ସାନଖେମୁଣ୍ଡି: ତପ୍ତପାଣି ଘାଟିରେ ଦୁର୍ଘଟଣା ନୀତି ଦିନିଆ ଘଟଣା ପାଲଟିଛି । କେତେ ବେଳେ ଭାରସାମ୍ୟ ହରାଇ ତ ଆଉ କେତେ ବେଳେ ସାଇଡ୍ ଦେବାକୁ ଯାଇ ଦୁର୍ଘଟଣା ଘଟୁଛି । ବୁଧୁବାର ତପ୍ତପାଣି ଘାଟି ପାଳୁଖାଳା ନିକଟରେ ଟ୍ରକ୍ ଦୁର୍ଘଟଣା ଘଟିଛି । ବ୍ରେକ୍ ଫେଲ୍ ହୋଇ ଯିବାରୁ ଭାରସାମ୍ୟ ହରାଇ ଟ୍ରକ୍ୟି ଓଲଟତ ପଡ଼ିଛି ।
ଟ୍ରକ୍ (ଓଡି-୦୭-ଏଲ-୧୭୨୭) ରାୟଗଡାରୁ ପେପର ଡଷ୍ଟ ନେଇ କଟକ ଯାଉଥିଲା । ତପ୍ତପାଣି ଘାଟିରେ ବ୍ରେକ ଫେଲ ହୋଇ ଯିବାରୁ ଏଭଳି ଦୁର୍ଘଟଣା ଘଟିଛି । ଟ୍ରକଟି ରାସ୍ତା କଡ଼କୁ ଓଲଟି ପଡିଥିବା ବେଳେ ପୁଡ଼ାମାରି ଫାଣ୍ଡି ପୁଲିସ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚି ଆହତ ଡ୍ରାଇଭର ହେଲପରଙ୍କୁ ଉଦ୍ଧାର କରିଛନ୍ତି । ଡ୍ରାଇଭର ଅମୂଲ୍ୟ ଭୂୟାଁ, ହେଲପର ପ୍ରଶାନ୍ତ ଗୌଡ଼ ଆହତ ହୋଇଥିବାବେଳେ ଦିଗପହଣ୍ଡି ଡାକ୍ତରଖାନାକୁ ନିଆଯାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.