ଭୁବନେଶ୍ୱର: ଟ୍ରେନିଂ ବେଳେ ହ୍ୟାଣ୍ଡ୍ ଗ୍ରେନେଡ୍ ବିସ୍ଫୋରଣ ଘଟିଛି। ଫଳରେ ଜଣେ ହାବିଲଦାର ସହିଦ ହୋଇଛନ୍ତି। ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଅଘଟଣ ଭୁବନେଶ୍ୱର ଚନ୍ଦକା ଏସ୍ଓଜି ଟ୍ରେନିଂ ସେଣ୍ଟରରେ ଘଟିଛି।ପୂରା ଘଟଣା ଏମିତି। ଆଜି ଚନ୍ଦକା SOG ଟ୍ରେନିଂ ସେଣ୍ଟରରେ ଯବାନମାନଙ୍କୁ ତାଲିମ ଦିଆଯାଉଥିଲା। ତାଲିମ ପାଇଁ ଜଣେ ହାବିଲଦାରଙ୍କୁ ଏକ ହ୍ୟାଣ୍ଡ୍ ଗ୍ରେନେଡ୍ ଦିଆଯାଇଥିଲା। ମାତ୍ର ଅସାବଧାନତା ଯୋଗୁଁ ହ୍ୟାଣ୍ଡ୍ ଗ୍ରେନେଡ୍ଟି ବିସ୍ଫୋରଣ କରିଥିଲା। ସମ୍ପୃକ୍ତ ଯବାନଙ୍କୁ ବଞ୍ଚାଇବାକୁ ଯାଇ ହାବିଲ୍ଦାର ପ୍ରକାଶ ସାହୁ ସହିଦ୍ ହୋଇଛନ୍ତି। ଏହାଛଡ଼ା ଅନ୍ୟ ୨ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଏକ ଘରୋଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
Comments are closed, but trackbacks and pingbacks are open.