ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା ହୁମ୍ମା ହାଟ ନିକଟ ଏକ ଗୋଦାମ ଘରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି । ଶିଶୁଟିର କାନ୍ଦ ଶୁଣି ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିଥିବା ଜଣାଯାଇଛି । ତେବେ କିଏ ଓ କାହିଁକି ଶିଶୁଟିକୁ ରାସ୍ତାରେ ଛାଡ଼ି ଦେଇ ପଳାଇଲା ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଶିଶୁଟିକୁ ଉଦ୍ଧାର ପରେ ସ୍ଥାନୀୟ ଲୋକେ ତାକୁ ହୁମ୍ମା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ନ ଥିବାରୁ ଶିଶୁଟିକୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ତା’ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡିଛି । ତେବେ କିଏ ଓ କେଉଁ ପରିସ୍ଥିତିରେ ଶିଶୁପୁତ୍ରଟିକୁ ଫୋପାଡ଼ି ଦେଇ ପଳାଇଲା ତାହା ସ୍ପଷ୍ଟ ହୋଇନାହିଁ । ଲକ୍ଡାଉନ୍ ଯୋଗୁଁ ବହୁ ପ୍ରବାସୀ ଶ୍ରମିକ ଚାଳି ଚାଲି ଯାଉଥିବାରୁ କେହି ଶିଶୁଟିକୁ ଛାଡି ଚାଲି ଯାଇଥିବା ସନେ୍ଦହ କରାଯାଉଛି ।
Comments are closed, but trackbacks and pingbacks are open.