ଭୁବନେଶ୍ବର: ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯିବାରୁ ୬ ଜଣ ଗୁରୁତର। ଭୁବନେଶ୍ବର ସିଆରପି ଛକ ମୁଣ୍ଡାସାହି ବସ୍ତିରେ ଘଟଣା ଘଟିଛି। ଗୁରୁତରଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଗୁରୁତର ମାନେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୬ ଗୁରୁତର ହେଲେ ମଙ୍ଗୁଳି ସିଂ, ନୀତିଶ ହେମ୍ରମ୍, ବାଲେ ହେମ୍ରମ୍, ବନବାସୀ ଗାଗାରାଇ ଓ କିରଣ ତିରିୟା । ରୋଷେଇ ଘରୁ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଥିବାବେଳେ ଏହାକୁ ଲିଭାଇବାକୁ ଯାଇ ଆହତ ହୋଇଥିବା ଜଣାପଡିଛି ।


Comments are closed, but trackbacks and pingbacks are open.