ବାରିପଦା, (ବି.ବି.ନୁ୍ୟଜ୍): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ଦୁଆରଶୁଣି ଘାଟିରୁ ଏକ ଟ୍ରକ୍ ପ୍ରାୟ ୭୦ ଫୁଟ ତଳକୁ ଖସି ପଡିବାରୁ ଡ୍ରାଇଭରଙ୍କ ମୃତୁ୍ୟ ଘଟିଥିବା ବେଳେହେଲପର ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟ୍ରକଟି ମହାରାଷ୍ଟ୍ରର ନାସିକରୁ ପିଆଜ ନେଇ କୋଲକାତା ଅଭିମୁଖେ ଯାଉଥିଲା । ହେଲେ ଦୁଆରଶୁଣି ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସି ଯାଇଥିଲା । ଟ୍ରକଟି ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ପୋଲିସ ଓ ଦମକଳ ବାହିନୀ ପହଞ୍ଚି ହେଲପରଙ୍କୁ ଉଦ୍ଧାର କରିଥିଲେ । ତେବେ ଖବର ଲେଖାଯିବା ସୁଦ୍ଧା ଟ୍ରକରୁ ଡ୍ରାଇଭରଙ୍କ ମୃତଦେହ ବାହାର କରାଯାଇ ନଥିଲା । ସୂଚନାଯୋଗ୍ୟ, ଗତ ସପ୍ତାହକ ମଧ୍ୟରେ ଏହା ଦ୍ୱିତୀୟ ପିଆଜ ବୋଝେଇ ଟ୍ରକ ଯାହା ଦୁଆରଶୁଣି ଘାଟିରେ ଦୁର୍ଘଟଣାଗସ୍ତ ହୋଇଛି ।
Comments are closed, but trackbacks and pingbacks are open.