ଚନ୍ଦକାରେ ଅଟଳ ଇନକୁ୍ୟବେସନ ସେଣ୍ଟରର ଶୁଭାରମ୍ଭ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତ ସରକାରଙ୍କ ନୀତି ଆୟୋଗ ସହଭାଗିତାରେ ଭୁବନେଶ୍ୱରର ଚନ୍ଦକାଠାରେ ଅବସ୍ଥାପିତ ନାଳନ୍ଦା ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନର ସ୍ଥାପନା ସହ ଏକ ନୂତନ ଟେକ୍ନୋଲୋଜି ବିଜ୍ନେସ୍ ଇନ୍କୁ୍ୟବେସନ ସେଣ୍ଟର୍ (ଅଟଳ ଇନ୍କୁ୍ୟବେସନ ସେଣ୍ଟର)ର ଶୁଭାରମ୍ଭ କରାଯାଇଛି । ଉକ୍ତ ସେଣ୍ଟର ଓଡ଼ିଶାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ କରିବା ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟଚାଷ ବିଭାଗର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଆଇସି-ଏନ୍ଆଇଟିଏଫ୍ର ନିଦେ୍ର୍ଧଶକ ତପନ କୁମାର ଚାନ୍ଦଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତିରେ ଏହି ଷ୍ଟେଟ୍ ଅଫ୍ ଆର୍ଟ ଇନ୍କୁ୍ୟବେସନ ସେଣ୍ଟର୍କୁ ଉଦ୍ଘାଟନ କରିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଲେ, ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ପୂରଣ କରିବାରେ ଉକ୍ତ ସେଣ୍ଟର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଉକ୍ତ ସେଣ୍ଟର ଷ୍ଟାର୍ଟଅପ୍ମାନଙ୍କୁ ସେମାନଙ୍କ ଚିନ୍ତାଧାରାକୁ ବାସ୍ତବରେ ପରିଣତ କରିବାରେ ସହାୟକ ହେବ ।
ଏଆଇସି-ନାଳନ୍ଦା ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ (ଏଆଇସି-ଏନ୍ଆଇଟିଏଫ୍) ହେଉଛି ଓଡ଼ିଶାରେ ପ୍ରଥମ ଅଟଳ ଇନ୍କୁ୍ୟବେସନ ସେଣ୍ଟର୍ ଯାହାକି ଭାରତ ସରକାରଙ୍କ ନୀତି ଆୟୋଗର ଅଟଳ ଇନୋଭେସନ ମିଶନ ଦ୍ୱାରା ସମ୍ପୂର୍ଣ୍ଣ ପରିକଳ୍ପିତ ଓ ସମର୍ଥିତ ଏବଂ ଷ୍ଟାର୍ଟଅପ୍ ଓଡ଼ିଶା ଦ୍ୱାରା ସ୍ୱୀକୃତିପ୍ରାପ୍ତ । ଏଆଇସି-ଏନ୍ଆଇଟିଏଫ୍ ଦେଶର ଉଦୀୟମାନ ଉଦ୍ୟୋଗୀମାନଙ୍କ ପାଇଁ ୧୦ ହଜାର ବର୍ଗଫୁଟ୍ର ଇନ୍କୁ୍ୟବେସନ ସ୍ଥାନ, ଏକ ସୁନ୍ଦର ସବୁଜ କ୍ୟାମ୍ପସ ସମେତ ଷ୍ଟେଟ୍ ଅଫ୍ ଦ ଆର୍ଟ ଭିତ୍ତିଭୂମି ସହାୟତା, ସେକ୍ଟର-ସ୍ପେସିଫିକ୍ ଲ୍ୟାବ୍ ଓ ଅତ୍ୟାଧୁନିକ ପ୍ରୋଟୋଟାଇପିଙ୍ଗ୍ ବ୍ୟବସ୍ଥା ଓ ଅନ୍ୟାନ୍ୟ ବିଳାସପୂର୍ଣ୍ଣ ବସ୍ତୁ ପ୍ରଦାନ କରୁଛି ।
ଏଆଇସି-ଏନ୍ଆଇଟିଏଫ୍ର ନିଦେ୍ର୍ଧଶକ ତପନ କୁମାର ଚାନ୍ଦ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କୁ ଓଡ଼ିଶାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ବିକାଶ ଦିଗରେ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତା ପାଇଁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ୧୦ଟି ଷ୍ଟାର୍ଟଅପ୍ ପାଇଁ ୧୬.୫ କୋଟି ଟଙ୍କାର ନିବେଶ ଘୋଷଣା କରାଯାଇଥିଲା, ଯାହାକୁ ଫଣ୍ଡ୍ ଫ୍ଲୋ ଇଷ୍ଟ ସମିଟ୍ରେ ସ୍ଥାପନ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons