ବୀରମିତ୍ରପୁର,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ଉପର ମାର୍କେଟ ମାଛ ବଜାର ସମ୍ମୁଖ ୧୪୩ ନମ୍ବର ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ସେବକ ନାଗ (୪୫) ତାଙ୍କ ଘର ଝାରଖଣ୍ଡର ବିରୁ ଅଞ୍ଚଳରେ ଓ ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ଲକ୍ଡାଉନ୍ ପୂର୍ବରୁ ସେବକ ନିଜ ଶ୍ୱଶୁର ଘର ବୀରମିତ୍ରପୁରକୁ ଆସିଥିଲେ । ଲକ୍ଡାଉନ୍ ଯୋଗୁ ସେ ଘରକୁ ଫେରି ପାରିନଥିଲେ । ତେବେ ଝାରଖଣ୍ଡକୁ ବସ୍ ଚଳାଚଳ ହେଉଥିବା ଜାଣି ଆଜି (ଶନିବାର) ନିଜ ଘରକୁ ଯିବା ପାଇଁ ଅଟୋ ଷ୍ଟାଣ୍ଡରେ ଛିଡ଼ା ହୋଇଥିଲେ । ଏହି ସମୟରେ ଝାରଖଣ୍ଡ ଯାଉଥିବା ଏକ ଲାଇନ୍ ଟ୍ରକ ସେବକଙ୍କୁ ପଛରୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା । ପୋଲିସ ଟ୍ରକକୁ ଜବତ କରି ଘଟଣାର ତଦନ୍ତ କରୁଛି ।


Comments are closed, but trackbacks and pingbacks are open.