
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ହାଇଦ୍ରାବାଦ୍ରୁ ଫେରିଥିବା ୯୦ ଜଣ ପ୍ରବାସୀଙ୍କୁ ଉଦ୍ଧାର କରିଛି ପ୍ରଶାସନ । ସମସ୍ତଙ୍କୁ ଖାଇବାକୁ ଦେଇ ସ୍ୱତନ୍ତ୍ର ବସ୍ରେ ସେମାନଙ୍କ ଘରକୁ ପଠାଇଛି । ବସ୍ ଭଡା ପ୍ରଶାସନ ବହନ କରିବା ସହ ଖାଇବା ବନେ୍ଦାବସ୍ତ କରିଥିବାରୁ ପ୍ରଶାସନର ଉଦ୍ୟମକୁ ପ୍ରବାସୀମାନେ ଧନ୍ୟବାଦ ଜଣାଇଛନ୍ତି ।
ହାଇଦ୍ରାବାଦ ଏବଂ ତେଲେଙ୍ଗାନାର ବିଭିନ୍ନ ଅଞ୍ଚଳରୁ ଆଜି ଶତାଧିକ ପ୍ରବାସୀ ମାଲକାନଗିରିର ମୋଟୁ ସୀମାରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ୯୦ ଜଣ ୨ଟି ବସ୍ରେ ଜୟପୁର ବାହାରିଥିଲେ । ଜିଲ୍ଲା ପ୍ରଶାସନ ଏ ସମ୍ପର୍କିତ ଖବର ପାଇବା ତପôରତା ଦେଖାଇଥିଲା । ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର ସ୍ଥାନୀୟ ଘରୋଇ ବସ୍ଷ୍ଟାଣ୍ଡରେ ପହଞ୍ଚିଥିଲେ । ଉପଜିଲ୍ଳାପାଳ ହେମକାନ୍ତ ସୟ, ବିଡିଓ ସୁରଜ ପଟ୍ଟନାୟକ, ଅତିରିକ୍ତ ବିଡିଓ ମନୋଜ ନାୟକ, ତହସିଲଦାର ପ୍ରଧାନ ଟୁଲିଆମ୍ମା, ଅତିରିକ୍ତ ତହସିଲଦାର ମାନସ ପଟ୍ଟନାୟକ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ଜିଲ୍ଲାପାଳ ଶ୍ରୀ ଅଖତର ପ୍ରବାସୀଙ୍କ ଅସୁବିଧା ବୁଝିବାକୁ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ସେମାନେ ଯେଭଳି ନିଜ ଜିଲ୍ଲାକୁ ସୁରୁଖୁରୁରେ ଯାଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲପାଳ ଚାଲିଯିବାର କିଛି ସମୟ ପରେ ପ୍ରବାସୀଙ୍କୁ ନେଇ ବସ୍ ପହଞ୍ଚିଥିଲା । ବସ୍ରେ ଥିଲେ ପଶ୍ଚିମବଙ୍ଗ, ବାଲେଶ୍ୱର, କଟକ, ଭୁବନେଶ୍ୱର, ସମ୍ବଲପୁର, ସେମିଳିଗୁଡ଼ା, ଭବାନୀପାଟଣା, ବୈପାରିଗୁଡ଼ା, ଜୟପୁର ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକ । ସମସ୍ତ ଯାତ୍ରୀ ବସ୍ରୁ ଓହ୍ଲାଇ ନାଁ ପଞ୍ଜିକରଣ କରିଥିଲେ । ପରେ ସମସ୍ତଙ୍କୁ ଖାଦ୍ୟ ସହ ପାଣି ବୋତଲ ଦିଆଯାଇଥିଲା । ପ୍ରଶାସନ ପକ୍ଷରୁ ଠିକ୍ କରାଯାଇଥିବା ବସ୍ରେ ସେମାନେ ନିଜ ନିଜ ଜିଲ୍ଲାକୁ ଯାଇଥିଲେ । ସଦର ଥାନା ଏସ୍ଆଇ ନବୀନ କୁମାର ଟପ୍ପୋ, ଏଏସ୍ଆଇ ମନୋରଞ୍ଜନ ସାହୁ, ପୌର ପରିମଳ ନିରୀକ୍ଷକ ଭୋବନୀ ହାଲବା, ପି. ଜଗଦୀଶ ପ୍ରମୁଖ ପ୍ରବାସୀଙ୍କ ଦେଖାଚାହାଁ କରିଥିଲେ ।
ଏ ସମ୍ପର୍କରେ ଉପଜିଲ୍ଲାପାଳ ଶ୍ରୀ ସୟ କହିଛନ୍ତି, ପ୍ରବାସୀମାନେ ଯେଭଳି ଅସୁବିଧାର ସମ୍ମୁଖୀନ ନହେବେ, ସେଥିଲାଗି ଜିଲ୍ଲପାଳ ନିଦେ୍ର୍ଧଶ ଦେଇଛନ୍ତି । ଯେଉଁମାନେ ଆନ୍ଧ୍ର ଏବଂ ତେଲେଙ୍ଗାନାରୁ ଆସିବେ, ସେମାନେ ଆରଟିପିସିଆର୍ ରିପୋର୍ଟ କିମ୍ବା ୨ଟି ଡୋଜ୍ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇବେ । ସେମାନଙ୍କୁ ୭ ଦିନ କ୍ୱାରେଣ୍ଟାଇନ୍ରେ ରଖାଯିବ । ଅନ୍ୟମାନଙ୍କ କୋଭିଡ୍ ପରୀକ୍ଷା କରାଯିବା ପରେ ରିପୋର୍ଟ ନେଗେଟିଭ୍ ଆସିଲେ ସେମାନେ ୧୪ ଦିନ ହୋମ ଆଇସୋଲେସନ୍ କିମ୍ବା ଟିଏମସିରେ ରହିବେ । ରିପୋର୍ଟ ପଜିଟିଭ୍ ଆସିଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କୋଭିଡ୍ କେୟାର ସେଣ୍ଟର କିମ୍ବା କୋଭିଡ୍ ହସପିଟାଲରେ ରଖାଯିବ । ଜୟପୁରବାସୀଙ୍କ ଲାଗି ସ୍ଥାନୀୟ ସରୋଜିନୀ ଭବନ ଏବଂ ଟାଉନ ହଲ୍ ପରିସରରେ କ୍ୱାରେଣ୍ଟାଇନ୍ ସେଣ୍ଟର ବ୍ୟବସ୍ଥା କରାଯାଇଛି ।


Comments are closed, but trackbacks and pingbacks are open.