ପାରାଦୀପ, (ବି.ବିନୁୁ୍ୟଜ୍): କୋଇଲା ଗୋଟାଳିଙ୍କ ଉପରେ ଚଢ଼ି ଗଲା ଟ୍ରକ । ନିଜର ଗୁଜୁରାଣ ମେଣ୍ଟାଇବାକୁ ଯାଇ ପ୍ରତିଦିନ ଜଣେ ମହିଳା ଟ୍ରକ ତଳେ ଲାଗୁଥିବା କୋଇଲାକୁ ଗୋଟେଇ ବିକ୍ରି କରି ଦି ପଇସା ରୋଜଗାର କରୁଥିଲେ । କିନ୍ତୁ ସେହି ଟ୍ରକ ପଛରେ କୋଇଲା ଗୋଟାଉଥିବା ବେଳେ ତାଙ୍କ ଉପରେ ଚଢ଼ିଗଲା ଟ୍ରକ । ମୃତ ମହିଳା ହେଲେ ବାସନ୍ତୀ ଦାସ । ସେ ଦୀର୍ଘଦିନ ଧରି ସ୍ଥାନୀୟ ଲକ୍ ପଡ଼ାରେ ରହିଆସୁଥିଲେ । ତାଙ୍କ ଉପରେ ଟ୍ରକ ଚଢ଼ି ଗଲା ପରେ ଘଟଣା ସ୍ଥଳରେ ହିଁ ମୃତୁ୍ୟ ଘଟିଥିଲା । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଅଠରବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ସମ୍ପୃକ୍ତ ଟ୍ରକକୁ ଜବତ କରିଛି ।


Comments are closed, but trackbacks and pingbacks are open.