ଭୁବନେଶ୍ୱର: ଗୋଟିଏ ସିଫ୍ଟରେ ଚାଲିବ ଭୁବନେଶ୍ୱର ବିମାନ ବନ୍ଦର। ଲକ୍ ଡାଉନ୍ ପରେ ଏୟାରପୋର୍ଟ ଦିନକୁ ଗୋଟିଏ ସିଫ୍ଟ ଚାଲିବ। ସକାଳ ୧୦ଟାରୁ ସଂଧ୍ୟା ୬ଟା ଯାଏଁ ରହିବ ସିଫ୍ଟ। ପୂର୍ବଭଳି ଅଧିକ ବିମାନ ଆସିବନି।
ଘଣ୍ଟାକୁ ୨ଟି ବିମାନ ଆସିପାରିବ ବୋଲି ଏୟାରପୋର୍ଟ ନିର୍ଦ୍ଦେଶକ ଭିଭି ରାଓ ସୂଚନା ଦେଇଛନ୍ତି। ବିମାନ ବନ୍ଦର ପରିଚାଳନା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ରହିବ। ହାତ ଧୋଇବା ପାଇଁ ଏୟାରପୋର୍ଟରେ ପର୍ୟ୍ୟାପ୍ତ ୱାସ୍ ବେସିନ୍ ରଖାଯିବ ବୋଲି ଏୟାରପୋର୍ଟ ପକ୍ଷରୁ କୁହାଯାଇଛି।


Comments are closed, but trackbacks and pingbacks are open.