ଗୋଟିଏ ଉଦ୍ଧାର, ଅନ୍ୟ ୪ ପାଣିରେ

Get real time updates directly on you device, subscribe now.

ଭୋଗରାଇ,(ବି.ବି.ନୁ୍ୟଜ୍): ଓଡିଶା ସୀମାନ୍ତ ପଶ୍ଚିମବଙ୍ଗର ଦୀଘା ମୁହାଣ ସମୁଦ୍ର କୂଳରେ ହଠାତ ଜୁଆର ଆସିବାରୁ ୫ଟି ଓଡିଶା ନମ୍ବରର ପଥର ବାଝେଇ ଡମ୍ପର ସମୂଦ୍ର ପାଣିରେ ଅଧାରୁ ଅଧିକ ବୁଡି ଯାଇଥିଲା । ସେଥିରୁ ଗୋଟିଏ ଡମ୍ପରକୁ ପୁଲିସ କ୍ରେନ ଲଗାଇ ଉଦ୍ଧାର କରିଥିଲା ବେଳେ ଅନ୍ୟ ୪ଟି ଏବେ ବି ସମୁଦ୍ର ପାଣି ଭିତରେ ଫସି ରହିଛି ।
ସୂଚନା ମୁତାବକ, ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଦୀଘା ମୁହାଣଠାରେ ପଥର ପ୍ୟାଚିଂ ନିର୍ମାଣ କାର୍ଯ୍ୟ ଚାଲିଛି । ଓଡିଶାର ପଥର ଚାରାରେ ଚାଲାଣ ହୋଇ ସେଠାରେ ବ୍ୟବହୃତ ହେଉଛି । ପ୍ରତିଦିନ ପରି ଗୁରୁବାର ଅପରାହ୍ନରେ ଓଡିଶା ନମ୍ବରର ୫ଟି ଡମ୍ପର ପଥର ବାଝେଇ କରି ସେଠାକୁ ଯାଇଥିଲା । ପଥର ଖାଲି କରିବା ପୂର୍ବରୁ ପ୍ରାୟ ସନ୍ଧ୍ୟା ୬ଟା ବେଳେ ସମୁଦ୍ରରେ ହଠାତ ଉଚ୍ଚ ଜୁଆର ଆସିଯିବାରୁ ଡମ୍ପରଗୁଡିକ ସେହି ପାଣିରେ ଅଧା ପର୍ଯ୍ୟନ୍ତ ବୁଡି ଯାଇଥିଲା । ଏହାସହିତ ଡମ୍ପର ଚକା ତଳୁ ବାଲି ଧୋଇଯାଇ ସମ୍ପୂର୍ଣ୍ଣ ଭାବେ ଫସି ଯାଇଥିଲା । ଖବର ପାଇ ଦୀଘା ଓ ମୋହନା ସାମୁଦ୍ରିକ ଥାନା ପୁଲିସର ଏକ ମିଳିତ ଟିମ ଶୁକ୍ରବାର ସକାଳେ ଏକ ଶକ୍ତିଶାଳୀ କ୍ରେନ ଯୋଗେ ଗୋଟିଏ ଡମ୍ପରକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା । ଅନ୍ୟ ୪ଟି ଏବେ ବି ପାଣିରେ ଫସି ରହିଛି । କଲିକତାରୁ ଅନ୍ୟ ଏକ ଶକ୍ତିଶାଳୀ କ୍ରେନ ଆଣି ଶନିବାର ଫସିଥିବା ଡମ୍ପରଗୁଡିକୁ ଉଦ୍ଧାର କରାଯିବ ବାଲି ଦୀଘା ସାମୁଦ୍ରିକ ଥାନା ସୂତ୍ରରୁ ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons