ଚନ୍ଦାହାଣ୍ଡିର ୨ଟି ଗଳାବାଟ ସିଲ୍

Get real time updates directly on you device, subscribe now.

ଚନ୍ଦାହାଣ୍ଡି,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଛତିଶଗଡ଼-ଓଡ଼ିଶା ସୀମାନ୍ତ ଗଳାବାଟ କରୋନା ସଙ୍କଟ ବଢାଇଛି । ଗଳାବାଟ ଦେଇ ଉଭୟ ରାଜ୍ୟର ଲୋକଙ୍କ ଯାତାୟାତରେ କରୋନା ସଂଖ୍ୟା ବଢିଚାଳିଛି । ତେଣୁ ଓଡ଼ିଶା-ଛତିଶଗଡ଼କୁ ସଂଯୋଗ କରୁଥିବା ଚନ୍ଦାହାଣ୍ଡି ବ୍ଲକର ୨ଟି ଗଳା ବାଟକୁ ସିଲ୍ କରାଯାଇଛି । ସେଗୁଡ଼ିକ ହେଲା-କଈଲିମୁଣ୍ଡା ନିକଟ ତେଲନଦୀ ଉପରେ ନିର୍ମାଣାଧୀନ ସେତୁ ରାସ୍ତାକୁ ଜେସିବି ଲଗାଇ ଗାତ ଖୋଳି ଦିଆଯାଇଛି । ଯେପରି କୌଣସି ଗାଡି ମଟର ଯାତାୟାତ କରିପାରିବ ନାହିଁ । ସେହିଭଳି କଈଲିମୁଣ୍ଡା-ବିରିଘାଟର ପାଦଚଲା ଜଙ୍ଗଲିଆ ରାସ୍ତାରେ ଗଛ ଡାଳ ପକାଇ ରାସ୍ତାକୁ ଅବରୋଧ କରାଯାଇଛି । ଘଟଣାସ୍ଥଳକୁ ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝୀ, ତହସିଲଦାର ହୃଦାନନ୍ଦ ସିଂ ଓ ଥାନା ଅଧିକାରୀ ପରମାନନ୍ଦ ସୁନାନୀ ପ୍ରମୁଖ ପହଞ୍ଚି ଗଳାବାଟକୁ ସିଲ୍ କରିଛନ୍ତି ।
ଏହା ଗଳାବାଟ ହୋଇଥିଲେ ମଧ୍ୟ ଦୁଇଟି ପଡେ଼ାଶୀ ରାଜ୍ୟର ଗାଁ ଲୋକଙ୍କ ପାଇଁ ଲାଇଫ୍ ଲାଇନ୍ କୁହାଯାଉଛି । ନିୟମିତ ଉଭୟ ଛତିଶଗଡ଼ ଓ ଓଡ଼ିଶାର ଲୋକଙ୍କ ଯାତାୟାତ ରାସ୍ତା । ଏହି ରାସ୍ତା ଦେଇ ଯାତାୟାତରେ ଲୋକେ ଛତିଶଗଡ଼ରୁ କରୋନାରେ ସଂକ୍ରମିତ ହେଉଥିବା ଜଣାପଡିଛି । ତେବେ ଛତିଶଗଡ଼କୁ ଲାଗି ଚନ୍ଦାହାଣ୍ଡି ବ୍ଲକର ୫ଟି ପଂଚାୟତର ୧୨ରୁ ଉଦ୍ଧ୍ୱର୍ ଗଳାବାଟ ରହିଛି । ତେବେ ବ୍ଲକ ପ୍ରଶାସନ ପକ୍ଷରୁ ଗଳାବାଟକୁ ସିଲ୍ କରିବାକୁ ପଦକ୍ଷେପ ନିଆଯାଇଛି । ସେଭଳି ଅନ୍ୟାନ୍ୟ ପଂଚାୟତର ସରପଞ୍ଚମାନେ ଗଳାବାଟକୁ ସିଲ୍ କରିବାକୁ ପଦକ୍ଷେପ ଗ୍ରହଣ କରିବା ସକାଶେ ଜନସାଧାରଣରେ ଦାବି ହୋଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons