ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳ ସୁବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀଙ୍କ ସୂଚନା। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ଯେ, ପାନୀୟ ଜଳର ସୁବ୍ୟବସ୍ଥା ପାଇଁ ଗୋଟିଏ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ସେଥିପାଇଁ ରାଜ୍ୟବାସୀଙ୍କ ପାଇଁ ଟୋଲ ଫ୍ରି ନମ୍ବର ଜାରି ହୋଇଛି। ସହରାଞ୍ଚଳ ପାଇଁ ଟୋଲ ଫ୍ରି ନମ୍ବର-୦ ୧୮୦୦୩୪୫୬୭୮୩ ଏବଂ ଗ୍ରାମାଞ୍ଚଳ ପାଇଁ ଟୋଲ ଫ୍ରି ନମ୍ବର -୧୯୧୬ ଜାରି ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ସବୁ ନଳକୂପ ସଜାଡିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।
ସେହିପରି ଯେଉଁ ଅଞ୍ଚଳରେ ନଲକୂପ ଖନନର ଆବଶ୍ୟକ ରହିଛି। ଜିଲ୍ଲାପାଳ ପ୍ରସ୍ତାବ ଦେଲେ ସେଠି ନୂଆ ନଳକୂପ ଖୋଳାଯିବ ବୋଲି ଶ୍ରୀ ମନ୍ତ୍ରୀ କହିଛନ୍ତି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଟ୍ୟାଙ୍କର ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଛନ୍ତି।
Comments are closed, but trackbacks and pingbacks are open.