ଚଢ଼ିଗଲା ଟ୍ରକ: ଜନ୍ମଦିନରେ ଚାଲିଗଲା ୯ବର୍ଷର ଝିଅର ଜୀବନ

Get real time updates directly on you device, subscribe now.

ନୂଆପଡ଼ା,(ବି.ବି.ନୁ୍ୟଜ୍): ନୂଆପଡ଼ା ଜିଲ୍ଲା ଖଡ଼ିଆଳର ବୋଡେ଼ନ ଛକ ନିକଟସ୍ଥ ୩୫୩ ନମ୍ବର ଜାତୀୟ ରାଜପଥରେ ଆଜି (ରବିବାର) ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ୯ ବର୍ଷର ଝିଅର ମୃତୁ୍ୟ ଘଟିଛି । ତାଙ୍କ ନାଁ ବୈଷ୍ଣବୀ ଖମ୍ପରିଆ । ବୈଷ୍ଣବୀ ତାଙ୍କ ମା ରୀତା ଖମ୍ପରିଆଙ୍କ ସହିତ ସ୍କୁଟିରେ ଯାଉଥିବା ବେଳେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଏହା ପରେ ଟ୍ରକଟି ବୈଷ୍ଣବୀଙ୍କ ଉପରେ ଚଢ଼ି ଯାଇଥିଲା । ଟ୍ରକଟି ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା । ଏହି ଦୁର୍ଘଯଣାରେ ରୀତା ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ , ଆଜି (ରବିବାର) ବୈଷ୍ଣବୀଙ୍କର ଜନ୍ମଦିନ ଥିଲା । ଏହି ଦୁର୍ଘଯଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖଡିଆଳ ପୋଲିସ ଟ୍ରକଟିକୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons