ଗୋଟିଏ ରଜ ପାଇଁ ଜୀବନକୁ ବାଜି ଲଗାନ୍ତୁନି: ବାଗଚୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗୋଟିଏ ରଜ ପର୍ବ ପାଳିବା ପାଇଁ ଜୀବନକୁ ବାଜି ଲଗାନ୍ତୁ ନାହିଁ କି କରୋନାର ସୁପରସ୍ପରେଡର ହୁଅନ୍ତୁ ନାହିଁ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ ମୁଖପାତ୍ରର ସୁବ୍ରତ ବାଗଚୀ ସତର୍କ କରାଯାଇଛନ୍ତି । ଆଜି ଗଣମାଧ୍ୟମକୁ ସମ୍ବୋଧାନ କରିଶ୍ରୀ ବାଗଚୀ କହିଛନ୍ତି ଯେ, ଚଳିତଥର ରଜପର୍ବ ପ୍ରତି ଅଧିକ ସଚେତନ ହେବାକୁ ପଡିବ । ରାଜ୍ୟରେ ମେ’ ୨୬ ରୁ ଜୁନ୍ ୬ ତାରିଖ ମଧ୍ୟରେ କରୋନା ସଂକ୍ରମଣ ଅଧିକ ହୋଇଛି । ଯଦି ଏବେ ସତର୍କ ନ ହେବା ଓ ରାଜପର୍ବରେ ସାମାଜିକ ଦୂରତ୍ୱ କଟକଣାକୁ ପାଳନ ନକଲେ ସବୁ ପରିଶ୍ରମ ବୃଥା ଯିବ । କରୋନା ସଂକ୍ରମଣ ପାଇଁ ଜନଗହଳି ହେଉଛି ରାଜଯୋଟକ । ଅଧିକ ମାତ୍ରାରେ ଜନଗହଳି ଓ ଦୋକାନ ବଜାରର ଆବଧ ପରିସର ମଧ୍ୟରେ ରହିଲେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାର ଆଶଙ୍କା ରହିଥାଏ । ତେଣୁ ରାଜପର୍ବ ପାଳନ ଓରାଜ ବଜାର କରିବା ପାଇଁ କେତେକ ଦିଗ ପ୍ରତି ସତର୍କ ରହିବାକୁ ପଡିବ ବୋଲି ସେ କହିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ହାର ୨ ଗୁଣ ବଢ଼ିଥିବା ବେଳେ ସୁସ୍ଥ ହାର ୩ ଗୁଣ ବଢ଼ିଛି । ଯାହାକି ଶୁଭ ସଂକେତ । କିନ୍ତୁ କରୋନା ସଂକ୍ରମଣକୁ ରୋକିବା ପାଇଁ ହେଲେ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ପାଳିବାକୁ ହେବ । ରଜ ବଜାର ଓ ରଜ ପାଳନ ପାଇଁ ଗାଇଡଲାଇନ୍ ଜାରି କରି ସେ କହିଥିଲେ ଯେ, ଦୋକାନୀମାନଙ୍କର ଅଧିକ ଗୁରୁଦାୟିତ୍ୱ ରହିଛି । ସେମାନେ ସର୍ବଦା ମାସ୍କ ପିନ୍ଧିବେ, ମାସ୍କ ଖୋଲି କଥା ହେବେ ନାହିଁ । ବିନା ମାସ୍କରେ ଗ୍ରାହକଙ୍କୁ ଦୋକାନ ଭିତରକୁ ଆସିବାକୁ ଦେବେ ନାହିଁ ।ହାତ ସାନିଟାଇଜ୍ କରାଇବେ । ନଗଦ କାରବାର ହ୍ରାସ କରି ଡିଜିଟାଲ ପେମେଣ୍ଟ ଗ୍ରହଣ କରିବାର ବ୍ୟବସ୍ଥା କରିବେ । ଲୁଗା ଦୋକାନୀମାନେ ହାତରେ ଗ୍ଲୋଭସ ପିନ୍ଧି ଜିନିଷ ଦେଖାଇବେ । ଗ୍ରାହକମାନେ ଦୋକାନ ବାହାରେ ୬ ଫୁଟ ଦୂରତ୍ୱ ରଖି ଛିଡ଼ା ହୁଅନ୍ତୁ । ଭିଡ଼ ଥିବା ଦୋକାନ ଭିତରକୁଯାଆନ୍ତୁ ନାହିଁ । ଘରକୁ ଆଣୁଥିବା ଜିନିଷକୁ କିଛି ଘଣ୍ଟା ଅଲଗା ରଖନ୍ତୁ । ପରିବାରର ସବୁ ଲୋକ ଜିନିଷ ପାଇଁ ଯିବା ଅନୁଚିତ । କେବଳ କେହି ଜଣେ ଯାଇ ରଜ ବଜାର କରନ୍ତୁ । ରଜରେ ବାହାରକୁ ଯାଇ ତାସ୍ ଖେଳିବାକୁ ଶ୍ରୀ ବାଗଚୀ ବାରଣ କରିବା ସହ ପରିବାର ସହ ରହିବାକୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଶ୍ରୀ ବାଗଚୀ ଗତ ୨୪ ଘଣ୍ଟା ମଧ୍ୟରେ କେତେକ ଦୋକାନବଜାରରେ ହେଉଥିବା ଜନଗହଳି ଓ ସାମାଜିକ ନିୟମ ଉଲ୍ଲଙ୍ଘନ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନ କରିବା ସହ ଏହାକୁ ନେଇ ଉଦବେଗ ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ଭିଡ଼ କରୁଥିବା ଦୋକାନ ଉପରେ କାର୍ଯ୍ୟାନୁÂାନ ଦେବା ପାଇଁ ସରକାର ନିଦେ୍ର୍ଧଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons