ଘର କବାଟରେ ଭାଇରସର ସନ୍ଧାନ

Get real time updates directly on you device, subscribe now.

ବେଜିଂ: ଚୀନ୍ ଏବଂ ଅନ୍ୟ କିଛି ଦେଶରେ କରୋନା ଭାଇରସ ସଂକ୍ରମଣ ଯୋଗୁ ସୃଷ୍ଟ ସଂକଟ ଏବେ ବି ଜାରି ରହିଛି । ଦିନକୁ ଦିନ ଏହା ଆହୁରି ଗୁରୁତର ହେଉଛି । ଏପର୍ଯ୍ୟନ୍ତ ଉକ୍ତ ଭାଇରସ ଯୋଗୁ ସମଗ୍ର ବିଶ୍ୱରେ ୪୨୭ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲାବେଳେ ୨୦,୪୩୮ ଜଣ ଆକ୍ରାନ୍ତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ଜଣେ ଫିଲିପାଇନ୍ସ ଏବଂ ଅନ୍ୟ ଜଣେ ହଂକଂର ହୋଇଥିଲାବେଳେ ବାକି ୪୨୫ ଜଣ ଚୀନ୍ର ବାସିନ୍ଦା ଅଟନ୍ତି । ଚୀନ୍ରେ କେବଳ ସୋମବାର ୬୪ ଜଣଙ୍କର ମୃତୁ୍ୟ ହୋଇଛି ।
ଚୀନ୍ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି ଯେ କରୋନା ଭାଇରସ ଦ୍ୱାରା ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୮୦ଧଙ୍କ ବୟସ ୬୦ରୁ ଉଦ୍ଧ୍ୱର୍ ଏବଂ ସେମାନଙ୍କ ମଧ୍ୟରୁ ୭୫ଧ ପୂର୍ବରୁ କିଛିନାକିଛି ରୋଗରେ ଆକ୍ରାନ୍ତ ଥିଲେ । ଏଭଳି ରୋଗୀଙ୍କୁ ସମ୍ପୂର୍ଣ୍ଣ ଭଲ ହେବା ପାଇଁ ୯ରୁ ୨୦ ଦିନ ସମୟ ଲାଗୁଛି । ଚୀନ୍ର ହୁବେଇ ପ୍ରଦେଶରେ ଜଣେ ଦିବ୍ୟାଙ୍ଗ କିଶୋରଙ୍କ ପିତା ଓ ଭାଇଙ୍କୁ ସରକାରୀ ଅଧିକାରୀମାନେ କରୋନା ରୋଗୀଙ୍କ ପାଇଁ ସ୍ଥାପିତ ସ୍ୱତନ୍ତ୍ର ୱାର୍ଡରେ ରଖିବାରୁ ଖାଇବାକୁ ନପାଇ ଉକ୍ତ କିଶୋରଙ୍କ ମୃତୁ୍ୟ ହୋଇଛି । ଏହି ଘଟଣାକୁ ନେଇ ଚୀନ୍ ସରକାର ଦୁଇ ଜଣ ଅଧିକାରୀଙ୍କୁ ସେମାନଙ୍କ ପଦରୁ ହଟାଇ ଦେଇଛନ୍ତି ।
ଚୀନ୍ର ଗୁଆଙ୍ଗଝୋଉ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଲାଗିଥିବା କବାଟରେ କରୋନା ଭାଇରସ ଥିବାର ଚିହ୍ନଟ କରାଯାଇଛି । ସେହିପରି ମଣିଷର ମଳରେ ବି ଏହି ଭାଇରସକୁ ଚିହ୍ନଟ କରାଯାଇଛି । ପ୍ରଥମ ଥର ପାଇଁ ମଣିଷ ଦେହ ବ୍ୟତୀତ ନିର୍ଜୀବ ବସ୍ତୁରେ ଏହାକୁ ଚିହ୍ନଟ କରାଯାଇଛି । ଯଦି ନିର୍ଜୀବ ବସ୍ତୁଗୁଡ଼ିକରେ ବି କରୋନା ଭାଇରସ ବ୍ୟାପେ, ତାହାହେଲେ ଏହା ସମଗ୍ର ବିଶ୍ୱ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିବ ବୋଲି କୁହାଯାଉଛି ।
ଚୀନ୍ ସରକାର ମଧ୍ୟ ମଙ୍ଗଳବାର ଦେଶର ଆଉ ତିନୋଟି ସହର ତାଇଝୋଉ, ହାଙ୍ଗଝୋଉ ଏବଂ ନିଙ୍ଗବୋକୁ ଅଚଳ କରିଦେଇଛନ୍ତି । ଏହାଯୋଗୁ ଉକ୍ତ ତିନୋଟି ସହରରେ ରହୁଥିବା ପ୍ରାୟ ୧୨ ନିୟୁତ ଲୋକ ଏବେ ନିଜ ନିଜ ଘରେ ବନ୍ଦୀ ହୋଇରହିବେ । ପ୍ରତି ପରିବାରରୁ କେବଳ ଜଣେ ସଦସ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ପାଇଁ ଘରୁ ବାହାରିବାକୁ ଅନୁମତି ଦିଆଯାଇଛି । ପୂର୍ବରୁ ଚୀନ୍ର ୧୮ଟି ସହରକୁ ଏପରି ଅଚଳ କରାଯାଇଛି । ସେଠାରେ ସମସ୍ତ ପ୍ରକାର ଯାତାୟାତ ବ୍ୟବସ୍ଥା, ସିନେମା ହଲ, ହୋଟେଲ, ପର୍ଯ୍ୟଟନ ସ୍ଥଳୀ, ଶିକ୍ଷାନୁÂାନ ଏବଂ ଦୋକାନବଜାରକୁ ବନ୍ଦ କରାଯାଇଛି । ଏହାଯୋଗୁ ପ୍ରାୟ ୬୦ ନିୟୁତ ଲୋକ ନିଜ ଘରେ ଏକପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି ଯେ ଏବେ ଚୀନ୍ ପାଇଁ ପରୀକ୍ଷାର ବେଳ । ଯେଉଁ କାରଣ ଯୋଗୁ ଏହି ଭାଇରସ ସଂକ୍ରମଣକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରୋକାଯାଇନପାରିଲା, ତାହାର ସମୀକ୍ଷା କରାଯିବ ଏବଂ ସମ୍ପୂର୍ଣ୍ଣ ବ୍ୟବସ୍ଥାରେ ସଂସ୍କାର ଅଣାଯିବ ।
ଚୀନ୍ରେ ଏହି ଭାଇରସ ବ୍ୟାପିବା ଯୋଗୁ ଏବେ ଅଟୋ ଉଦ୍ୟୋଗ ସହ ଜଡିତ ଅନେକ ପ୍ଲାଣ୍ଟ ସାମୟିକ ଭାବେ ବନ୍ଦ ହୋଇଯାଇଛି । ଫୋର୍ଡ ଚଳିତ ମାସ ୧୦ ତାରିଖ ଯାଏଁ ନିଜ ପ୍ଲାଣ୍ଟ ବନ୍ଦ ରଖିବାକୁ ଘୋଷଣା କରିଛି । ହୁଣ୍ଡାଇ କଂପାନି ୱୁହାନରେ ଥିବା ନିଜର ପ୍ଳାଣ୍ଟକୁ କିଛି ଦିନ ଯାଏଁ ବନ୍ଦ ରଖିବ ବୋଲି ପ୍ରକାଶ କରିଛି । ଯାନବାହାନ ନିର୍ମାଣ ପାଇଁ ଆବଶ୍ୟକ ଯନ୍ତ୍ରାଂଶ ଯୋଗାଣରେ ସମସ୍ୟା ଯୋଗୁ କଂପାନି ଦକ୍ଷିଣ କୋରିଆରେ ଥିବା ନିଜର ପ୍ଲାଣ୍ଟକୁ ବି ବନ୍ଦ କରିବ ବୋଲି ସୂଚନା ଦେଇଛି । ସେହିପରି ଆଇଫୋନ ପାଇଁ ଆବଶ୍ୟକ ଯନ୍ତ୍ରାଂଶ ନମିଳିବାରୁ ଏହାର ଉପôାଦନ ବି ପ୍ରଭାବିତ ହେବ ବୋଲି କଂପାନି ଆଶଙ୍କା ବ୍ୟକ୍ତ କରିଛି । ଚୀନ୍ରେ କରୋନା ଭାଇରସ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଏବେ ମୁ୍ୟଜିୟମ, ପ୍ରଦର୍ଶନୀ ସ୍ଥଳ ଏବଂ ଅନ୍ୟ କିଛ ସାଂସ୍କୃତିକ କେନ୍ଦ୍ରକୁ ହସ୍ପିଟାଲରେ ପରିଣତ କରାଯାଉଛି । ଚୀନ୍ର ୱୁହାନ ସହରର କିଛି ଲୋକ ଜଣାଇଛନ୍ତି ଯେ ୱୁହାନ ସହର ଉପରେ ଏବେ ଘନ କୁହୁଡି ଦେଖିବାକୁ ମିଳୁଛି । ଚୀନ୍ କରୋନା ଯୋଗୁ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତଦେହକୁ ପୋଡି ଦେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେମାନେ କହିଛନ୍ତି । କୁହୁଡି ଆଚ୍ଛାଦିନ ୱୁହାନ ସହରର ଫଟୋ ଏବେ ଭାଇରାଲ ହେଉଛି ।
ଏକ ବିଦେଶୀ କଂପାନି ଘୋଷଣା କରିଛି ଯେ ସିଏ କରୋନା ଭାଇରସକୁ ନିପାତ କରିବା ପାଇଁ ଇବୋଲା ଭାଇରସ ପାଇଁ ବ୍ୟବହୃତ ଔଷଧର ଉପଯୋଗ କରୁଛି । ପୂର୍ବରୁ ସାର୍ସ ଏବଂ ମେର୍ସ ଭାଇରସକୁ ନିପାତ କରିବା ପାଇଁ ଏହି ଔଷଧର ପ୍ରୟୋଗ କରି ସଫଳତା ମିଳିଥିଲା । ଜାପାନ ଅଭିମୁଖେ ଆସୁଥିବା ପର୍ଯ୍ୟଟକଙ୍କ ଏକ ଜାହାଜକୁ ଜାପାନ ସରକାର ଏକ ନିର୍ଦ୍ଧିଷ୍ଟ ସ୍ଥାନ( ୟାକୋହାମା ତଟ ନିକଟରେ)ରେ ଅଟକାଇ ଦେଇଛନ୍ତି । ତା’ ଭିତରେ ଥିବା ୩୭୧୦ ଜଣ ପର୍ଯ୍ୟଟକଙ୍କୁ ବାହାରକୁ ବାହାରିବା ପାଇଁ ଅନୁମତି ଦିଆଯାଇନାହିଁ । ହଂକଂରେ ସେଇ ଜାହାଜରୁ ଓହ୍ଲାଇଥିବା ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବାର ଜଣାପଡିବା ପରେ ଜାପାନ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । କରୋନା ଭାଇରସ ବ୍ୟାପିବା ଯୋଗୁ ଜାପାନରେ ଚଳିତ ବର୍ଷ ଜୁଲାଇରେ ହେବାକୁ ଥିବା ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଉପରେ ବି ଅନିଶ୍ଚିତତା ଦେଖାଦେଇଛି ।
ସେପଟେ ଭାରତରେ ମଙ୍ଗଳବାର କରୋନା ଯୋଗୁ ଆଉ କେହି ବ୍ୟକ୍ତି ଆକ୍ରାନ୍ତ ହେବାର ସୂଚନା ମିଳିନାହିଁ । ହରିଆଣାର ମାନେସାରରେ ସେନା ଦ୍ୱାରା ସ୍ଥାପନ କରାଯାଇଥିବା ସ୍ୱତନ୍ତ୍ର ୱାର୍ଡରେ ଚୀନ୍ରୁ ଫେରିଥିବା ଯେଉଁ ଛାତ୍ରମାନଙ୍କୁ ରଖାଯାଇଥିଲା ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଠାରେ କରୋନା ଭାଇରସର କିଛି ଲକ୍ଷଣ ପ୍ରକାଶ ପାଇଥିଲା । ଏହାପରେ ସେମାନଙ୍କୁ ସେନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ସେମାନଙ୍କର ପରୀକ୍ଷାନିରୀକ୍ଷା କରାଯାଇଥିଲା । ହେଲେ ସେମାନଙ୍କର ନମୁନା ନେଗେଟିଭ୍ ବାହାରିଛି । ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ନିଦେ୍ର୍ଧଶ ଜାରି କରି ଚୀନ୍ର କୌଣସି ନାଗରିକ କିମ୍ବା ଇ-ଭିସା ଧାରୀ କୌଣସି ବିଦେଶୀ ନାଗରିକଙ୍କୁ ନିଜ ବିମାନରେ ନବସାଇବାକୁ କହିଛି । କେରଳରେ ସରକାରଙ୍କ ଦ୍ୱାରା ଅବଜରଭେସନରେ ଥିବା ଦୁଇ ଜଣ ବ୍ୟକ୍ତି ଲୁଚି ସାଉଦି ଆରବ ପଳାଇଥିବାର ଜଣାପଡିଛି । ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ସମ୍ପର୍କିତ ରିପୋର୍ଟ ଆସିବା ପରେ ପର୍ଯ୍ୟଟକମାନେ ସାମୂହିକ ଭାବେ ହୋଟେଲ ବୁକିଂ ରଦ୍ଧ କରିଦେଉଛନ୍ତି । ଏହାଯୋଗୁ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ବିପର୍ଯ୍ୟସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons