ଗେଷ୍ଟ୍ ହାଉସ୍ରେ ସେକ୍ସ ର୍ୟାକେଟ୍: ୬ କଲେଜ ଛାତ୍ରୀ ଉଦ୍ଧାର

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ବୁ୍ୟରୋ): ସହରର ସିପି ଛକ ସ୍ଥିତ ବୃନ୍ଦାବନ ଗେଷ୍ଟ ହାଉସ୍ରେ ବଡ଼ ଧରଣର ଏକ ସେକ୍ସ ର୍ୟାକେଟ୍ ଠାବ କରାଯାଇଛି । ଗୁପ୍ତ ସୂଚନା ବଳରେ ଆଜି ମଧ୍ୟାହ୍ନରେ ଜଗତସିଂହପୁର ପୁଲିସ ଅତର୍କିତ ଭାବେ ଗେଷ୍ଟ ହାଉସ୍ରେ ଚଢ଼ଉ କରି ୫ ଜଣ କଲେଜ ଛାତ୍ରୀଙ୍କ ସମେତ ମୋଟ ୬ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୬ ଜଣ ଯୁବକଙ୍କୁ ଗିରଫ କରିଛନ୍ତି । ଉଦ୍ଧାର କଲେଜ ଛାତ୍ରୀଙ୍କ ମଧ୍ୟରେ ୨ ଜଣ ନାବାଳିକା ଅଛନ୍ତି । ଗେଷ୍ଟ ହାଉସ୍ର ପ୍ରତି ରୁମ୍କୁ ତନ୍ନ ତନ୍ନ କରି ଯାଞ୍ଚ କରି ପୁଲିସ ଟିମ୍ ବହୁ ଆପତ୍ତିଜନକ ସାମଗ୍ରୀ ସହ ଘଟଣାସ୍ଥଳରୁ ୬ଟି ବାଇକ୍ ଜବତ କରିଛନ୍ତି । ଗିରଫ ଯୁବକମାନେ ହେଉଛନ୍ତି ଜଗତସିଂହପୁର ଥାନା ଅନ୍ତର୍ଗତ ସରାମ୍ବୋର ଦୀପ୍ତି ରଞ୍ଜନ ମଲ୍ଲିକ(୨୮), ଗୋବିନ୍ଦାପୋଖରୀର ଶ୍ରୀକୃଷ୍ଣ ପାଲ(୨୯), ପୁରୁଣାଗଡ଼(ଆଶ୍ରମପାଟଣା)ର ପିଣ୍ଟୁ ସାହୁ(୨୩), ସିଦ୍ଧଳ କନ୍ତାରର ରାକେଶ କୁମାର ସାହୁ(୨୫), କଟକ ଜିଲ୍ଲା ଗୋବିନ୍ଦପୁର ନାହାଳପୁରର ଦୀପକ ମଲ୍ଲିକ(୨୫), ତିର୍ତ୍ତୋଲ ଥାନା ରାହାଡ଼ିଙ୍ଗାର ଗୌତମ ବେହେରା(୨୫) ଓ ଗେଷ୍ଟ ହାଉସ୍ର ରିସେପ୍ସନିଷ୍ଟ ବାଲିକୁଦା ମୂଳୁଗାଁ ନାଗ ବ୍ରହ୍ମପୁରର ଅକ୍ଷୟ କୁମାର ଗୋଚ୍ଛାୟତ(୩୫) ।
ଜଗତସିଂହପୁର ଜିଲ୍ଲା ଇତିହାସରେ ଏତେ ବଡ଼ ସେକ୍ସ ର୍ୟାକେଟ୍ ଧରା ହେବା ଏଇଟି ପ୍ରଥମ ଘଟଣା ହୋଇଥିବା ବେଳେ ଆଜିର ଚଢ଼ଉ ପରେ ଗେଷ୍ଟ ହାଉସ୍ ସମ୍ମୁଖରେ ହଜାର ହଜାର ଲୋକ ରୁଣ୍ଡ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ପୁଲିସ ଛାତ୍ରୀ ଓ ଯୁବତୀଙ୍କୁ ଉଦ୍ଧାର କରି ଥାନା ପର୍ଯ୍ୟନ୍ତ ଆଣିବାକୁ ନାକେଦମ୍ ହୋଇ ପଡ଼ିଥିଲେ । ଏପଟେ ଲୋକ ଲଜ୍ଜା କାରଣରୁ ଗେଷ୍ଟ ହାଉସ୍ ଭିତରେ ହିଁ କେଉଁ ଯୁବକ ମୁଣ୍ଡରେ ହେଲମେଟ୍ ପୂରାଇ ପକାଇଥିବା ବେଳେ ଆଉ କିଛି ହାତରେ ମୁହଁ ଦେଇ ଛିଡ଼ା ହୋଇଥିବା ନଜରକୁ ଆସିଥିଲା । ସବୁଠାରୁ ଚକିତକାରୀ ବିଷୟ ହେଲା, ଉଦ୍ଧାର ପାଞ୍ଚ ଛାତ୍ରୀଙ୍କ ଭିତରେ ଦୁଇ ଜଣ ନାବାଳିକା ରହିଛନ୍ତି । ଦୁଇ ଜଣ ନାବାଳିକା ଛାତ୍ରୀ ହିଁ କଲେଜ ଡ୍ରେସ୍ରେ ଥିବା ଦେଖିବାକୁ ମିଳିଛି । କଲେଜ ଡ୍ରେସ୍ କୋଡ୍ରେ ରହିଥିବା ଦୁଇ ଛାତ୍ରୀଙ୍କ ଘର ଜଗତସିଂହପୁର ଥାନା ଅଞ୍ଚଳରେ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ । ତେବେ ଅନ୍ୟ ତିନି ଛାତ୍ରୀଙ୍କ ଭିତରୁ ଜଣେ ଛାତ୍ରୀ କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳର ଏକ କଲେଜରେ ପଢୁଥିବା ବେଳେ ତାଙ୍କ ପ୍ରକୃ୍ତ ଘର ନୟାଗଡ଼ ଅଞ୍ଚଳରେ ଓ ସେ ଜଗତସିଂହପୁର ଥାନା ଅଞ୍ଚଳରେ ସ୍ଥାୟୀ ଭାବେ ବସବାସ କରୁଥିବା ଜଣାପଡ଼ିଛି । ସେହିପରି ଅନ୍ୟ ଦୁଇ ଜଣ ଛାତ୍ରୀଙ୍କ ଭିତରୁ ଜଣେ ପାରାଦୀପ ଲକ୍ ଓ ଅନ୍ୟ ଜଣେ ତିର୍ତ୍ତୋଲ ଥାନା ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଏମାନଙ୍କୁ ଛାଡ଼ି ଉଦ୍ଧାର ହୋଇଥିବା ଯୁବତୀଙ୍କ ଘର ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଫାଣ୍ଡି ଅଞ୍ଚଳରେ ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ । ଏଣେ ଯେହେତୁ ଏମାନେ ସ୍ୱଇଚ୍ଛାରେ ଗେଷ୍ଟ ହାଉସ୍କୁ ଆସିଥିବା ମାନୁଛନ୍ତି, ତେଣୁ ସଂପୃକ୍ତ ଯୁବତୀ ଓ ଛାତ୍ରୀମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ ଅନୁସନ୍ଧାନ କରାଯିବା ସେତେଟା ଆବଶ୍ୟକ ନାହିଁ ବୋଲି ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଗିରଫ ଯୁବକମାନଙ୍କ ଅପରାଧିକ ରେକର୍ଡ ବିଷୟରେ ଅନୁସନ୍ଧାନ କରାଯାଇଥିଲା । ହେଲେ କାହା ବିରୋଧରେ ସେଭଳି କିଛି ଅପରାଧିକ ରେକର୍ଡ ନ ଥିବା ପୁଲିସ ପକ୍ଷରୁ କୁହାଯାଇଛି ।
ନେଡ଼ି ଗୁଡ଼ କହୁଣିକୁ ବୋହିଯିବା ପରେ ପୁଲିସ ପକ୍ଷରୁ ଆଜି ଏଭଳି ଚଢ଼ଉ କରାଯିବା କୌତୂହଳର ବିଷୟ ହୋଇଛି । କାରଣ କେବଳ ବୃନ୍ଦାବନ ଗେଷ୍ଟ ହାଉସ୍ ନୁହେଁ ସହରର ଆଉ କିଛି ହୋଟେଲ ଓ ଲଜ୍ରେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ ଉଠୁଛି । ଆଜି ମଧ୍ୟ ବୃନ୍ଦାବନ ଗେଷ୍ଟ ହାଉସ୍ରେ ଚଢ଼ଉ ହେବା ସମୟରେ ଅନ୍ୟ ଏକ ଲଜ୍ରୁ ୮ଜଣ କଲେଜ ଛାତ୍ରଛାତ୍ରୀ ଡେଇଁ ପଡ଼ି ଖସିଯାଇଥିବା ସହରରେ ଗୁଞ୍ଜରିତ ହୋଇଛି । ଅନୁରୂପ ଭାବେ ନିର୍ଦ୍ଧିଷ୍ଟ କିଛି ଘରୋଇ ମେସ୍ରେ ମଧ୍ୟ ଏପ୍ରକାର ବ୍ୟବସାୟ ବେଶ ଗୁପ୍ତରେ କରାଯାଉଛି । ଆଉ ଏହି ଜଘନ୍ୟ ର୍ୟାକେଟ୍ ପଛରେ ନାମୀଦାମୀ ଲୋକଙ୍କ ହାତ ରହୁଥିବା କୁହାଯାଉଛି । ନିକଟ ଅତୀତରେ ଏମିତି ଏକ ଘଟଣା ଗାନ୍ଧିଛକରେ ଘଟିଥିଲା । ବିଳମ୍ବିତ ରାତି୍ରରେ ଏକ ଅଟୋରେ ଜିନ୍ସ ପିନ୍ଧା ଜଣେ ଯୁବତୀ ଓହ୍ଲାଇଥିଲେ । ବେଶ ଇତସ୍ତତଃ ହୋଇ ଗୋପାଳସାଗର ଆଡେ଼ ଗଲେ । ଅଟୋଟି ଗୋପାଳସାଗର ଅଭିମୁଖେ ଯାଉଥିବା ସତ୍ତେ୍ୱ ଯୁବତୀ ସେ ଦିଗକୁ ଚାଲିକରି ଯିବା କିଛି ଦେଖଣାହାରୀଙ୍କ ସନେ୍ଦହ ବଢ଼ାଇଥିଲା । ଫଳରେ ଯୁବତୀଙ୍କ ସୁରକ୍ଷା ପାଇଁ ସେମାନେ ପୁଲିସକୁ ଖବର କରିଥିଲେ । କିନ୍ତୁ ପୁଲିସ ଭ୍ୟାନ୍ ପହଞ୍ଚିବାର କେଇ ସେକେଣ୍ଡ ପୂର୍ବରୁ ସହରରେ ବେଶ ପରିଚିତ ଜଣେ ବ୍ୟକ୍ତି ଏକ ଧଳା ସ୍କୁଟରରେ ଯୁବତୀଙ୍କୁ ବସାଇ ନିଜ ଘର ଅଭିମୁଖେ ଛୁଟି ଯାଇଥିଲେ । ଏଣେ ପୁଲିସ ଭ୍ୟାନ୍ ମଧ୍ୟ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକାଇ ପଚରାଉଚରା କରିଥିଲେ । ମାତ୍ର ନିଜ ଝିଅ ବୋଲି ସଫେଇ ଦେଇ ବ୍ୟକ୍ତି ଜଣଙ୍କ ପୁଲିସ ଜାଲରୁ ସେ ସମୟରେ ଖସି ଯାଇଥିଲେ । ଏହି ବ୍ୟକ୍ତି ଜଣଙ୍କ ନିଜ ଘରେ ଘରୋଇ ମେସ୍ କରିଛନ୍ତି । ସେ ଦୃଷ୍ଟିରୁ ଯୁବତୀମାନଙ୍କୁ ମେସ୍ରେ ରଖି ଦେହ ବ୍ୟବସାୟରେ ଲଗା ଯାଉଥିବା ସନେ୍ଦହ ପରିସରକୁ ଆସିଛି ।
ସେହିପରି ଟାଉନ୍ ହଲ୍ ନିକଟରେ ରହିଥିବା ଅନ୍ୟ ଏକ କୋଠାରେ କିଛି ଯୁବତୀ ରହୁଥିବା ସାମ୍ନାକୁ ଆସିଛି । ତେବେ ସେମାନେ କିପ୍ରକାର କାମ କରି ରୋଜଗାର କରୁଛନ୍ତି ତାହା ଜଣାପଡ଼ୁ ନାହିଁ । ଏହା ଭିତରେ ସହରର ଜଣେ ସମାଜସେବିକା ଏ ବିଷୟରେ ଟାଉନ୍ ପୁଲିସକୁ ଅବଗତ କରି ସାରିଛନ୍ତି । କିନ୍ତୁ ପୁଲିସ ପକ୍ଷରୁ ଏ ସଂକ୍ରାନ୍ତରେ ସାମାନ୍ୟତମ ତଦନ୍ତ କରାଯାଇ ନ ଥିବା ଲକ୍ଷ୍ୟ କରାଯାଇଛି । ତେଣୁ କରି ଏକାଧିକ ଜାଗାରେ ଏଭଳି ବେପାର ନିଧଡ଼କ ଚାଲିଥିବା ଚର୍ଚ୍ଚାର ପରିଧିକୁ ଆସିଛି । ଚଢ଼ଉରେ ଥାନାଧିକାରୀ ରଜନୀକାନ୍ତ ମିଶ୍ର, ଜଗତସିଂହପୁର ଏସ୍ଡିପିଓ ପ୍ରିୟ ରଞ୍ଜନ ଶତପଥି, ଏସ୍ଆଇ ଶ୍ୱେତପଦ୍ମା ଦାସ, ଆରତି ଧର, ଏସ୍ଆଇ ପଞ୍ଚାନନ ଗୋଚ୍ଛାୟତ, ଏଏସ୍ଆଇ ସୁଶାନ୍ତ ମିଶ୍ର, ଏଏସ୍ଆଇ କୁନିପ୍ରଭା ମଲ୍ଲିକ, ପ୍ରତାପ ବେହେରା, କନ୍ଷ୍ଟେବଳ କିଶୋର ବେହେରା, ଏସ୍ଆଇ ରବି ନାରାୟଣ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons