ଘରେ କେହି ନଥିବା ବେଳେ ନବବଧୂଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ସୋର: ସୋର ଥାନା ସବିରା ଅଞ୍ଚଳରେ ନବବଧୂକୁ ହତ୍ୟା ଅଭିଯୋଗ ଆସିଛି । ମୃତକ ହେଲେ ସବିତା ମାଝି । ଘର ଭିତରୁ ସବିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ଘରୋଇ କଳି ଯୋଗୁ ସବିତା ଆତ୍ମହତ୍ୟା କରିଥିବା ଶ୍ବଶୁର ଘର ଲୋକେ ।
ସୂଚନାଯୋଗ୍ୟ ଯେ, ସବିତାଙ୍କ ସ୍ବାମୀ ଲକ୍ଷ୍ମୀଧର ତାସ୍ ଖେଳିବାକୁ ଯିବା ପରେ ଘରେ କେହି ନଥିବାର ସୁଯୋଗ ନେଇ ସେ ଆତ୍ମହତ୍ୟା କରିଥିବା ଶ୍ବଶୁର ଘର ପକ୍ଷରୁ କୁହାଯାଇଛି । ସେପଟେ ସବିତା ଆତ୍ମହତ୍ୟା କରିନି ବରଂ ତାକୁ ମାରି ଏମିତି ଝୁଲାଇ ଦେଇଥିବା ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ସୋର ଥାନାରେ ଏକ ଅଭିଯୋଗ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ସବିରା ଗାଁର ଲକ୍ଷ୍ମୀଧର ଗତ ଚାରି ମାସ ତଳେ ଆରୁଅବାଡ଼ର ସବିତା ମାଝୀଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଏପରି ଅଘଟଣ ଘଟିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons