ଗ୍ରୀନ୍ ଆପଲ୍ରେ ମୁଖ୍ୟତଃ ଭିଟାମିନ୍-ସି, ଭିଟାମିନ୍-ଏ, ଆଣ୍ଟି-ଅକ୍ସିଡାଣ୍ଟ, ମିନେରାଲ୍, ଫାଇବର୍ ଭଳି ପୋଷକ ଭରି ରହିଛି । ବୟସ ବଢ଼ିବା ଯୋଗୁ ତ୍ୱଚାରେ ହେଉଥିବା ନମନୀୟ ପ୍ରକ୍ରିୟାକୁ ଆଣ୍ଟି-ଅକ୍ସିଡାଣ୍ଟ ଅଟକାଇ ଚର୍ମ କୁଞ୍ଚନରୁ ରକ୍ଷା କରିଥାଏ । ଏହାସହିତ ତ୍ୱଚାରେ ଥିବା ବିଷାକ୍ତ କଣିକା ବାହାର କରି ଚର୍ମକୁ ଭିତରୁ ସଫା କରି ଗୋରା କରିଥାଏ । ପୁରାତନ କାଳରେ ମହିଳାମାନେ ନିଜର ସୁନ୍ଦର ତ୍ୱଚା ପାଇଁ ଗ୍ରୀନ୍ ଆପଲ୍ ପେଷ୍ଟକୁ ମୁହଁରେ ବ୍ୟବହାର କରିଥାନ୍ତି । ପ୍ରତ୍ୟେକ ଦିନ ଗ୍ରୀନ୍ ଆପଲ୍ ଜୁସ୍ ପିଇବା ଦ୍ୱାରା ଆଖି ତଳେ ଥିବା କଳାଦାଗ ଦୂର ହେବା ସହ ଆପଲ୍ରେ ଥିବା ଭିଟାମିନ୍-କେ ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ସୁଧାରିଥାଏ । ଋତୁସ୍ରାବ ସମୟରେ କେତେକ ମହିଳାଙ୍କ ସ୍ରାବ ଅଧିକ ହୋଇଥାଏ । ଏହି ସମୟରେ ଗ୍ରୀନ୍ ଆପଲ୍ ଜୁସ୍ ପିଇବା ଦ୍ୱାରା ସ୍ରାବ ନିୟନ୍ତ୍ରଣ ହୁଏ । ପୁରାତନ କାଳରେ ମହିଳାମାନେ ଗ୍ରୀନ୍ ଆପଲ୍ ଜୁସ୍କୁ ତ୍ୱଚା ସହ କେଶ ମୂଳରେ ମାଲିସ କରିଥାନ୍ତି । ଯାହାଫଳରେ ପ୍ରଦୂଷଣ କାରଣରୁ କେଶ ମୂଳରେ ହେଉଥିବା ରୁପି ଓ ଛୋଟ ଛୋଟ ଘା’ ଦୂର ହୋଇଥାଏ । ଆପଲ୍ରେ ଥିବା ଫାଇବର୍ କେଶକୁ ବୃଦ୍ଧି କରାଇବା ସହ ମଜଭୁତ୍ କରାଏ ।
Comments are closed, but trackbacks and pingbacks are open.