ଘରୋଇ ସ୍କୁଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, “ଫି’ ହ୍ରାସ କର କିମ୍ବା ଆଦାୟ ତାରିଖ ଘୁଞ୍ଚାଅ”

Get real time updates directly on you device, subscribe now.

ଭୁବନେଶ୍ୱର : କରୋନା ଯୋଗୁ ସମଗ୍ର ଦେଶ ଭଳି ଆମ ରାଜ୍ୟରେ ମଧ୍ୟ ଲକ୍‌ଡାଉନ୍‌ ଚାଲିଥିବାରୁ ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି। ଏପରି ସମୟରେ ସବୁ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ତିନି ମାସର ସ୍କୁଲ ଫି’ ହ୍ରାସ କିମ୍ବା ଘୁଞ୍ଚାଇବା ଲାଗି ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି।ଏଥିରେ କୁହାଯାଇଛି ଯେ, ଲକ୍‌ଡାଉନ୍‌ ଯୋଗୁ ଅଭିଭାବକଙ୍କ ଉପରେ ଆର୍ଥିକ ଚାପ ରହିବ। ଏହାକୁ ଦୃଷ୍ଟିରେ ରଖି ସବୁ ଘରୋଇ ଶିକ୍ଷାନୁଷ୍ଠାନ ସହାନୁଭୂତି ଦେଖାଇ ଏପ୍ରିଲରୁ ଜୁନ ପର୍ୟ୍ୟନ୍ତ ତିନି ମାସର ସ୍କୁଲ ଫି’ କମାଇ ଦିଅନ୍ତୁ ନ ହେଲେ ଏହାକୁ ଘୁଞ୍ଚାଇ ଦିଅନ୍ତୁ। ସ୍କୁଲ ଫି’ ହ୍ରାସ କଲେ ଅଭିଭାବକଙ୍କ ଉପରେ ବୋଝ ପଡ଼ିବନି।
ଏହାସହ ଲକ୍‌ଡାଉନ୍ ଯୋଗୁ ଯେଉଁ ଅଭିଭାବକଙ୍କ ‌ଆୟ ଗଭୀର ଭାବେ ପ୍ରଭାବିତ ହୋଇଛି, ସେମାନଙ୍କୁ ଏହା ଦ୍ୱାରା ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଦର୍ଶାଯାଇଛି।ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ଗତକାଲି ଓଡ଼ିଶାରେ ଲକ୍‌ଡାଉନ୍‌ ଅବଧିକୁ ଏପ୍ରିଲ ୩୦ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ଜୁନ୍‌ ୧୭ ପରେ ସମସ୍ତ ସ୍କୁଲ୍‌ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons