ଘର ମାଲିକଙ୍କୁ କହିଲେ ମୁଖ୍ୟମନ୍ତ୍ରୀ, ଭଡ଼ାଟିଆଙ୍କୁ ତିନିମାସ ଭଡ଼ା ମାଗନ୍ତୁନାହିଁ

Get real time updates directly on you device, subscribe now.

ଭୁବନେଶ୍ୱର : ସାରାଦେଶରେ କରୋନା ସ୍ଥିତିକୁ ଦେଖି ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ।ଲକ୍‌ଡାଉନ୍‌ ସ୍ଥିତିକୁ ଦେଖି ଉଭୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଘର ଭଡ଼ାକୁ ଲଗାଇଥିବା ମାଲିକମାନେ ଭଡ଼ାଟିଆଙ୍କୁ ସହାୟତାର ହାତ ବଢ଼ାନ୍ତୁ । ଆଗାମୀ ୩ ମାସ ଯାଏ ଘର ଭଡା ମାଗନ୍ତୁନାହିଁ । ଘର ଭଡ଼ା ନ ଦେବା କାରଣରୁ କାହାକୁ ଘର ଛାଡ଼ିବାକୁ କୁହନ୍ତୁନାହିଁ । ମାନବିକତା ଦେଖାଇ କରୋନା ଯୁଦ୍ଧରେ ସାମିଲ ହୁଅନ୍ତୁ । ସମସ୍ତ ଘର ମାଲିକଙ୍କ ଉଦ୍ଦେଶ୍ୟରେ ଆଜି ଟ୍ୱିଟ୍‌ କରି ଏଭଳି ଅପିଲ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀ ତାଙ୍କ ଅପିଲ୍‌ରେ କହିଛନ୍ତି, କୋଭିଡ୍‌-୧୯ ଯୋଗେ ସାରା ବିଶ୍ୱ ଆଗରେ ଏକ ସଙ୍କଟ ଦେଖାଦେଇଛି । ଆମ ରାଜ୍ୟରେ ଆମେ ସମସ୍ତେ ମିଳିତ ହୋଇ ଏହାର ମୁକାବିଲା କରିବା । ସମସ୍ତେ ସମସ୍ତଙ୍କ ପାଇଁ ସହାୟତାର ହାତ ବଢ଼ାଇବା । ଏଭଳି ବିପଦ ସମୟରେ ମାନବିକତା ଦେଖାଇ ଘର ଭଡ଼ା ନ ମାଗିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons