ଗୋଟିଏ ଦିନରେ ୪୦ ଜୀବନ ନେଲା କରୋନା

Get real time updates directly on you device, subscribe now.

ଭୁବନେଶ୍ୱର: ସୋମବାର ୩୫, ମଙ୍ଗଳବାର ୩୭ ବୁଧବାର (ଆଜି)୪୦ । ୩ ଦିନରେ ସରକାରୀ ଭାବେ କରୋନାରେ ୧୧୨ ଜଣଙ୍କ ଜୀବନ ଯାଇଛି । ଘାତକ କରୋନାର ଏ ରୂପ ଦେଖି ସବୁଠି ଛନକା ପଶିଲାଣି । ତେବେ ସଂକ୍ରମଣ ସ୍ଥିର ହୋଇଯିବା କିଛି ମାତ୍ରାରେ ଆଶ୍ୱସନା ଦେଇଛି । ଆଜି ୮୩୯୯ ଜଣ ପଜିଟିଭ୍ ହୋଇଛନ୍ତି । ଟେଷ୍ଟିଂ ବଢିବା ପରେ ମଧ୍ୟ ସଂକ୍ରମଣ କମିଛି । ବୁଧବାର ୬୬, ୬୮୩ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ୍ ହାର ରହିଛି ୧୨.୫୯ ପ୍ରତିଶତ ।
ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟ ପିକ୍(ସବୋର୍ଚ୍ଚର୍ ସ୍ତର)ଅତିକ୍ରମ କରି ସାରିଛି । ସ୍ଥିତି ଏବେ ତଳମୁହାଁ ହୋଇଛି । ଖାଲି ଆମ ରାଜ୍ୟ ନୁହେଁ । ସାରାଦେଶରେ ସଂକ୍ରମଣ କମି କମି ଚାଲିଛି । ଅନ୍ୟରାଜ୍ୟରେ ଯେତେବେଳେ ସଂକ୍ରମଣ ଅଧିକ ରହିଥିଲା, ଓଡ଼ିଶାରେ ତୁଳନାତ୍ମକ ଭାବେ କମ ଥିଲା । ଅନ୍ୟ ରାଜ୍ୟ ତୁଳନାରେ କରୋନା ମୃତୁ୍ୟ ସଂଖ୍ୟା ଓଡ଼ିଶା କମ୍ ରହିଛି । ମେ ମାସରେ ଅଧିକ ଗୁରୁତର ରୋଗୀ ଚିହ୍ନଟ ହୋଇଥିଲେ । ତେଣୁ ଏବେ ମୃତୁ୍ୟସଂଖ୍ୟା ଅଧିକ ହେଉଛି । ବର୍ତ୍ତମାନ ଗୁରୁତର ରୋଗୀଙ୍କ ସଂଖ୍ୟା କମୁଛି । ଅଧିକାଂଶ ଡାକ୍ତରଖାନାରେ ବେଡ୍ ଖାଲି ହେଉଛି । ବ୍ଲାକ୍ ଫଙ୍ଗ୍ସ ରୋଗୀ ଏବେ ରାଜ୍ୟରେ ବଢୁଛି । ବର୍ତ୍ତମାନ ସୁଦ୍ଧା ୪୧ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇ ସାରିଥିବା ସୂଚନା ଦେଇଛନ୍ତି ଡା. ମିଶ୍ର ।
ଆଜି ୧୦,୫୯୪ ଜଣ କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି । ସଂକ୍ରମଣଠୁ ସୁସ୍ଥଙ୍କ ସଂଖ୍ୟା ଅଧିକ ହେଉଥିବାରୁ ସକ୍ରିୟ ରୋଗୀ ସଂଖ୍ୟା କମି ଚାଲିଛି । ଏବେ ୭୬,୬୨୬ ଜଣ ସକ୍ରିୟ ରୋଗୀ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୧୦୨, ଅନୁଗୁଳରେ ୪୬୮, କଟକରେ ୭୬୬, ଢେଙ୍କାନାଳରେ ୪୫୧, ଜଗତସିଂହପୁରରେ ୨୬୯, ଯାଜପୁରରେ ୫୧୪, କେନ୍ଦ୍ରାପଡ଼ାରେ ୨୧୦, ମୟୂରଞ୍ଜରେ ୪୮୫, ନବରଙ୍ଗପୁରରେ ୨୦୦, ନୟାଗଡ଼ରେ ୨୨୩, ପୁରୀରେ ୪୭୫, ରାୟଗଡ଼ାରେ ୨୯୨ ଓ ସୁନ୍ଦରଗଡ଼ରେ ୪୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ପଶ୍ଚିମ ଓଡ଼ିଶାରେ କରୋନା ଖସିବା ଆଶ୍ୱସନା ଆଣିଥିବା ବିଶେଷଜ୍ଞ କହିଛନ୍ତି ।
ମୃତକଙ୍କ ମଧ୍ୟରେ ଅନୁଗୁଳରୁ ୫, ବାଲେଶ୍ୱରରୁ ୧, ଭୁବନେଶ୍ୱରରୁ ୨, ବୌଦ୍ଧରୁ ୩, କଟକରୁ ୫, ଦେବଗଡ଼ରୁ ୨, ଢେଙ୍କାନାଳରୁ ୧, ଯାଜପୁରରୁ ୧, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୫, ଖୋର୍ଦ୍ଧାରୁ ୩, ମାଲକାନଗିରିରୁ ୧, ନବରଙ୍ଗପୁରରୁ ୨, ରାୟଗଡ଼ାରୁ ୩ ଓ ସମ୍ବଲପୁରରୁ ୨ ଜଣ ରହିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons