ଗ୍ୟାସ୍ ଟାଙ୍କି ଫାଟି ବାପପୁଅ ମୃତ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ରାଉରକେଲା ସହରସ୍ଥିତ ୭ନମ୍ବର ସେକ୍ଟର ଥାନା ଅନ୍ତର୍ଗତ କବି ସମ୍ରାଟ ପାଲିରେ ଗ୍ୟାସ୍ ଟାଙ୍କି ଫାଟିବା ଘଟଣାରେ ବାପପୁଅଙ୍କ ମୃତୁ୍ୟ ଘଟିଛି । ମୃତକଦ୍ୱୟ ହେଲେ ଅଯୋଧ୍ୟା ସାହୁ ଓ ତାଙ୍କ ପୁଅ ଗୁଡ଼ୁ(୧୦) । ଏହି ଦୁର୍ଘଟଣାରେ ଅଯୋଧ୍ୟାଙ୍କ ପନôୀଙ୍କ ଅବସ୍ଥା ଗୁରୁତର ରହିଛି । ସୂଚନାଯୋଗ୍ୟ, ଗତ ସୋମବାର ରିତାଞ୍ଜଳି ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଟାଙ୍କି ଫାଟି ଯାଇଥିଲା । ଏଥିରେ ରିତାଞ୍ଜଳି, ତାଙ୍କ ସ୍ୱାମୀ ଅଯୋଧ୍ୟା ଓ ତାଙ୍କ ପୁଅ ପୋଡ଼ି ହୋଇଯାଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚ୍ରେ ଭର୍ତ୍ତି କରାଯାଇଥିଲା । ବୁଧବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଆଇଜିଏଚ୍ରେ ଅଯୋଧ୍ୟାଙ୍କ ମୃତୁ୍ୟ ଘଟିଥିଲା । ତେବେ ଅଯୋଧ୍ୟାଙ୍କ ୧୦ ବର୍ଷର ପୁଅ ଗୁଡ଼ୁ ଓ ସ୍ତ୍ରୀ ରିତାଞ୍ଜଳି ସାହୁଙ୍କ ଅବସ୍ତା ସଙ୍କଟାପ୍ନ ହେବାରୁ ବୁଧବାର ସେମାନଙ୍କୁ କଟକ ବଡ଼ ଡାକ୍ତରକାନାକୁ ସ୍ଥାନାନ୍ତର କରାଯାଉଥିଲା । ଏହି ସମୟରେ ପାଲଲହଡ଼ା ନିକଟରେ ଗୁଡୁଙ୍କ ମୃତୁ୍ୟ ଘଟିଥିଲା । ରିତାଞ୍ଜଳିଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା କବିସମ୍ରାଟ ପଲ୍ଲୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହି ଦୁର୍ଘଟଣାରେ ଘର ଓ ଆସବାବପତ୍ର ମଧ୍ୟ ପୋଡ଼ି ଜଳିଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons