ଗୋଚର ଜମି ଜବରଦଖଲ ମୁକ୍ତ କରାଯାଉ

Get real time updates directly on you device, subscribe now.

ବୋରିଗୁମ୍ମା: ସରକାରୀ ଗୋଚର ଜମିକୁ ଜବରଦଖଲକାରୀଙ୍କ କବଳରୁ ମୁକ୍ତ କରାଯାଉ । ଏଭଳି ଦାବି କରିଛନ୍ତି ବୋରିଗୁମ୍ମା ବ୍ଲକ୍ ବି.ସିଂହପୁର ପଞ୍ଚାୟତ ପୋଡାପଦର ଗ୍ରାମବାସୀ । ପୂର୍ବତନ ସରପଞ୍ଚ ଦିବାକର ମିଶ୍ରଙ୍କ ନେତୃତ୍ୱରେ ୭୦ରୁ ଅଧିକ ଗ୍ରାମବାସୀ ଆଜି ଏନେଇ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଜବରଦଖଲମୁକ୍ତ ନହେଲେ ଆଗାମୀ ଦିନରେ ଆନେ୍ଦାଳନ କରିବେ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି ।
ପୋଡାପଦର ମୌଜାରେ ମରଣଭ;ା ନାଁରେ ୯ ଏକର ୭୦ ସେଣ୍ଟ ସରକାରୀ ଗୋଚର ଜମି ରହିଛି । କିନ୍ତୁ ଏହି ଜମିକୁ ଦୀର୍ଘବର୍ଷ ହେଲା ବାହାର ପଞ୍ଚାୟତ ନକୁଳଗୁଡା ଗାଁର ଶିବ ପରଜା ଓ ମେଟା ପରଜା ପ୍ରମୁଖ ସେମାନଙ୍କ କବ୍ଜାରେ ରଖି ଚାଷ କରୁଛନ୍ତି । ଫଳରେ ଗାଁର ଗୋରୁଗାଈ ଚରିବା ଲାଗି ଜମିର ଅଭାବ ରହିଥିବା ଦାବିପତ୍ରରେ ଉଲ୍ଲେଖ ରହିଛି । ଅନ୍ୟପକ୍ଷେ ଗ୍ରାମବାସୀଙ୍କୁ ସମ୍ପୃକ୍ତ ବ୍ୟକ୍ତିମାନେ ଓଲଟା ଧମକ ଚମକ ଦେଉଥିବା ଅଭିଯୋଗ କରାଯାଇଛି । ତେଣୁ ଗାଁରେ ଥିବା ଗୋଚରଜମିକୁ ଜବରଦଖଲକାରୀଙ୍କ କବଳରୁ ମୁକ୍ତକରି ଗୋରୁଗାଈଙ୍କ ଚରାଭୂଇଁ ଭାବେ ଛାଡିବା ଲାଗି ଗାଁର ପୂର୍ବତନ ସରପଞ୍ଚ ଶ୍ରୀ ମିଶ୍ରଙ୍କ ସମେତ ସଦନ ଅମାନାତ୍ୟ, କୃଷ୍ଣ ଅମନାତ୍ୟ, ରତନ, କୃପା ସୌରା, ଜୟ, ନରେନ୍ଦ୍ର, ଶ୍ୟାମସୁନ୍ଦର ଓ ସୁଧୀର ଅମନାତ୍ୟ ପ୍ରମୁଖ ଦାବି କରିଛନ୍ତି । ତହସିଲଦାର ସୁବାସଚନ୍ଦ୍ର ରଇତ ଦାବିପତ୍ର ଗ୍ରହଣ କରି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଖୁବ୍ଶୀଘ୍ର ଜମିକୁ ଦଲାଲମୁକ୍ତ କରାଯିବ ବୋଲି ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନାଥାଉକି, ଏହା ଆଗରୁ ମଧ୍ୟ ଗାଁ ଲୋକେ ଗୋଚରଜମିକୁ ଜବରଦଖଲ ମୁକ୍ତ କରିବା ଲାଗି ବହୁବାର ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଏଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଦାବିପତ୍ର ପ୍ରଦାନ ପରେ ବି କୌଣସି ପଦକ୍ଷେପ ନିଆ ନଗଲେ ବାଧ୍ୟହୋଇ ଗାଁ ଲୋକେ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ରିପୋର୍ଟ: ମାନସ ରଥ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons