ଗୋଟିଏ ଜୁଇରେ ଦମ୍ପତି, ଅନ୍ୟଟିରେ ମାଆ-ପୁଅ

Get real time updates directly on you device, subscribe now.

ପାତ୍ରପୁର, (ବି.ବି.ନୁ୍ୟଜ୍): ଗୋଟିଏ ଜୁଇରେ ଜଳିଗଲେ ସ୍ୱାମୀ ଓ ସ୍ତ୍ରୀ ଏବଂ ଆଉ ଗୋଟିଏ ଜୁଇରେ ମାଆ ଓ ପୁଅ । ଗତକାଲି ଦୁର୍ଘଟଣାରେ ଦୁଇ ଝିଅକୁ ହରାଇଥିବା ପ୍ରତାପଙ୍କ ଶ୍ୱଶୁର ଘର ଲୋକ, ପୁଅକୁ ହରାଇଥିବା ପ୍ରତାପଙ୍କ ବାପା ଓ ମାଆ ଏବଂ ଦୁର୍ଘଟଣାରେ ମୃତୁ୍ୟ ବିଭୀଷିକା ନିଜ ଆଖିରେ ଦେଖି ସ୍ତ୍ରୀ ଓ ପୁଅକୁ ହରାଇଥିବା ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ତ୍ରିଲୋଚନଙ୍କ ଆଖିରୁ ଲୁହ ଶୁଖୁନି । ମୃତ ପ୍ରତାପ, ତାଙ୍କ ସ୍ତ୍ରୀ ରିତୁରାଣୀଙ୍କ ଶବକୁ ପ୍ରତାପର ପରିବାର ଲୋକେ ଆନ୍ଧ୍ରପ୍ରଦେଶର ବେଲପଡ଼ା ସ୍ଥିତ ପ୍ରତାପଙ୍କ ମାମୁ ଘର ଗାଁକୁ ନେଇ ସକ୍ରାର କରିଛନ୍ତି । ସ୍ୱାମୀ ଓ ସ୍ତ୍ରୀଙ୍କୁ ଗୋଟିଏ ଜୁଇରେ ଗ୍ରାମବାସୀ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଅତ୍ୟନ୍ତ ଶୋକାକୁଳ ପରିବେଶ ମଧ୍ୟରେ ସକ୍ରାର କରିଥିଲେ । ଅପରପକ୍ଷେ ଆହତ ତ୍ରିଲୋଚନଙ୍କ ସ୍ତ୍ରୀ ବନିତା ଓ ପୁଅ ଆଦର୍ଶର ମୃତଦେହ ପୁରୀ ସ୍ୱର୍ଗଦ୍ୱାରରେ ଗୋଟିଏ ଜୁଇରେ ସକ୍ରାର କରାଯାଇଛି । ଏହି ସମୟରେ ତ୍ରିଲୋଚନ, ତାଙ୍କ ପରିବାର ଲୋକ ଏବଂ କିଛି ସାଙ୍ଗସାଥୀ ଉପସ୍ଥିତ ଥିଲେ । ମୃତ ପ୍ରତାପଙ୍କ ଶାଳୀ ଜିତାରାଣୀର ଶବକୁ ତାଙ୍କ ପରିବାର ଲୋକ ଯାଜପୁର ନେଇ ଦାହ କରିଛନ୍ତି ।
ଗତକାଲି ଭୋର୍ ୫ଟାରେ ସିମାଞ୍ଚଳ ଦର୍ଶନ ସାରି ଫେରୁଥିବା ଦୁଇଟି ପରିବାରର ୫ ଜଣଙ୍କର ଶନିବାର ଭୋରରେ ମଞ୍ଜୁଷା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ମୃତୁ୍ୟ ହୋଇଥିଲା । ମୃତକଙ୍କ ଭିତରେ ଡି. ପ୍ରତାପ, ତାଙ୍କ ସ୍ତ୍ରୀ ରିତୁରାଣୀ ଓ ଶାଳୀ ଜିତାରାଣୀଙ୍କ ସହିତ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇ ମରଣ ମୁହଁରୁ ବର୍ତ୍ତି ଯାଇଥିବା ତ୍ରିଲୋଚନ ଜେନାଙ୍କ ସ୍ତ୍ରୀ ବନିତା ଜେନା ଓ ତାଙ୍କର ଅଢେଇ ବର୍ଷର ପୁଅ ଆଦର୍ଶ ଜେନା ରହିଥିଲେ । ମୃତକଙ୍କ ପରିବାର ଲୋକ ପହଞ୍ଚିବାରେ ଅନେକ ବିଳମ୍ବ ହେବାରୁ ଶବ ବ୍ୟବଛେଦ ଶନିବାର ସନ୍ଧ୍ୟା ୬ଟା ପରେ ସୋମପେଟା ସରକାରୀ ଡାକ୍ତରଖାନାରେ ହୋଇଥିଲା । ଆନ୍ଧ୍ର ପୁଲିସ ୫ଟି ଶବକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ତ୍ରିଲୋଚନଙ୍କ ପୁଅର ମୁଣ୍ଡନ ପାଇଁ ସିମାଞ୍ଚଳ ଯାଇଥିଲେ ୨ ପରିବାରର ୬ ଜଣ । ଫେରିବା ବାଟରେ ମଞ୍ଜୁଷା ନିକଟ କାଟାପଲ୍ଲୀ ନିକଟରେ ଏକ କଲଭର୍ଟକୁ କାର୍ ପିଟି ହୋଇ ନିକଟ ଗାଡ଼ିଆ ଭିତରକୁ ପଶି ଯାଇଥିଲା । ଘଟଣା ସ୍ଥଳରେ ୫ ଜଣଙ୍କ ମୃତୁ୍ୟ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons