ଘର ସହିତ ସ୍କୁଲ୍ ପାଚେରି ଭାଙ୍ଗିଲେ ହାତୀପଲ

Get real time updates directly on you device, subscribe now.

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜକୁ ଏକ ଝାଡ଼ଖଣ୍ଡୀ ହାତୀପଲ ପଶି ଆସି ଉପଦ୍ରବ କରୁଛନ୍ତି। ଗତକାଲି ଏହି ହାତୀପଲ ସୁକୃଳି ବ୍ଲକ ଅସ୍କିପାଳ ଗାଁରେ ପଶି ଦୁଇ ଜଣଙ୍କ ଘର ଭାଙ୍ଗି ଦେବା ସହ ବହୁ ପରିମାଣର ଧାନ ଚାଉଳ ନଷ୍ଟ କରି ଦେଇଛନ୍ତି।
ସେହିପରି ରରୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ପାଚେରିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗାଁରୁ ହାତୀପଲକୁ ଘଉଡାଇଛି।ତେବେ ଏହି ହାତୀପଲ କରଞ୍ଜିଆ ରେଞ୍ଜ ଅନ୍ତର୍ଗତ କୁଜିଆମ ସଂରକ୍ଷିତ ଜଙ୍ଗଲରୁ ଆସିଥିବା ଜଣାପଡ଼ିଛି। ଏହି ହାତୀ ପଲରେ ୧୭ଟି ହାତୀ ଅଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons