ଖୋର୍ଦ୍ଧା,(ବି.ବି.ନୁ୍ୟଜ୍): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଆଦିବାସୀ ସାହିରେ ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାଁ ଲାଲା ପ୍ରଧାନ । ତାଙ୍କ ଘର ଦଧିମାଛଗାଡ଼ିଆରେ । ଆଜି ସକାଳେ ଲାଲାଙ୍କୁ କିଛି ବ୍ୟକ୍ତି ତାଙ୍କ ଘରୁ ଡାକି ନେଇଥିଲେ । ଏହାପରେ ତାଙ୍କ ଘର ଠାରୁ ଶହେ ମିଟର ଦୂରରେ ପୂର୍ବରୁ ବସିଥିବା କିଛି ଲୋକ ତାଙ୍କୁ ଅତର୍କିତ ଭାବେ ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ଘଟିଥିଲା । ତେବେ ଦୁଇଟି ବନ୍ଧୁକରୁ ଫାୟାରିଂ ହୋଇଥିବା ଅଭିଯୋଗ ହୋଇଛି । ଲାଲାଙ୍କ ଦେହରେ ୫ ରାଉଣ୍ଡ ଗୁଳି ବାଜିଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୭ଟି ଖୋକା ଜବତ କରିଛି । ତେବେ ଜବତ ହୋଇଥିବା ଖୋକା ମଧ୍ୟରୁ ଗୋଟିଏ ଅଫୁଟା ରହିଛି । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ସଦର ତାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।
Comments are closed, but trackbacks and pingbacks are open.