ଘରୋଇ କଳହ ନେଲା ଜୀବନ, ବାପାଙ୍କୁ କଟୁରୀରେ ହାଣିଲା ପୁଅ

Get real time updates directly on you device, subscribe now.

ଯାଜପୁର : ଯାଜପୁର ବିଂଝାରପୁର ଥାନା ବାଛୋଳ ପଂଚାୟତର ବେହେରା ସାହିରେ ଅଭାବନୀୟ ଘଟଣା ଘଟିଛି । ପୁଅର କଟୁରି ଚୋଟରେ ବୃଦ୍ଧ ବାପାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ବାଇଧର ବେହେରା । ତାଙ୍କ ବୟସ ୭୨ ବର୍ଷ ହେବ ।
ସୂଚନାଯୋଗ୍ୟ ଯେ, ବୁଧବାର ପୂର୍ବାହ୍ନରେ ଘରୋଇ କଳିକୁ କେନ୍ଦ୍ରକରି ବାଇଧରଙ୍କ ସାନ ପୁଅ ଗୁରୁଚରଣ ବେହେରା ନିଜ ବାପାଙ୍କୁ କଟୁରିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons