
କୋରାପୁଟ, (ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ):କୋରାପୁଟ ସହର ୨୧ ନମ୍ବର ୱାଡର଼୍ ଅନ୍ତର୍ଗତ ଲାଣ୍ଡିଗୁଡ଼ା ନିକଟ ଗୌଡ଼ ସାହିରେ ବଢ଼ୁଛି ଜଳକଷ୍ଟ । ତେଣୁ ପାନୀୟ ଜଳ ସୁବିଧା ପାଇଁ ସାହି ବାସିନ୍ଦା ଆଜି ପ୍ରଶାସନ ନିକଟରେ ଗୁହାରି କରିଛନ୍ତି । ବିମଳା ଗୌଡ଼, ଜ୍ରମତି ଗୌଡ଼, ଡୋ ଲି ଗୌଡ଼,ମୀନ କେତନ ଗୌଡ଼ ପ୍ରମୁଖଙ୍କ ସହିତ ସାହି ବାସିନ୍ଦା କହିଛନ୍ତି, ସାହିରେ ୩୭ ପରିବାର ବାସ କରି ଆସୁଛନ୍ତି । ସାହିରେ ଗୋଟିଏ ମାତ୍ର ନଳକୂପ ଅଛି । ନଳକୂପରୁ କମ ପାଣି ବାହାରୁଛି । ତାହାପୁଣି ଗୋଳିଆପାଣି ବାହାରୁଛି । ପାଇପ୍ ପାଣି ଲାଇନ ବିଛା ଯାଇଛି । କିନ୍ତୁ କାର୍ଯ୍ୟକ୍ଷମ ହୋଇନାହିଁ । ତେଣୁ ଏହି ଗୋଟିଏ ନଳକୂଅ ଉପରେ ସମସ୍ତ ସାହି ବାସିନ୍ଦା ନିର୍ଭର କରୁଛନ୍ତି । ୩୭ ପରିବାରକୁ ପାନୀୟ ଜଳ ଅଣ୍ଟୁ ନାହିଁ । ଫଳରେ ସାହି ବାସିନ୍ଦା ପାନୀୟ ଜଳ ପାଇଁ ୨କିମି ଽୂର ଯାଇ ଝରଣା ପାଣି ସଂଗ୍ରହ କରି ଆଣିବାକୁ ପଡ଼ୁଛି । ସାହିକୁ ପାନୀୟ ଜଳ ସୁବିଧା ପାଇଁ ପୂର୍ବରୁ ପୌର ନିର୍ବାହୀ ଅଧିକାରୀ ଽୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଯାହାଫଳରେ ନଳକୂଅରୁ ପାନୀୟ ଜଳ ସଂଗ୍ରହ ବେଳେ ଜଳ ଅଭାବ ପାଇଁ ସାହି ବାସିନ୍ଦା ପରସ୍ପର ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହେଉଛି । କିନ୍ତୁ ପାନୀୟ ଜଳ ସମସ୍ୟା ସମାଧାନ ହେଉନାହିଁ । ଯାହାଫଳରେ ସାହି ବାସିନ୍ଦା ଅପ୍ରେଲ ମାସରୁ ପାନୀୟ ଜଳ କଷ୍ଟ ଅଧିକ ଭୋଗି ଆସୁଛନ୍ତି । ଆଗକୁ ଆହୁରି ଜଳ କଷ୍ଟ ଗୁରୁତର ହେବାର ଆଶଙ୍କା ଅଛି । ତେଣୁ ସାହିରେ ଜଳ ସମସ୍ୟା ସମାଧାନ କରିବାକୁ ସାହି ବାସିନ୍ଦା ଆଜି ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଗୁହାରି କରିଛନ୍ତି ।
Comments are closed, but trackbacks and pingbacks are open.