ଗ୍ରେ ଲିଷ୍ଟରୁ ହଟିବାକୁ ଆମେରିକାର ସହାୟତା ଲୋଡିଲା ପାକ୍

Get real time updates directly on you device, subscribe now.

ଇସଲାମାବାଦ: ଇଣ୍ଟରନ୍ୟାସନାଲ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ(ଏଫଏଟିଏଫ) ଦ୍ୱାରା ପାକିସ୍ତାନ ପୂର୍ବରୁ କଟକଣାର ସମ୍ମୁଖୀନ ହେଉଥିଲାବେଳେ ଏଥିରୁ ନିସ୍ତାର ପାଇବାକୁ ସିଏ ଏବେ ଆମେରିକାର ସହାୟତା ଲୋଡିଛି । ଏଫଏଟିଏଫ ପାକିସ୍ତାନକୁ ‘ ଗ୍ରେ ଲିଷ୍ଟ’ରେ ରଖିଛି । ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ବନ୍ଦ କରିବା ପାଇଁ ପାକିସ୍ତାନ ଯଥେଷ୍ଟ ପଦକ୍ଷେପ ନେଉନଥିବାରୁ ଏପରି ପଦକ୍ଷେପ ନିଆଯାଇଛି । ଭବିଷ୍ୟତରେ ପାକିସ୍ତାନକୁ ଏହି ସଂସ୍ଥା ଦ୍ୱାରା ବ୍ଲାକ୍ ଲିଷ୍ଟରେ ସାମିଲ କରାଯାଇପାରେ । ଏପରି ହେଲେ ପାକିସ୍ତାନ ଉପରେ ଆହୁରି ଅନେକ ଗୁଡିଏ ଆର୍ଥôକ କଟକଣା ଲାଗିବ । ଏହାଯୋଗୁ ଆର୍ଥିକ ସଂକଟର ସମ୍ମୁଖୀନ ହେଉଥିବା ପାକିସ୍ତାନର ସମସ୍ୟା ଆହୁରି ବଢ଼ିଯିବ ।
ଏଫଏଟିଫର ଏକ ବୈଠକ ମଙ୍ଗଳବାର ଠାରୁ ବେଜିଂରେ ଆରମ୍ଭ ହେଉଛି । ଏଫଏଟିଏଫ କର୍ମକର୍ତ୍ତାଙ୍କ ସହ ମୁହାଁମୁହିଁ ଆଲୋଚନା କରିବା ପାଇଁ ପାକିସ୍ତାନର ଏକ ତିନି ଜଣିଆ ପ୍ରତିନିଧିମଣ୍ଡଳୀ ରବିବାର ବେଜିଂରେ ପହଞ୍ଚôଛି । ପାକିସ୍ତାନ ତରଫରୁ ସେହି ବୈଠକରେ ୬୫୦ ପୃÂା ସମ୍ବଳିତ ଏକ ରିପୋର୍ଟ ଉପସ୍ଥାପନ କରାଯିବ ଯେଉଁଥିରେ ଉକ୍ତ ସଂସ୍ଥା ଦ୍ୱାରା ପୂର୍ବରୁ ପଚରାଯାଇଥିବା ୧୫୦ ପ୍ରଶ୍ନର ଉତ୍ତର ଦିଆଯାଇଛି । ଗତ ବର୍ଷ ଅକ୍ଟୋବରରୁ ଚଳିତ ଚଳିତ ବର୍ଷ ଜାନୁଆରୀ ଯାଏଁ ପାକିସ୍ତାନ ଏ ଦିଗରେ କି କି ପଦକ୍ଷେପ ନେଇଛି ତାହା ମଧ୍ୟ ସେଥିରେ ଉଲ୍ଲେଖ କରାଯାଇଛି ।
ସେପଟେ, ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କୁ୍ୟରେସୀ ୱାଶିଂଟନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ‘ଏଫଏଟିଏଫର ଗ୍ରେ ଲିଷ୍ଟରୁ ନାମ ହଟାଇବା ପାଇଁ ପାକିସ୍ତାନ ଦ୍ୱାରା ଆମେରିକାର ସହାୟତା ଲୋଡାଯାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କହିଥିଲେ ଯେ ସେ ପାକିସ୍ତାନକୁ ଗ୍ରେ ଲିଷ୍ଟର ବାହାରେ ଦେଖିବାକୁ ଚାହାନ୍ତି । ତେଣୁ ଆମେରିକା ଏବେ ଏଦିଗରେ ପଦକ୍ଷେପ ନେବ ବୋଲି ପାକିସ୍ତାନ ଆଶା କରୁଛି’ ।
ଉଲ୍ଲେଖଯୋଗ୍ୟ କି, ଆସନ୍ତା ଏପ୍ରିଲରେ ପ୍ୟାରିସରେ ଏଫଏଟିଏଫର ଏକ ପ୍ଲେନାରି ବୈଠକ ଅନୁÂିତ ହେବାର ଅଛି । ସେଥିରେ ପାକିସ୍ତାନକୁ ବ୍ଲାକ୍ ଲିଷ୍ଟରେ ସାମିଲ କରାଯିବା ଉପରେ ବିଚାର କରାଯିବ । ତେଣୁ ତା’ ପୂର୍ବରୁ ପାକିସ୍ତାନ ନିଜ ପାଇଁ ବାଟ ବାହାର କରିବାକୁ ଉଦ୍ୟମ କରୁଛି । ଏଥିପାଇଁ ସେ ଆମେରିକାକୁ ଏପ୍ରକାର ଗୁହାରି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons