ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାରମ୍ବାର ତାଗିଦ ସତ୍ତେ୍ୱ ବିନା କାରଣରେ ଘରୁ ଗାଡ଼ି ଧରି ରାସ୍ତାରେ ଚକ୍କର କାଟୁଥିବା ଅମାନିଆ ଚାଳକଙ୍କ ଉପରେ ଲଗାମ ଲଗାଇଛନ୍ତି ସରକାର । ଜରୁରି ନଥାଇ ଘରୁ ଗାଡ଼ି କାଢ଼ିଲେ ଏଣିକି ଗାଡ଼ି ସିଜ୍ ହେବ । କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୩୦ଟି ଜିଲ୍ଲାରେ ଲକ୍ଡାଉନ୍ ଜାରି କରିଛନ୍ତି । ଆଜି ମଧ୍ୟ ରାତିରୁ ଆସନ୍ତା ମାର୍ଚ୍ଚ ୨୯ତାରିଖ ଯାଏଁ ସମସ୍ତ ଜିଲ୍ଲାରେ ଏହି ଲକ୍ ଡାଉନ୍ ଜାରି ରହିବ । କରୋନା କଟକଣା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, କରୋନା କଟକଣା ଭାଙ୍ଗିଲେ କଡ଼ା କାର୍ଯ୍ୟାନୁÂାନ ନିଆଯିବ । କୌଣସି ବାହାନା କରି ଘରୁ ଗାଡ଼ି କାଢ଼ିଲେ ବରଦାସ୍ତ କରାଯିବନି । ସ୍ୱତନ୍ତ୍ର ଆଇନ ବଳରେ ଆବଶ୍ୟକ ହେଲେ ଗାଡ଼ି ସିଜ୍ କରାଯିବ । ସଚେତନ ଦ୍ୱାରା ହିଁ କରୋନା ରୋକି ଯାଇପାରିବ ।
ଏହି ନିୟମ ଆସନ୍ତାକାଲି ଅର୍ଥାତ୍ ବୁଧବାରଠାରୁ ଲାଗୁ ହେବ । ଅନ୍ୟପକ୍ଷରେ କମିଶନରେଟ୍ ପୁଲିସ୍ ମଧ୍ୟ ଯେଉଁ ପାସ୍ ପ୍ରଦାନ କରୁଥିଲା ତାକୁ ବାତିଲ କରିଛି । କେବଳ ଜରୁରି ଥିଲେ କିମ୍ବା ଡାକ୍ତରଖାନା ଯିବାର ଥିଲେ ଆବଶ୍ୟକୀୟ ପରିଚୟପତ୍ର ଏବଂ ଡାକ୍ତରଖାନା ଚିଠା ନେଇ ଯିବାକୁ ଅନୁରୋଧ କରାଯାଇଛି । ଏଥିସହ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ଗାଡ଼ି ଧରି ଦୂର ବାଟକୁ ନଯାଇ ନିଜ ଘର ପାଖ ଦୋକାନରୁ ସାମଗ୍ରୀ ନେଇ ଚଳିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଘରେ ରହିବାକୁ ଏବଂ ସୁରକ୍ଷିତ ରହିବାକୁ କୁହାଯାଇଛି । କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଥିବା ଗାଡ଼ିମାନଙ୍କ ଉପରେ କଟକଣା ନାହିଁ ।


Comments are closed, but trackbacks and pingbacks are open.