ଘର ଅଗଣାରେ ପତ୍ନୀଙ୍କୁ ଜାଳିଦେଲା ସ୍ୱାମୀ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ୍): ଅଧିକାଂଶ ସମୟ ମୋବାଇଲ୍ ଫୋନ୍ରେ ଗପସପ ହେଉଥିଲେ । ସ୍ୱାମୀଙ୍କ ନଜର ଆଢୁଆଳରେ ଏପରି କରୁଥିଲେ । ସତ କିନ୍ତୁ ଲୁଚି ପାରି ନ ଥିଲା । ପତ୍ନୀଙ୍କ ଏଭଳି ଫୋନ୍ରେ ଗପ ସ୍ୱାମୀଙ୍କୁ ଅସହ୍ୟ ବୋଧ ହେଲା । ପତ୍ନୀ ଯାହା ସଫେଇ ଦେଲେ ତାହା ସ୍ୱାମୀଙ୍କ ପକ୍ଷେ ଗ୍ରହଣୀୟ ହେଲାନି । ଚରିତ୍ରକୁ ନେଇ ମନରେ ସନେ୍ଦହ ଉଙ୍କି ମାରିଲା । ସେଥିରୁ ୯ ବର୍ଷର ସୁଖମୟ ଦାମ୍ପତ୍ୟ ଜୀବନ ତାସ୍ ଘର ଭଳି ଭୁଶୁଡ଼ି ପଡିଲା । ପରସ୍ପର ଭିତରେ କଳହ ଚାଲିଲା । ଆଉ ଏହାର ପରିଣତି ଅତୀବ ଭୟଙ୍କର ହେଲା । ଶେଷରେ ସ୍ୱାମୀ ନିଜ ହାତରେ ପତ୍ନୀଙ୍କୁ ହତ୍ୟା କଲେ । ଲୁହା ହେମଦସ୍ତାରେ ପତ୍ନୀଙ୍କ ମୁଣ୍ଡକୁ ପାହାର ପକାଇ ଜୀବନ ନେବା ପରେ ମୃତଦେହକୁ ପେଟ୍ରୋଲ ପକାଇ ଘର ଅଗଣାରେ ଜାଳି ଦେଲେ । ମୃତଦେହକୁ ୭୫ ଭାଗ ଜାଳିବା ଭିତରେ ଗୋାଟିଏ ଗୋଡ଼ ଦରପୋଡ଼ା ରହିଯାଇଥିଲା । ସକାଳ ପର୍ଯ୍ୟନ୍ତ ଉଦ୍ୟମ କରି ଅବଶିଷ୍ଟ ଅଂଶକୁ ପୋଡ଼ି ନ ପାରି ଆଜି ଦିନ ପ୍ରାୟ ୮ଟାରେ ଜଗତସିଂହପୁର ଥାନାରେ ଆତ୍ମସମର୍ପଣ କଲେ ସ୍ୱାମୀ ରୁଦ୍ର ପ୍ରସନ୍ନ ରାଉତ ।
ଜଗତସିଂହପୁର ଥାନା ତରିକୁନ୍ଦ(ଧନିପୁର) ନିକଟ ସାନ ତିହଡ଼ା ଗ୍ରାମରେ ଗୁରୁବାର ବିଳମ୍ବିତ ରାତ୍ରିରେ ଘଟିଛି ଏଭଳି ଲୋମଟାଙ୍କୁରା ବୀଭତ୍ସ ହତ୍ୟାକାଣ୍ଡ । ଘରଟି ନିଛାଟିଆ ସ୍ଥାନରେ ଥିବାରୁ ଏହାର ଟେର୍ କେହି ପାଇନଥିଲେ । ଅଭିଯୁକ୍ତ ନିଜ ଆଡ଼ୁ ଥାନାରେ ପହଞ୍ଚି ଜଣାଇବା ପରେ ତୁରନ୍ତ ଜଗତସିଂହପୁର ଏସ୍ଡିପିଓ ପ୍ରକାଶ ଚନ୍ଦ୍ର ପାଲ, ଥାନାଧିକାରୀ ରଜନୀକାନ୍ତ ମିଶ୍ର ଘଟଣାସ୍ଥଳକୁ ଛୁଟି ଯାଇ ଦରପୋଡ଼ା ଗୋଡ଼ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ । ନଅ ବର୍ଷ ତଳେ ରେଢୁଆ ପାଖ ଆମ୍ବଦରଡ଼ ଗ୍ରାମର ପ୍ରଶାନ୍ତ କୁମାର ଖଟୁଆଙ୍କ ଝିଅ ରଶ୍ମୀତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ସାନତିହଡ଼ା ଗ୍ରାମର ରୁଦ୍ର ପ୍ରସନ୍ନ । ରୁଦ୍ର ବ୍ୟବସାୟ କରିବା ସହ ପତ୍ନୀଙ୍କ ସହ ବେଶ ହସଖୁସିରେ ଚଳୁଥିଲେ । ଉଭୟଙ୍କର ୮ ବର୍ଷର ପୁଅଟିଏ ମଧ୍ୟ ଅଛି । କେବଳ ଦାମ୍ପତ୍ୟ ଜୀବନ କାହିଁକି ପୂରା ପରିବାର ଭିତରେ ସୁସଂପର୍କ ରହିଥିଲା । କାରଣ ରୁଦ୍ରଙ୍କ ବଡ଼ ଭାଇ କିଛି ହାତ ଦୂରରେ କୁକୁଡ଼ା ଫାର୍ମ କରିଥିଲେ । ଏଠାରେ ଘର କରି ନିଜ ପତ୍ନୀଙ୍କ ସହ ଚଳୁଥିଲେ । ଏମିତିକି ରୁଦ୍ରଙ୍କ ପୁଅ ମଧ୍ୟ ରାତି ସମୟରେ ବଡ଼ବାପା ଓ ବଡ଼ବୋଉଙ୍କ ପାଖରେ ଶୋଉଥିଲେ ।
ଗତକାଲି ରାତିରେ ମଧ୍ୟ ପୁଅ ବଡ଼ବାପା, ବଡ଼ବୋଉଙ୍କ ପାଖକୁ ଶୋଇବାକୁ ଚାଲି ଯାଇଥିଲେ । ଶୋଇବା ସମୟ ପୂର୍ବରୁ ଅର୍ଥାତ ସନ୍ଧ୍ୟା ବେଳେ ରଶ୍ମୀତା ପକୁଡ଼ି କରି ସ୍ୱାମୀ ରୁଦ୍ର ଓ ପୁଅକୁ ଖାଇବାକୁ ଦେଇଥିଲେ । ସବୁକିଛି ସ୍ୱାଭାବିକ ଥିଲା । କିନ୍ତୁ ବିଳମ୍ବିତ ରାତ୍ରିରେ ମୁଣ୍ଡରେ ସୈତାନ ସବାର ହେବା ଭଳି ରୁଦ୍ର ନିଜ ପତ୍ନୀଙ୍କ ମୁଣ୍ଡକୁ ହେମଦସ୍ତାରେ ଛେଚି ହତ୍ୟା କରିଥିଲା । ଶୋଇବା ଘର ବିଛଣା ଉପରେ ହିଁ ବୀଭସô ହତ୍ୟାକାଣ୍ଡ ଘଟିଥିଲା । କାରଣ ବିଛଣା ଉପରେ ରକ୍ତ ଛିଟÿା ପଡ଼ିଥିଲା । ସମ୍ଭବତଃ ଶୋଇ କରି ଫୋନ୍ରେ ଗପୁଥିବା ଅବସ୍ଥାରେ ହିଁ ରଶ୍ମୀତାଙ୍କୁ ଆକ୍ରମଣ କରାଯାଇଥିଲା । କାରଣ ଶୟନକକ୍ଷରେ କୌଣସି ପ୍ରକାର ଧସ୍ତାଧସ୍ତିର ଚିହ୍ନବର୍ଣ୍ଣ ନ ଥିଲା । ହତ୍ୟାକାଣ୍ଡ ଭିଆଇବା ପରେ ରୁଦ୍ର ମୃତଦେହକୁ ରୋଷେଇ ଘର ପାଖ ଅଗଣାକୁ ଘୋଷାରି ଆଣିଥିଲା । ଘର ଭିତରେ ଜାର୍କିନ୍ରେ ଥିବା ୫ ଲିଟର କିରାସିନି ସହ ନିଜ ବାଇକ୍ରୁ ପେଟ୍ରୋଲ କାଢି ମୃତଦେହରେ ଢାଳି ନିଆଁ ଲଗାଇ ଦେଇଥିଲା ।
ଦୁଇ ମହଲା ଘର ଅଗଣାରେ ରଶ୍ମୀତାଙ୍କ ଚିତା ହୁତୁ ହୁତୁ ହୋଇ ଜଳିଥିଲା । ଘର ଠାରୁ କିଛି ହାତ ଦୂର କୁକୁଡ଼ା ଫାର୍ମ ନିକଟରେ ବଡ଼ ଭାଇ, ଭାଉଜ ଓ ପୁଅ ରହୁଥିବାରୁ ସେମାନେ ଏ ବିଷୟରେ କିଛି ବି ସୁରାକ୍ ପାଇନଥିଲେ । ଏଣେ ସକାଳ ହେବା ପୂର୍ବରୁ ମୃତଦେହକୁ ନିଶ୍ଚିହ୍ନ କରିବା ଯୋଜନାରେ ଥିଲେ ରୁଦ୍ର । ବର୍ଷା ଭିଜା ରାତିରେ ଚାରିଦିଗ ଶୂନ୍ଶାନ୍ ଯୋଗୁଁ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ରୁଦ୍ର ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ସୁଦ୍ଧା ରଶ୍ମୀତାଙ୍କ ଗୋଟିଏ ଗୋଡ଼ ଜଳି ପାରିନଥିଲା । ଏହା ଭିତରେ ସକାଳ ହୋଇଯିବାରୁ ଦରପୋଡ଼ା ଗୋଡ଼ ନିକଟରେ ରୁଦ୍ର ଛିଡ଼ା ହୋଇଥିବା ସମୟରେ କୁକୁଡ଼ା ଦାନା ନେବାକୁ ବଡ଼ ଭାଇ ରୁଦ୍ର ପ୍ରସାଦ ଘରକୁ ଆସି ଏଭଳି ବୀଭତ୍ସ ଦୃଶ୍ୟ ଦେଖି ହତବାକ୍ ହୋଇ ପଡ଼ିଥିଲେ । ସାନ ଭାଇ ରୁଦ୍ର ପ୍ରସନ୍ନ ବି ସବୁ କଥା ମାନି ଯାଇଥିଲେ । ତୁରନ୍ତ ଥାନାକୁ ଯାଇ ସବୁ କଥା ଜଣା ବୋଲି ବଡ଼ ଭାଇଙ୍କର ପରାମର୍ଶ ମାନି ରୁଦ୍ର ଧନିପୁର ଛକ ପର୍ଯ୍ୟନ୍ତ ଚାଲି କରି ଆସିବା ପରେ ଏକ ଅଟୋରେ ଜଗତସିଂହପୁର ଥାନାରେ ପହଞ୍ଚିଥିଲେ । ଧୀରେ ଧୀରେ ବିଜୁଳି ବେଗରେ ଘଟଣା ପ୍ରଘଟ ହୋଇଥିଲା । ଏହାସହ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଲାଗିବା ଭିତରେ ପୁଲିସ ରକ୍ତଲଗା ହେମଦସ୍ତା, ମୋଟର ସାଇକେଲ ନିକଟରେ ପଡ଼ିଥିବା ଏକ ପ୍ଲାସ୍ (ପେଟ୍ରୋଲ୍ କଢାଯାଇଥିଲା), ମୃତ ରଶ୍ମୀତା ଓ ରୁଦ୍ରଙ୍କ ମୋବାଇଲ ଫୋନ୍କୁ ଜବତ କରିଥିଲେ । ଏଣେ ରଶ୍ମୀତାଙ୍କ ବାପା ପ୍ରଶାନ୍ତ କୁମାର ଖଟୁଆଙ୍କୁ କେହି ବ୍ୟକ୍ତି ତାଙ୍କ ଝିଅ ରଶ୍ମୀତା ବିଦୁ୍ୟତ ସଂସ୍ପର୍ଶରେ ଆସି ମୃତୁ୍ୟବରଣ କରିଥିବା ଖବର ଜଣାଇଥିଲେ । ତୁରନ୍ତ ପ୍ରଶାନ୍ତ ଘଟଣାସ୍ଥଳକୁ ଆସିବା ପରେ ଝିଅର ଚିତା ଜଳି ସାରିଥିବା ଦେଖି କାନ୍ଦିଥିଲେ । ପରେ ସେ ଥାନାରେ ଝିଅକୁ ପୋଡ଼ି ଦିଆଯାଇଥିବା ନେଇ ଏତଲା ଦେଇଥିଲେ । ନିଜ ଏତଲାରେ ବାପା ପ୍ରଶାନ୍ତ ଉଲ୍ଲେଖ କରିଛନ୍ତି ଯେ, ରୋଜଗାର କିଛି ନଥିବାରୁ ଜ୍ୱାଇଁ ରୁଦ୍ରଙ୍କ ସହ ଝିଅର ମନୋମାଳିନ୍ୟ ହୋଇଥିଲା । ଏ ବିଷୟରେ ପ୍ରଶାନ୍ତ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ । ହୁଏତ ଏହି କାରଣରୁ ଏଭଳି ଘଟଣା ଘଟିଥିବା ବାପା ପ୍ରଶାନ୍ତ ଅନୁମାନ କରି ପୁଲିସ ନିକଟରେ ଫେରାଦ ହୋଇଛନ୍ତି । ଅଘଟଣଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons