ଗ୍ରୀନ୍ ବଣ୍ଡ୍ ଜାରି କରିବ ଏନ୍ଟିପିସ

Get real time updates directly on you device, subscribe now.

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବିଦୁ୍ୟତ୍ କମ୍ପାନି ଏନ୍ଟିପିସି ପାଖାପାଖି ୧୦,୦୦୦ କୋଟି ଟଙ୍କା ପାଣ୍ଠି ଉଠାଇବା ଲାଗି ଯୋଜନା କରିଛି । ଏଥିପାଇଁ କମ୍ପାନି ଗ୍ରୀନ୍ ବଣ୍ଡ୍ ଜାରି କରିବ ବୋଲି ଜଣାପଡ଼ିଛି । ଟିଏଚ୍ଡିସି ଇଣ୍ଡିଆ ଲିମିଟେଡ୍ (ଟିଏଚ୍ଡିସିଆଇଏଲ୍) ଏବଂ ନର୍ଥ ଇଷ୍ଟର୍ଣ୍ଣ ଇଲେକ୍ଟ୍ରିକ୍ ପାୱାର କର୍ପୋରେସନ୍ ଲିମିଟେଡ୍ (ଏନ୍ଇଇପିସିଓ)ରେ ସରକାରୀ ଅଂଶଧନ କିଣିବା ପାଇଁ ଏନ୍ଟିପିସି ଏହି ପାଣ୍ଠି ଉଠାଇବାକୁ ଯୋଜନା ରଖିଛି ।
ସୂଚନା ମୁତାବକ ଗ୍ରୀନ୍ ବଣ୍ଡ୍ ଦ୍ୱାରା ହାସଲ କରାଯିବାକୁ ଥିବା ପାଣ୍ଠିକୁ ସ୍ୱଚ୍ଛ ଓ ସବୁଜ ତଥା ପରିବେଶ ଅନୁକୂଳ ଭିତ୍ତିଭୂମି ବାବଦରେ ବିନିଯୋଗ କରାଯାଇଥାଏ । ଟିଏଚ୍ଡିସିଆଇଏଲ୍ ଏବଂ ଏନ୍ଇଇପିସିଓ ଜଳ ବିଦୁ୍ୟତ୍ ଉପôାଦନକାରୀ ସଂସ୍ଥା ହୋଇଥିବାରୁ ଗ୍ରୀନ୍ ବଣ୍ଡ୍ ଦ୍ୱାରା ହାସଲ ହେବାକୁ ଥିବା ପାଣ୍ଠିକୁ ଏନ୍ଟିପିସି ଏଥିପାଇଁ ବ୍ୟବହାର କରିପାରିବ । କମ୍ପାନି ଗ୍ରୀନ୍ ବଣ୍ଡ୍ ଦ୍ୱାରା ୧୦,୦୦୦ କୋଟି ଟଙ୍କା ହାସଲ କରିପାରେ ବୋଲି ଜଣେ ଅଧିକାରୀ କହିଛନ୍ତି ।
ଅଧିକାରୀ ଜଣକ କହିଛନ୍ତି, ଚଳିତ ଆର୍ଥିକବର୍ଷରେ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ କମ୍ପାନିରୁ ପୁଞ୍ଜି ପ୍ରତ୍ୟାହାର କରି ୧.୦୫ ଲକ୍ଷ କୋଟି ଟଙ୍କା ରାଜସ୍ୱ ଆୟ ନିମନ୍ତେ ଲକ୍ଷ୍ୟ ରଖିଛନ୍ତି । ତେଣୁ ସରକାର ରାଷ୍ଟ୍ରାୟତ୍ତ କମ୍ପାନିଗୁଡ଼ିକର ତାଲିକା ପ୍ରସ୍ତୁତ କରିଛନ୍ତି । ଏହି ତାଲିକାରେ ଟିଏଚ୍ଡିସିଆଇଏଲ୍ ଓ ଏନ୍ଇଇପିସିଓ ରହିଛନ୍ତି । ତେବେ ଏହି ଦୁଇଟି ସଂସ୍ଥାରେ ଥିବା ସରକାରୀ ଅଂଶଧନର ମୂଲ୍ୟ କେତେ ହେବ, ତାହା ଆକଳନ କରିବା ପାଇଁ ଏ ପର୍ଯ୍ୟନ୍ତ ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ତେବେ ଏଥିରୁ ପୁଞ୍ଜି ପ୍ରତ୍ୟାହାର ନେଇ ଅର୍ଥ ମନ୍ତ୍ରାଳୟର ପ୍ରସ୍ତାବକୁ ଚଳିତ ସପ୍ତାହରେ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି । ଟିଏଚ୍ଡିସିଆଇଏଲ୍ରେ ଥିବା ୭୪.୨୩ଧ ଅଂଶଧନକୁ ସରକାର ପ୍ରତ୍ୟାହାର କରିବେ ବୋଲି ଜଣାପଡ଼ିଛି । ସେହିଭଳି ଏନ୍ଇଇପିସିଓରେ ସରକାର ନିଜ ୧୦୦ଧ ଅଂଶଧନକୁ ପ୍ରତ୍ୟାହାର କରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons