ୍ଡାଇର ଖଡ଼ିଅନ୍ତା ପଞ୍ଚାୟତରେ ୭ ପରିବାରକୁ ତକ୍ରାଳୀନ କେନ୍ଦ୍ର ସରକାର ଥଇଥାନ କରିଥିଲେ ବି ପରେ ସେମାନଙ୍କ ବଂଶ ବୃଦ୍ଧି ପାଇ ଏବେ ୩୦୦ ଟପିଗଲାଣି । ଲୋକମୁଖରେ ଜିଗରଣ ବଙ୍ଗାଳିସାହି କଲୋନୀ ଭାବେ ପରିଚିତ ଲାଭ କରିଛି । ତା’ ବାଦ୍ ସଂସାରଫଳ ପଞ୍ଚାୟତକୁ ପଶିଆସିଲେଣି ବାଂଲା ଅନୁପ୍ରବେଶକାରୀ । ପୌରପାଳିକାର ପୋଖରିଆପଡ଼ା, ପଟ୍ଟାମୁଣ୍ଡାଇ ବଜାର, ପ୍ରହରାଜପୁର, ବେଲତଳ, ଦକ୍ଷିଣଦିଆ ଉପକଣ୍ଠ ଆଦି ଅଞ୍ଚଳରେ ଭଡ଼ାନେଇ ବେପାର, ବଣିଜ କରିଆାସୁଛନ୍ତି । ଗତ ନିର୍ବାଚନରେ ଭୋଟର ତାଲିକାରେ ଥିବା ୧୩୭ ଜଣ ଅନୁପ୍ରବେଶକାରୀଙ୍କ ନାଁ ବାଦ୍ ଦିଆଯାଇଥିଲା । କେନ୍ଦ୍ରାପଡ଼ାରେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଓ ଏନ୍ଆରସି ପ୍ରଚଳନ ସଂକ୍ରାନ୍ତରେ ପ୍ରଶାସନ ପାଖରେ କୌଣସି ଖବର ନଥିବା ପ୍ରତିକ୍ରିୟାରେ କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ।
Comments are closed, but trackbacks and pingbacks are open.